ବେଆଇନ୍ ପଥର ବୋଝେଇ ୮ ଡମ୍ପର ଜବତ୍ : ଆଦାୟ ହେଲା ୧.୪୪ ଲକ୍ଷ ଟଙ୍କା ଜୋରିମାନା…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବିଭିନ୍ନ ସମୟରେ ଜଳେଶ୍ୱର ତହସିଲ ଅଂଚଳରେ ବେଆଇନ୍ ବୋଝେଇ ଟ୍ରକ୍ ଚଳାଚଳ କରୁଥିବା ବେଳେ ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ହେଉ ନ ଥିବାରୁ ଜନ ଅସନ୍ତୋଷର ପ୍ରକାଶ ପାଇଛି । ବିଶେଷ କରି ଗ୍ରାମାଞ୍ଚଳ ରାସ୍ତାଗୁଡିକରେ ଭାରିଯାନ ଗୁଡିକ ଯାତାୟାତ କରୁଥିବାରୁ ରାସ୍ତାଗୁଡିକ ନଷ୍ଟ ହେବାରୁ ଲୋକଙ୍କର ଯାତାୟାତରେ ବ୍ୟାଘାତ ସୃଷ୍ଟି ହେଉଛି । ଏହାର ପ୍ରତିବାଦରେ ଗତ ସୋମବାର ରାତିରେ ରାଇବଣିଆ ଅଂଚଳର ହାତିଗଡ -ଓଲମରା ରାସ୍ତାରେ ଗ୍ରାମବାସୀମାନେ ରୋର ଓ ବାଗୁଡିକୁ ପଥର ବୋଝେଇ ୮ଟି ଡମ୍ପର ଓଡି୦୧-କେ୧୮୬୬, ଓଡି୦୧-ଏଚ୍-୧୯୯୪, ଓଡି୦୧-କେ-୨୧୧୯, ଓଡି୦୧-ଏଥ-୧୮୬୬, ଓଡି୨୨ସି-୩୫୨୫, ଓଡି୦୧କେ-୫୦୬୬, ଓଡି୦୧ଏଲ୍-୧୮୬୬, ଓଡି୦୧ଏକ୍ସ-୬୨୯୨କୁ ଓଲମରା ଆର୍ଆଇ ଅଟକାଇ କାଗଜପତ୍ର ଯାଞ୍ଚ କରିଥିଲେ । ପରେ ସେ ଗୁଡିକୁ ରାଇବଣିଆ ଥାନାରେ ଅଟକ ରଖାଯାଇଥିଲା । ମଙ୍ଗଳବାର ଦିନ ଜଳେଶ୍ୱର ତହସିଲଦାର କ୍ଷୀରୋଦ କୁମାର ପଣ୍ଡା ଜବତ୍ କରିଥିଲେ । ସେହି ସବୁ ଡମ୍ପର ସୁବର୍ଣ୍ଣରେଖା ନଦୀର ମାକିଡିଆଠାରେ ନିର୍ମାଣାଧିନ ସ୍ପର ଓ ପଥର ପେକିଂ କାର୍ଯ୍ୟପାଇଁ ଯାଉଥିବାରୁ ସେମାନଙ୍କୁ ସତର୍କ କରାଯାଇ ଏପରି ବେଆଇନ୍ ଓଭର ଲୋଡିଂ ନ କରିବାପାଇଁ ତହସିଲଦାର ଶ୍ରୀ ପଣ୍ଡା ପରାମର୍ଶ ଦେବା ସଂଗେ ସଂଗେ ଜୋରିମାନ ବାବଦକୁ ପ୍ରତି ଡମ୍ପରପିଛା ୧୮ହଜାର ହିସାବରେ ୧ଲକ୍ଷ ୪୪ ହଜାର ଟଙ୍କା ଆଦାୟ କରିଥିଲେ । ଏଠାରେ ସୂଚନାଯୋଗ୍ୟ ସେହି ସବୁ ଭାରିଯାନ ଗୁଡିକ ବିଦ୍ୟାଳୟ ଶିକ୍ଷାଦାନ ସମୟରେ ପରିବହନ ନ କରିବାକୁ ସଂପୃକ୍ତ ମାଲିକ ମାନଙ୍କୁ ପ୍ରଶାସନ ପକ୍ଷରୁ ଚେତାବନୀ ଦିଆଯାଇଛି ।

ରିପୋର୍ଟ : ଭୂପତି କୁମାର ପରିଡା