ବ୍ରହ୍ମପୁରରେ ଫୋଟ ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ ପାଇଁ ବୈଠକ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ଉପଖଣ୍ଡ ସ୍ତରୀୟ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଭା ଗୃହରେ ନୂତନ ଫଟୋ ଭୋଟର ତାଲିକାର ସ୍ୱତନ୍ନ ସଂଶୋଧନ କାର୍ଯ୍ୟକ୍ରମ ପାଇଁ ଡେପୁଟି କଲେକ୍ଟର ପଞ୍ଚାନନ ପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ଓ ଗଣମାଧ୍ୟମ ପ୍ରତିନିଧୀମାନଙ୍କର ଉପସ୍ଥିତିରେ ଆଲୋଚନା କରାଯାଇଥିଲା । ଡେପୁଟି କଲେକ୍ଟର ସମସ୍ତଙ୍କୁ ସ୍ୱାଗତ ଜଣାଇ ଏହି ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଆସନ୍ତା ନଭେମ୍ବର ୨୮ ତାରିଖରୁ ଉପଖଣ୍ଡରେ ନୂଆ ଭୋଟର ତାଲିକାରେ ନାମ ଯୋଡା ପ୍ରକ୍ରିୟା ଆରମ୍ଭ କରାଯିବ । ୨୦୨୧ ଜାନୁଆରୀରେ ନୂଆ ଭୋଟର ତାଲିକା ପ୍ରକାଶ ପାଇବାକୁ ଥିବାବେଳେ ଏହା ପୂର୍ବରୁ ଆରମ୍ଭ ହୋଇଛି ପ୍ରସ୍ତୁତି । ବ୍ରହ୍ମପୁରର ୧୩୩, ସାନଖେମୁଣ୍ଡିର ୧୩୦, ଗୋପାଳପୁରର ୧୩୨, ଦିଗପହଣ୍ଡିର ୧୩୪, ଚିକିଟିର ୧୩୫ଟି ନିର୍ବାଚନ ମଣ୍ଡଳୀର ସହାୟକ ଭୋଟର ପଞ୍ଜିକରଣ ଅଧିକାରୀ ତଥା ବୁଥ୍ ସ୍ତରୀୟ ଅଧିକାରି ଏବଂ ସୁପରଭାଇଜର ଅଂଶ ଗ୍ରହଣ କରିଥିଲେ । ୨୮ ଓ ୨୯ ନଭେମ୍ବର ୨୦୨୦, ୦୫ ଡିସେମ୍ବର ୨୦୨୦ ଏବଂ ୦୬ ଡିସେମ୍ବର ୨୦୨୦ ଦିନ ସ୍ୱତନ୍ନ ପ୍ରଚାର ଦିବସ ଭାବେ କାର୍ଯ୍ୟ କରିବ । ଏହି ଦିନ ମାନଙ୍କରେ ସମସ୍ତ ବିଏଲଓ ଏବଂ ସୁପରର୍ଭାଇଜର ଗଣ ନିଜ ନିଜ ଭୋଟ ଗ୍ରହଣ କେନ୍ଦ୍ର ମାନଙ୍କରେ ଉପସ୍ଥିତ ରହି ଜନ ସାଧାରଣଙ୍କ ଠାରୁ ଆବେଦନ ପତ୍ର ଗ୍ରହଣ କରିବେ । ନିର୍ଦ୍ଧାରିତ ସମୟ ମଧ୍ୟରେ ଏହି ସମସ୍ତ କାର୍ଯ୍ୟ ଯେପରି ଠିକ୍ ରୂପେ ପରିଚାଳିତ ହେବ ସେ ଦିଗରେ ଗୁରୁତ୍ବ ଦେବା ପାଇଁ ଡି.ମାଲେଶ୍ବର ପାତ୍ର, ସହକାରୀ ଜିଲ୍ଲାପାଳ ତଥା କାର୍ଯ୍ୟ ନିର୍ବାହୀ ମାଜିଷ୍ଟ୍ରେଟ ସମସ୍ତଙ୍କୁ ଜଣାଇଥିଲେ । ନଭେମ୍ବର ୨୮ ତାରିଖରୁ ଉପଖଣ୍ଡରେ ସମସ୍ତ ଭୋଟ ଗ୍ରହଣ କେନ୍ଦ୍ରରେ ଏହି ପ୍ରକ୍ରିୟା ଆରମ୍ଭ ହେବ । ୧ ଜାନୁୟାରୀ ୨୦୨୧ ସୁଦ୍ଧା ଯେଉଁମାନଙ୍କୁ ୧୮ ବର୍ଷ ହୋଇଥିବ ସେମାନେ ନିଜ ଭୋଟର ତାଲିକାରେ ନିଜ ନାମ ପଞ୍ଜୀକରଣ କରାଇପାରିବେ ବୋଲି କୁହାଯାଇଛି । ଏହି ଭୋଟର ଲିଷ୍ଟରେ ସଂଶୋଧନ ପ୍ରକ୍ରିୟା ଶେଷ ହେବା ସହିତ ଆସନ୍ତା ବର୍ଷ ଜାନୁଆରୀ ୫ ତାରିଖ ସୁଦ୍ଧା ଭୋଟର ତାଲିକାକୁ ନେଇ କୌଣସି ଅଭିଯୋଗ ଥିଲେ ଏହାର ସମାଧାନ କରାଯାଇ ନୂଆ ଭୋଟର ତାଲିକା ପ୍ରକାଶ ପାଇବ । ଯେଉଁମାନେ ୧୮ବର୍ଷ ବୟସର ହୋଇଥିବାବେଳେ ସେମାନେ ବୁଥସ୍ତରୀୟ ଅଧିକାରୀଙ୍କଠୁ ଫର୍ମ ନମ୍ୱର ୬ ଆଣି ଆବେଦନ କରିପାରିବେ, ଡ୍ରାଫ୍ଟ ଭୋଟର ତାଲିକା କିମ୍ବା ଭୋଟର ପରିଚୟ ପତ୍ରରେ କୌଣସି ପ୍ରକାରର ତ୍ରୁଟି ଥୁଲେ ଫର୍ମ ନମ୍ବର ୮, ଯେଉଁମାନେ ଗୋଟିଏ ବୁଥିରୁ ଅନ୍ୟ ବୁଥକୁ ଯିବେ ଫର୍ମ ନମ୍ବର ୮ Aରେ ଆବେଦନ କରିପାରିବେ ଏବଂ ଭୋଟର ତାଲିକାରୁ ନାଁ ବାଦ୍ ଦେବା ପାଇଁ ଫର୍ମ ନମ୍ବର ୭ ମାଧ୍ୟମରେ ଆବେଦନ କରିବାକୁ ପରାମର୍ଶ ଦିଆଯାଇଛି । ଯେଉଁମାନେ ସ୍ଥାନାନ୍ତରିତ କିମ୍ବା ମୃତ ହୋଇଥିବେ ସେମାନଙ୍କ ନାମ ଭୋଟର ତାଲିକାରୁ ବାଦ୍ କରାଯିବ । ଏଥିପାଇଁ ବ୍ରହ୍ମପୁର ଉପଖଣ୍ଡର ସମସ୍ତ ଜନସାଧାରଣ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମରେ ସହଯୋଗ କରିବାକୁ ଡେପୁଟି କଲେକ୍ଟର ଶ୍ରୀ ପାତ୍ର ଅନୁରୋଧ କରିଛନ୍ତି । ଏହି ବୈଠକରେ ଡେପୁଟି କଲେକ୍ଟରଙ୍କ ସମେତ ଡି.ମାଲେଶ୍ବର ପାତ୍ର, ସହକାରୀ ଜିଲ୍ଲାପାଳ ତଥା କାର୍ଯ୍ୟ ନିର୍ବାହୀ ମାଜିଷ୍ଟ୍ରେଟ, ବ୍ରହ୍ମପୁର, ବିବେକାନନ୍ଦ ଦଳେଇ, ବଡ଼ବାବୁ ଉପଜିଲ୍ଲାପାଳ କାର୍ଯ୍ୟାଳୟ ବ୍ରହ୍ମପୁର, ରାମଚନ୍ଦ୍ର ବେହେରା, ଇଲେକ୍ସନ ସେକ୍ସନ କର୍ମଚାରୀ ଏବଂ ସମସ୍ତ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧୀ ଓ ଗଣମାଧ୍ୟମ ପ୍ରତିନିଧୀମାନେ ଅଂଶ ଗ୍ରହଣ କରିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା