ବ୍ରହ୍ମପୁର ସବୁଜ ବାହିନୀ ଓ ରକ୍ତ ଭଣ୍ଡାର ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ସବୁଜ ବାହିନୀ ଓ ରକ୍ତଭଣ୍ଡାର ମିଳିତ ଉଦ୍ୟମରେ ଚଳିତ ବର୍ଷ ତୃତୀୟ ଥର “ଆସନ୍ତୁ ଗଢିବା ରକ୍ତ ସମ୍ପର୍କ” ନାମକ ରକ୍ତ ଦାନ ଶିବିର ବ୍ରହ୍ମପୁର ରକ୍ତ ଭଣ୍ଡାର ପରିସରରେ ଅନୁଷ୍ଠିତ ହୋଇଯାଇଛି । ୧୮ ଜଣ ରକ୍ତଦାତା ରକ୍ତଭଣ୍ଡାରକୁ ଆସି ସ୍ଵେଛାକୃତ ଭାବେ ରକ୍ତଦାନ କରିଥିଲେ ।ବର୍ଷ ତମାମ ସବୁଜ ବାହିନୀ ତରଫରୁ “ଆସନ୍ତୁ ଗଢିବା ରକ୍ତ ସମ୍ପର୍କ” କାର୍ଯ୍ୟକ୍ରମ ଜାରି ରହିଛି । ଏହି ଶିବିରର ମୁଖ୍ୟ ଉଦ୍ଦେଶ୍ୟ ହେଲା ନୂତନ ରକ୍ତଦାତା ସୃଷ୍ଟି କରିବା । କାର୍ଯ୍ୟକ୍ରମ ରେ ରକ୍ତ ଭଣ୍ଡାରର କର୍ମକର୍ତ୍ତା ଓ ସବୁଜ ବାହିନୀ ର ସଭାପତି ଶିବରାମ ପାଣିଗ୍ରାହୀ, କେ. ସୁଶୀଲ କୁମାର ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।