ବେଆଇନ ଭାବେ ଜବରଦସ୍ତ ଆଦାୟ କରାଯାଉଥିବା ଟିକସକୁ ବନ୍ଦ କରିବା ଦାବି ନେଇ ଗଞ୍ଜାମ ଜିଲ୍ଲା କଂଗ୍ରେସ ପକ୍ଷରୁ ପ୍ରତିବାଦ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ମହାନଗର ନିଗମ ଦ୍ୱାରା ବେଆଇନ ଭାବେ ବିଭିନ୍ନ ଆଳରେ ଜନସାଧାରଣଙ୍କ ଠାରୁ ଜବରଦସ୍ତ ଆଦାୟ କରାଯାଉଥିବା ଟିକସ ଆଦି ବନ୍ଦ କରିବା ଦାବିରେ ଗଞ୍ଜାମ ଜିଲ୍ଲା କଂଗ୍ରେସ ପକ୍ଷରୁ ପ୍ରତିବାଦ କରାଯାଇଛି । ଆଜି ଗଞ୍ଜାମ ଜିଲ୍ଲା କଂଗ୍ରେସ ସଭାପତି ରମେଶ ଚନ୍ଦ୍ର ଜେନାଙ୍କ ନିର୍ଦ୍ଦେଶ କ୍ରମେ ବ୍ରହ୍ମପୁର ମହାନଗର ନିଗମ କଂଗ୍ରେସ ସଭାପତିଙ୍କ ନେତୃତ୍ୱରେ ହୋଲଡିଂ ଟେକ୍ସ, ଟେକ୍ସ୍ ବୃଦ୍ଧି ପ୍ରତ୍ୟାହାର ପ୍ରତିବାଦରେ କଂଗ୍ରେସ କାଯ୍ୟାଳୟ ଠାରୁ ଏକ ବିଶାଳ ରାଲି କରାଯାଇ ବିଏମସି କାର୍ଯ୍ୟାଳୟ ପରିସରରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । କଂଗ୍ରେସ କର୍ମକର୍ତ୍ତା ମାନେ ବ୍ରହ୍ମପୁରରେ ବର୍ଦ୍ଧିତ ଟିକସ ଦର ତୁରନ୍ତ ହ୍ରାସ କରିବା, ୟୁଜର୍ସ ଫି ନାଁରେ ଟଙ୍କା ଆଦାୟ ବନ୍ଦ କରିବା, ବିଏମସି ଅଧୀନରେ ଥିବା ଦୋକାନ ଘର ଗୁଡିକୁ ଭଡା ସୂତ୍ରରେ ନେଇଥିବା ବ୍ୟବସାୟୀଙ୍କୁ ଆର୍ଥିକ ବର୍ଷର ସମସ୍ତ ଭଡା ଛାଡ଼ କରିବା, ଇତ୍ୟାଦି ସ୍ଲୋଗାନ ଦେଇ ଶତାଧିକ କର୍ମୀ ବିଏମସି କାର୍ଯ୍ୟାଳୟ ଅଭିମୁଖେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । କରୋନାର ପ୍ରକୋପରେ ଜନସାଧାରଣଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ପଡିଥିବା ବେଳେ ଜୀବନ ଜୀବିକା ପାଇଁ ଲଢେଇ କରୁଛନ୍ତି । ଏଭଳି ସମୟରେ ବିଏମସିର ବର୍ଦ୍ଧିତ ଟିକସ ଦର ଲୋକଙ୍କ ଉପରେ ବୋଝ ସଦୃଶ୍ୟ ଏବଂ ଏହା  ଅତ୍ୟନ୍ତ ନୀନ୍ଦନୀୟ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଥିଲା । ତେବେ ରେଶମ ସହରରେ ହୋଲୋଡିଙ୍ଗ ଟ୍ୟାକ୍ସ ବୃଦ୍ଧିକୁ ତେଜୁଛି ଜନ ଅସନ୍ତୋଷ । ତେଣୁ ବିଏମସି ବର୍ଦ୍ଧିତ ଗୃହ ଟିକସ ତୁରନ୍ତ ପ୍ରତ୍ୟାହାର ଓ ସାଧାରଣ ଲୋକଙ୍କ ଠାରୁ ୟୁଜର୍ସ ପି ନାଁରେ ପ୍ରତ୍ୟେକ ଘରୁ ୩୦ ଟଙ୍କା ଆଦାୟ କରିବା ବନ୍ଦ କରାଯାଉ ବୋଲି ଜିଲ୍ଲା କଂଗ୍ରେସ ପକ୍ଷରୁ ଦାବି କରାଯାଇଛି । ଭୁବେନଶ୍ୱରରେ ଜନତାଙ୍କ ଦୁଃଖ ନବୀନ ବାବୁ ଦେଖିପାରୁଛନ୍ତି ବୋଲି ସେଠାରେ ଗୃହ ଟିକସକୁ ପ୍ରତ୍ୟାହାର କରିନେଲେ କିନ୍ତୁ ନିଜ ଜିଲ୍ଲାକୁ କାହିଁକି ଅଣଦେଖା କରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ଓଡିଶା କୃଷକ ସେଲ ପ୍ରଭାରୀ ରଶ୍ମି ରଞ୍ଜନ ପଟ୍ଟନାୟକ । ମହାନଗର ନିଗମ ତୁରନ୍ତ ବର୍ଦ୍ଧିତ ହୋଲ୍ଡଡିଙ୍ଗ ଟ୍ୟାକ୍ସକୁ ୧୪ ଦିନ ଅବଧି ମଧ୍ୟରେ ପ୍ରତ୍ୟାହାର କରୁ ନଚେତ କଂଗ୍ରେସ ଆନ୍ଦଳନକୁ ଆହୁରି ତିବ୍ରତର କରାଯିବ ବୋଲି ଚେତାବନୀ ଦେଇଛନ୍ତି ମହାନଗର କଂଗ୍ରେସ ସଭାପତି ସୁଜୟ ଆଚାର୍ଯ୍ୟ । ଗୃହ ଟିକସ ରିଭି ଜୋନ୍ କରାଯାଇଛି । ଜନସାଧାରଣ ମଧ୍ୟ ସ୍ୱତଃ ସମର୍ଥନ ଭାବେ ଟ୍ୟାକ୍ସ ପୈଠ କରିଛନ୍ତି ବୋଲି କହିଛନ୍ତି ବିଏମସି କମିଶନର ସିଦ୍ଧେଶ୍ଵର ବଳୀରାମ ବୋନ୍ଦର । ଏହି କାର୍ଯ୍ୟକ୍ରମରେ ଗୋପାଲପୁର କଂଗ୍ରେସନେତା ଧର୍ମରାଜ ରେଡି, ସିଦ୍ଧାନ୍ତ କୁମାର ସାହୁ, ପିଣ୍ଟୁ ଜେନା, ପ୍ରଶାନ୍ତ କୁମାର ବିଷୋୟୀ, ଦଣ୍ଡପାଣି ପାତ୍ର, ପ୍ରମିତ ରଞ୍ଜନ ମହାପାତ୍ର, ଦେବାଶିଷ ମହାନ୍ତି, ବିକାଶ ନାୟକ, ଅତିଶ କୁମାର ଦଳାଇ, ଶ୍ରୀଦ୍ଧାର୍ଥ ଦଳାଇ, ଶିଶିର ଆଚାର୍ଯ୍ୟ, ଭବାନୀ ସାହୁ, ସଞ୍ଜୟ କୁମାର ଆଚାରି, ପି.ରାଜା ରାଓ, ପଦ୍ମଚରଣ ସାହୁ, ଅଭିଷେକ ମହାନ୍ତି, ଅରୁଣ ରାଓଙ୍କ ସମେତ ବହୁ କଂଗ୍ରେସ କର୍ମୀ ଅଂଶ ଗ୍ରହଣ କରିଥିଲେ ।