ବ୍ରହ୍ମପୁରରେ ଟ୍ରେନରେ ନିଆଁ !

ବ୍ରହ୍ମପୁର(ସମୃଦ୍ଧ ଓଡିଶା) ବ୍ରହ୍ମପୁରରେ ଟ୍ରେନରେ ନିଆଁlଚାରିଆଡେ ହଇ ଚଇ ସୃଷ୍ଟି ହୋଇଛି l ବାହାନଗା ରେଳ ଦୁର୍ଘଟଣା ପରେ ଏବେ ଯାତ୍ରୀମାନେ ଟିକିଏ ବି କଣ ହେଲେ ଭୟଭୀତ ହୋଇଯାଉଥିବା ଦେଖିବାକୁ ମିଳୁଛି l ବାଲେଶ୍ୱର ବାହାନଗାରେ ଘଟିଥିବା ଭୟଙ୍କର ଟ୍ରେନ ଦୁର୍ଘଟଣା ଲୋକଙ୍କ ମନରୁ ଲିଭି ନ ଥିଲା ବେଳେ ଆଜି ସିକନ୍ଦରାବାଦ୍‌-ଅଗରତାଲା ଏକ୍ସପ୍ରେସରେ ନିଆଁ ଲାଗି ଯାଇଛି। ସିକନ୍ଦରାବାଦ୍‌-ଅଗରତାଲା ଏକ୍ସପ୍ରେସ ବି-୫ ବଗିରେ ଧୂଆଁ ବାହାରୁଥିବା ଦେଖି ଯାତ୍ରୀମାନେ ଭୟଭୀତ ହୋଇ ବାହାରକୁ ଓହ୍ଲାଇ ପଡ଼ିଥିଲେ। ଏଥିରେ କାହାର କିଛି କ୍ଷତି ହୋଇ ନାହିଁ। ଆଜି ଟ୍ରେନଟି ସିକନ୍ଦରବାଦରୁ ତ୍ରିପୁରାର ଅଗରତାଲାକୁ ଯାଉଥିଲା। ବ୍ରହ୍ମପୁର ଷ୍ଟେସନରେ ଟ୍ରେନଟି ଅଟକି ଥିବା ବେଳେ ଏସି ବଗିରେ ଧୂଆଁ ବାହାରୁଥିବା ଯାତ୍ରୀମାନେ ଦେଖିଥିଲେ। ଭୟରେ ସମସ୍ତ ଯାତ୍ରୀ ଟ୍ରେନରୁ ଓହ୍ଲାଇ ପଡ଼ିଥିଲେ।ରେଳ ବିଭାଗ ପକ୍ଷରୁ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଅଦ୍ୟାବଧି ଟ୍ରେନ ଅଟକି ରହିଛି । ନୁଆଁ ବଗି ଲଗାଇବାକୁ ଯାତ୍ରୀ ଦାବୀ କରୁଛନ୍ତି ।

ରିପୋର୍ଟ : ଆଶୁତୋଷ ପଟ୍ଟନାୟକ