ବ୍ରହ୍ମପୁର ୟୁନିୟନ କ୍ଲବ ପରିସରରେ ଧୂମ ଧାମରେ ପାଳନ ହେଲା ନୂଆ ବର୍ଷ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ନୂଆ ଆଶା ନୂତନ ଉଦ୍ଦୀପନା ନେଇ ଆସୁଛି ନବ ବର୍ଷ । ଏଥିପାଇଁ ଉତ୍ସବମୁଖର ବ୍ରହ୍ମପୁର ସହର । କରୋନା କଟକଣାର ୨ବର୍ଷ ପରେ ସହରବାସୀ ପୁନଃ ଜିରୋନାଇଟ୍ ପାଳନ କରିଛନ୍ତି । ବିଭିନ୍ନ ହୋଟେଲ, କ୍ଲବ, ରେଷ୍ଟୁରାଣ୍ଟରେ ସେଲିବ୍ରେଶନ୍ ସହ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ବ୍ରହ୍ମପୁର ଉନିୟନ କ୍ଲବ ପରିସରରେ ଧୂମ ଧାମରେ ନୂଆ ବର୍ଷକୁ ପାଳନ କରାଯାଇଛି । ୨୦୨୨ ବର୍ଷକୁ ବିଦାୟ ଓ ୨୦୨୩ର ଆଗମନକୁ ନେଇ ସହରବାସୀଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଛି । ବିଗତ ବର୍ଷର ଦୁଃଖ ଓ ସୁଖକୁ ମନେପକାଇ ୨୦୨୩କୁ ୱେଲକମ୍ କରିଛନ୍ତି ସହରବାସୀ । ବିଭିନ୍ନ ଅନୁଷ୍ଠାନ ପ୍ରତିଷ୍ଟାନ ଏବଂ ହୋଟେଲ ଓ କ୍ଲବରେ ଏହି ଦିନକୁ ପାଳନ କରିଛନ୍ତି । କିଛି ସ୍ଥାନରେ ଲୋକଙ୍କ ପାଇଁ ମଧ୍ୟ ନୂଆ ଖାନାର ବ୍ୟବସ୍ଥା ହୋଇଥିଲା । ସେହିଭଳି ୟୁନିୟକ କ୍ଲବ ଓ ହୋଟେଲମୋତିରେ କପଲ୍ ପୋଗ୍ରାମ୍ ହୋଇଥିଲା । ଶନିବାର ସନ୍ଧ୍ୟାରୁ ରବିବାର ସନ୍ଧ୍ୟା ପର୍ଯ୍ୟନ୍ତ ସହର ପୂର୍ବଠାରୁ ଅଧିକ ଚଳଚଞ୍ଚଳ ରହିବା । ଜିରୋନାଇଟ ଓ ନବବର୍ଷର କାର୍ଯ୍ୟକ୍ରମକୁ ଦେଖି ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ମଧ୍ୟ କରାଯାଇଛି ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା