ବେଆଇନ୍ ମେଟାଲ ଓ ବାଲି ବୋଝେଇ ଡମ୍ପର ଓ ଟ୍ରାକ୍ଟର ଜବତ୍‌…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ମିତ୍ରପୁରରୁ ମେଟାଲ ବୋଝେଇ ଡମ୍ପରକୁ ଜଳେଶ୍ୱର ତହସିଲଦାର କ୍ଷୀରୋଦ କୁମାର ପଣ୍ଡା ରାଜଘାଟ ନିକଟରୁ ଜବତ୍ କରିଛନ୍ତି । ସେହିପରି ଏକ ବେଆଇନ୍ ବାଲି ବୋଝେଇ ଡମ୍ପର ଓ ଟ୍ରାକ୍ଟରକୁ ଜବତ୍ କରାଯାଇଛି । ଏହି ଚଢାଉରେ ଜଳେଶ୍‌ବର ତହସିଲଦାରଙ୍କ ସହିତ ରାଜସ୍ୱ ନିରିକ୍ଷକ ସାମିଲ ଥିଲେ । ସୂଚାଯୋଗ୍ୟ ବହୁ ବାଲି ଟ୍ରାକ୍ଟର ଏବଂ ଡମ୍ପର ବେଆଇନ୍‌ଭାବେ ଦ୍ରୁତ ଗତିରେ ଯିବା ସହିତ ପାଣିମିଶା ବାଲି ପରିବହନ ଯୋଗୁଁ ରାସ୍ତାଘାଟ କାଦୁଅ ହେବା ସହିତ ଦୁର୍ଘଟଣା ଘଟୁଥିବା ଜଣାଯାଇଛି ।