ବ୍ରହ୍ମପୁର ସହରରେ ୧୨ରୁ ହେବ ସପ୍ତମ ପଯ୍ୟାୟ ଡୋରଟୁ ଡୋର ସ୍ୱାସ୍ଥ୍ୟ ଯାଞ୍ଚ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ସହରରେ ପୁଣି ଥରେ ଆରମ୍ଭ ହେବ ସ୍ୱାସ୍ଥ୍ୟ ଯାଞ୍ଚ କାର୍ଯ୍ୟକ୍ରମ l ସପ୍ତମ ପଯ୍ୟାୟରେ ସ୍ୱାସ୍ଥ୍ୟ ଯାଞ୍ଚ ଆସନ୍ତା ୧୨ରୁ ୨୦ ତାରିଖ ପଯ୍ୟନ୍ତ ହେବାକୁ ଥିବାବେଳେ ଏହି ସର୍ଭେରେ ଅକ୍ସିମିଟର ସାହାଯ୍ୟରେ ଲୋକଙ୍କ ଅମ୍ଳଜାନସ୍ତର ମପା ଯିବା ସହ ଏଥିପାଇଁ ସହରରେ ୧୨୦ଟି ଟିମ ନିୟୋଜିତ ହେବ ବୋଲି ବିଏମସି କମିଶନର ସିଦ୍ଧେଶ୍ୱର ବଳିରାମ ବୋନ୍ଦlର ଏନେଇ ବିଏମସି ସମ୍ମିଳନୀ କକ୍ଷରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହା ୭ମ ପଯ୍ୟାୟ ସ୍ୱାସ୍ଥ୍ୟ ସର୍ଭେ ବୋଲି କହିଛନ୍ତି l ଏହାସହ ଗଞ୍ଜାମ ଜ଼ିଲ୍ଲାରେ କରୋନାର ପ୍ରାଦୁଭାବ କମିଛି, ଭୟ ଦୂର ହୋଇନାହିଁ ତେଣୁ କରୋନା ମହାମାରୀ ମୁକାବିଲା ଦିଗରେ ସମସ୍ତେ ସତର୍କ ରହିବା ଉପରେ ଗୁରୁତ୍ୱ ଦେବାକୁ ହେବ l ବ୍ରହ୍ମପୁର ସହରରେ ବର୍ତ୍ତମାନ କରୋନା ନିୟନ୍ତ୍ରଣରେ ରହିଥିଲେ ମଧ୍ୟ ଏଥିପାଇଁ ପୁଣି ଥରେ ଘରକୁ ଘର ସର୍ଭେ ପାଇଁ ନିଷ୍ପତି ନିଆଯାଇଛି l ୧୨୦ଟି ଟିମରେ ଆଶାକର୍ମୀ, ପାରାମେଡିକାଲ କର୍ମଚାରୀ, ଅଙ୍ଗନବାଡି କର୍ମୀ, ସ୍ୱଚ୍ଛସାଥି ଓ ରlପିଡ ରେସପନ୍ସ ଟିମ ରହିବେ l ଏହି ସର୍ଭେ ଦ୍ୱାରା କରୋନା ସନ୍ଦୀଗ୍ଦଙ୍କୁ ଚିହ୍ନଟ କରାଯିବ ସହ ବହୁରୋଗରେ ପିଡୀତଙ୍କ ସ୍ୱାସ୍ଥ୍ୟବସ୍ଥl ତଦାରଖ କରାଯାଇପାରିବ ବୋଲି କମିଶନର କହିଥିଲେ l ଏପଟେ ଜ଼ିଲ୍ଲା ପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା ପଞ୍ଚସୂତ୍ର ନିୟମକୁ କଡାକଡି ପାଳନ ଦିଗରେ ପଦକ୍ଷେପ ନିଆଯିବ l ଏଥିପାଇଁ ୪ଟି ଟିମ ଗଠନ କରାଯାଇଛି l ବ୍ୟବସାୟ ପ୍ରତିଷ୍ଠାନ ସମସ୍ତ ପ୍ରକାର ସଭା ସମିତି ଓ ସାମାଜିକ କାଯ୍ୟକ୍ରମ ଉପରେ ମଧ୍ୟ ତୀକ୍ଷଣ ଦୃଷ୍ଟି ରଖାଯାଇଛି l କୋଭିଡି ନିୟମ ପାଳନ ଦିଗରେ ଯେଉଁଠି ଉଲ୍ଲଘଂନ ହେଉଛି କାଯ୍ୟନୁଷ୍ଠାନ ନିଆଯିବ ବୋଲି କମିଶନର କହିଛନ୍ତି l ଅନ୍ୟ ପକ୍ଷରେ ସହରରେ କରୋନା ରୋକିବାକୁ ହେଲେ ଲୋକମାନଙ୍କୁ ଅଧିକ ସଚେତନ ହେବାକୁ ପଡିବ l ବିଶେଷ କରି ରାସ୍ତା କଡରେ ଵିକ୍ରି ହେଉଥିବା ଖାଦ୍ୟ ପଦାର୍ଥକୁ ସେହିଠାରେ ଛିଡା ହୋଇ ଖାଇବା ବଦଳରେ ଘରକୁ ପାର୍ସଲ ନେବାକୁ କମିଶନର ସହର ବାସିଙ୍କୁ ଅନୁରୋଧ କରିଥିଲେ l ସାମ୍ବାଦିକ ସମ୍ମିଳନୀରେ ବିଏମସି ଡେପୁଟି କମିଶନର ରୋମାଞ୍ଚକ ଖମାରୀ ଓ ଆଶୁତୋଷ ସାମଲଙ୍କ ସହ ଏନଫୋର୍ସମେଣ୍ଟ ଅଧିକାରୀ ତରୁଣକାନ୍ତ ଉପସ୍ଥିତ ଥିଲେ l ପୂର୍ବରୁ କମିଶନର ବିଭିନ୍ନ ବିଭାଗ ସହ ସମୀକ୍ଷା ବୈଠକ କରିଥିଲେ l ଏଥିରେ ବ୍ରହ୍ମପୁର ତହସିଲ କାଯ୍ୟଳୟ କର୍ମଚାରୀ, ସିଡିପିଓ, ଏନଫୋର୍ସମେଣ୍ଟ କର୍ମଚାରୀ, ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ ସାମିଲ ହୋଇଥିଲେ l

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା