ବୃଦ୍ଧଙ୍କୁ ମିଳୁନି ସରକାରୀ ସହାୟତା…

ଜଳେଶ୍ଵର/ନୀଳଗିରି (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲ୍ଲା ନୀଳଗିରି ନିର୍ବାଚନ ମଣ୍ଡଳୀ ଅଧିନସ୍ଥ ଔପଦା ବ୍ଲକ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ପଂଚାୟତ ଅଧୀନରେ ରହିଥିବା ଦ୍ୱାରିକା ଗ୍ରାମର ପଡାଗ୍ରାମ ଗୁଡୀଖୁଳା ଏକ ଆଦିବାସୀ ଜନ ବହୁଳ ଅଞ୍ଚଳ ରୂପେ ପରିଚିତ | ଆମେ ବର୍ତ୍ତମାନ କହିବୁ ଯାହାଙ୍କ କଥା ଆପଣ ଦେଖି ଜାଣିବେ ଯେ ସରକାରଙ୍କର ଯୋଜନା କେତେ ଦୂର କାର୍ଯ୍ୟକାରୀ ହେଉଛି | ସରକାରଙ୍କର ନିୟମ ଅନୁଯାଇ ଜଣେ ବୃଦ୍ଧ ୬୦ ବର୍ଷରେ ବାର୍ଦ୍ଧକ୍ୟ ଭତ୍ତା ପାଇବାର ହକଦାର ଥିଲେ ମଧ୍ୟ ୭୬ ବର୍ଷ ପରେ ବି ସୁନାରାମ ମାଝୀ  ପାଇପାରୁନି ବାର୍ଦ୍ଧକ୍ୟ  ଭତା | କେବଳ ଭତ୍ତା ନୁହେଁ, ଏମିତି ବି ଓଡିଶା ସରକାରଙ୍କର ଖାଦ୍ୟ ସୁରକ୍ଷା ଆଇନ ତଥା ରାସନ କାର୍ଡରୁ ବଞ୍ଚିତ ରହିଛନ୍ତି ଓ ସ୍ୱଚ୍ଛ ଭାରତ ମିଶନର ପରିମଳ ଯୋଜନା ଯଥା ପାଇଖାନାରୁ ବି ବଞ୍ଚିତ ରହିଛନ୍ତି ସୁନାରାମ | ତାଙ୍କ କହିବା ଅନୁଯାଇ ସ୍ଥାନୀୟ ସରପଞ୍ଚଙ୍କ ଠାରୁ ଆରମ୍ଭ କରି, ଜିଲ୍ଲା ପ୍ରଶାସନଙ୍କୁ ବାରମ୍ବାର ଗୁହାରି କରିଥିଲେ | ଗୁହାରି ହୋଇ ରହିଯାଉଛି |ହେଲେ ସରକାରୀ ସହାୟତା ତାଙ୍କ ପାଖରେ ପହଁଚିବା ସାତସପନ ପାଲିଟିଛି | ପୁଣି ଅପରେ ପକ୍ଷରେ ଔପଦା ବିଡ଼ିଓଙ୍କୁ ଏ ବିଷୟରେ ପଚାରିଲା ବେଳକୁ, ଘଟଣାଟିକୁ ତଦନ୍ତ କରି ତୁରନ୍ତ ସହାୟତା ସହ ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ କରାଜୀବ ବୋଲି ପ୍ରତିଶୁତି ଦେଇଛନ୍ତି |