ବିଶ୍ୱ ବିଦିତ ବିଜୟାନନ୍ଦ ବନାମ ବିଜୁ ପଟ୍ଟନାୟକ…

ବିଜୟାନନ୍ଦ ପଟ୍ଟନାୟକଙ୍କ୧୯୧୬ ମସିହା ମାର୍ଚ୍ଚ ୫ ତାରିଖରେ ହଜାର ବର୍ଷର ଐତିହ ସମ୍ପର୍ଣ୍ଣ କଟକ ସହର ତୁଳସୀପୁର ଆନନ୍ଦଭବନରେ ଜନ୍ମଗ୍ରହଣ କରିଥିଲେ । ପିତା ଲକ୍ଷ୍ମୀ ନାରାୟଣ ପଟ୍ଟନାୟକଙ୍କର ଥିଲେ ନଅ ଭାଇ , ନଅ ଭଉଣୀ । ସେ ଗଂଜାମ ଜିଲ୍ଲାର ଅଧିବାସୀ ହୋଇଥିଲେ ହେଁ କଟକରେ ଉପଜିଲ୍ଲା ନ୍ୟାୟଧୀସ ଥିବାରୁ ସେ କଟକରେ ରହୁଥିଲେ। ତାଙ୍କ ଜ୍ୟେଷ୍ଠ ପୁତ୍ର ଶ୍ରଦ୍ଧାନନ୍ଦ ପଟ୍ଟନାୟକ ପରବର୍ତ୍ତୀ ସମୟରେ ଜର୍ଜ ପଟ୍ଟନାୟକ ନାମରେ ଜଣେ ସଫଳ ଦନ୍ତ ଚିକିତ୍ସକ ଭାବରେ କଟକସହରରେ ପ୍ରତିଷ୍ଠିତ ହୋଇଥିଲେ । ତାଙ୍କ ଅଲିଅଳି ଝିଅ – ମୁକୁତି ପଟ୍ଟନାୟକ ବିବାହପରେ ମୁକୁତି ମହାପାତ୍ର ନାମରେ ଓଡ଼ିଶାରେ ବେଶ ପରିଚିତ ହୋଇଥିଲେ । ତୃତୀୟ ସନ୍ତାନ ବିଜୟାନନ୍ଦ ପଟ୍ଟନାୟକ ଯିଏ କି ପରେ ପରବର୍ତ୍ତୀ ବିଜୁ ପଟ୍ଟନାୟକ ନାମରେ ସମଗ୍ର ବିଶ୍ୱରେ ପରିଚିତ ହୋଇଥିଲେ । ତାଙ୍କର ଚତୁର୍ଥ ସନ୍ତାନ ହେଉଛନ୍ତି ଦୟାନନ୍ଦ ପଟ୍ଟନାୟକ । ସାଧାରଣତଃ ସେ ସିଜୁ ପଟ୍ଟନାୟକ ନାମରେ ପରିଚିତ ଥିଲେ । ସେ ବିମାନ ବାହିନୀରେ ଯୋଗଦେଇ କର୍କଟ ରୋଗରେ ପୀଡିତ ଯୋଗୁଁ ଅକାଳରେ ମୃତ୍ୟୁ ବରଣ କରିଥିଲେ । ୧୯୨୩ ମସିହାର କଥା ମୁନ୍‌ସିଫ୍ ଲକ୍ଷ୍ମୀ ନାରାୟଣଙ୍କ ପରିବାରରେ ଶୋକର ଛାୟା ଖେଳି ଯାଇଥିଲା । ମାତ୍ର ୮ ବର୍ଷର ଶିଶୁପୁତ୍ର ବିଜୟାନନ୍ଦ ଅସୁସ୍ଥ ହୋଇ ଅତି ଦାରୁଣ ରୋଗରେ ପୀଡିତ ହେଲେ । କର୍ତ୍ତବ୍ୟ ନିଷ୍ଠ ଜଣେ ଗୋରା ସର୍ଜନ ଡ଼.ପିବ୍‌ଲେସ୍ ଅପରେସନ କରି ତାଙ୍କୁ ଭଲ କରିଥିଲେ । ଉଡ଼ାଜାହାଜ ଶିକ୍ଷା ସମୟରେ ଗୋଟିଏ ଉଡ଼ାଜାହାଜ ଆକାଶରେ ଭାଙ୍ଗି ଖଣ୍ଡଖଣ୍ଡ ହୋଇଯାଇଥିଲେ ସୁଦ୍ଧା ଅତି ଆଶ୍ଚର୍ଯ୍ୟ ଜନକଭାବେ ନିଜେ ରକ୍ଷା ପାଇଯାଇଥିଲେ ସେ । ମିଶନ ପ୍ରାଥମିକ ବିଦ୍ୟାଳୟ କଟକରୁ ଶିକ୍ଷା ସମାପ୍ତ ପରେ ସେ ମିଶନ ଉଚ୍ଚ ଇଂରାଜୀ ବିଦ୍ୟାଳୟରେ ଅଧୟନ କଲେ । ପ୍ରଧାନ ଶିକ୍ଷକ ପ୍ରବିଣଶିକ୍ଷାବିତ ମିଶନ ପ୍ରାଥମିକ ବିଦ୍ୟାଳୟ କଟକରୁ ଶିକ୍ଷା ସମାପ୍ତ ପରେ ସେ ମିଶନ ଉଚ୍ଚ ଇଂରାଜୀ ବିଦ୍ୟାଳୟରେ ଅଧୟନ କଲେ । ପ୍ରଧାନ ଶିକ୍ଷକ ଓଜେ ମିଲାନ ଅନୁଭବ କଲେ ବିଜୁ କୁଷ୍ଠ କସରତ , ସ୍କାଉଟ , କ୍ରୀଡା ,ସନ୍ତରଣ , ବିଭିନ୍ନ ପ୍ରତିଯୋଗିତା ସଫଳତା ପାଇଁ ବିଜୁ ହିଁ ବିଜୟର ଅନ୍ୟ ନାମ । ପରେ ମିସନ ସ୍କୁଲରୁ ରେଭେନସା କଲେଜେଟ୍ ସ୍କୁଲକୁ ସ୍ଥାନାନ୍ତରିତ ହୋଇଥିଲେ। ଆଇଏସି ଓ ପରେ ବିଏସି ପରୀକ୍ଷା ସମୟରେ ଉଡାଜାହାଜ ଶିକ୍ଷାରେ ଖୁବ କୃତିତ୍ୱ ଅର୍ଜନ କଲେ । ୧୯୪୭ ରେ ପଣ୍ଡିତ ନେହେରୁଙ୍କ ପରାମର୍ଶକ୍ରମେ ଇଣ୍ଡୋନେସିଆର ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ସହିତ ଯୋଗ ସୂତ୍ର ରକ୍ଷା କରିଥିଲେ । ପ୍ରଥମ କରି ରାଜନିତିରେ ପ୍ରବେଶ କରି କଟକ ସହରରୁ ରାଜ୍ୟ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ନୂଆ ଦିଲ୍ଲୀରେ ୧୯୪୭ ମସିହାରେ ଏସିଆନ କନଫରେନ୍ସ ଚାଲିଥାଏ । ପଣ୍ଡିତ ନେହେରୁ ଓ ଅନ୍ୟଭାରତୀୟ ନେତାମାନେ ଅନ୍ୟ ଦେଶର ନେତାମାନଙ୍କୁ ସେମାନଙ୍କ ଦେଶର ସମସ୍ୟା ଓ ଭଲମନ୍ଦ ପଚାରି ବୁଝୁଥାନ୍ତି। ଏହି ସମୟରେ ଜଣେ ଇଣ୍ଡୋନେସିଆ ପ୍ରତିନିଧି ଡଚ୍ ମାନଙ୍କ କବଳରୁ ସୁଲତାନ ସାହାରିୟରଙ୍କୁ ଉଦ୍ଧାର କରିବାକୁ ଅନୁରୋଧ କଲେ । ନେହେରୁ ଏହି ପରିସ୍ଥିତିରେ ବିଜୁଙ୍କ ସାହାଯ୍ୟ ମାଗିଥିଲେ । ବିନା ଦ୍ୱିଧାରେ ବିଜୁ ବିମାନ ଯୋଗେ ଆରମ୍ଭକଲେ ଇଣ୍ଡୋନେସିଆ ଅଭିଯାନ। ସାଙ୍ଗରେ ଏକମାତ୍ର ସହ ଯାତ୍ରୀ , ପତ୍ନୀ ଜ୍ଞାନ ପଟ୍ଟନାୟକ । ସେତେବେଳେ ଇଣ୍ଡୋନେସିଆ ଡଚ୍ ମାନଙ୍କ କବଳରେ ଥାଏ । ରାଷ୍ଟ୍ରପତି ଡ.ସୁକର୍ଣ୍‌ଙ୍କର ନେତୃତ୍ଵରେ ଇଣ୍ଡୋନେସିଆ ବାସୀ କ୍ଷମତା ହାସଲ ପାଇଁ ଚେଷ୍ଟା କରୁଥାନ୍ତି । କିନ୍ତୁ ଯୋଗା ଯୋଗ ଅଭାବରୁ ଡ.ସୁକର୍ଣ୍‌ଣଙ୍କର ସରକାର ଅନ୍ତର୍ଜାତିୟ ସହଯୋଗ ହୋଇପାରୁ ନ ଥାଏ । କି ବିପ୍ଳବ ଜୋରଦାର ହୋଇପାରୁ ନ ଥାଏ । ବିଜୁ ଇଣ୍ଡୋନେସିଆରେ ପହଞ୍ଚି ଡ.ସୁକର୍ଣ୍‌ଣଙ୍କ ସହ ଦେଖା କଲେ । ସେ ବିଜୁଙ୍କ ସହ ଭାରତ ଆସିବାକୁ ଅମଙ୍ଗ ହେଲେ, କାରଣ ସେତେବେଳେ ତାଙ୍କ ସ୍ତ୍ରୀ ଥିଲେ ଆସନ୍ନପ୍ରଶବା । ବିଜୁ ପହଞ୍ଚିବାର ଅଳ୍ପ ସମୟ ପରେ ଝିଅଟିଏ ଜନ୍ମ ହେଲା । ପରିବେଶ ପରିସ୍ଥିତିକୁ ଲକ୍ଷ୍ୟ କରି ବିଜୁ ଝିଅର ନାମ ଦେଲେ ମେଘାବତୀ ସୁକର୍ଣ୍ଣ ପୂତ୍ରୀ । ବର୍ତ୍ତମାନ ସେ ଇଣ୍ଡୋନେସିଆର ରାଜନିତୀ କ୍ଷେତ୍ରରେ ସୁ ପ୍ରତିଷ୍ଠିତା । କଟକ ବାଲିଯାତ୍ରା ଉତ୍ସବରୁ ପ୍ରଥମେ କଳିଙ୍ଗର ଇତିହାସ ବିଜୁବାବୁ ତାଙ୍କ ବାପାଙ୍କ ଠାରୁ ଜାଣିଥିଲେ । ଅତୀତର ଓଡିଆ ସାଧବମାନେ ବେପାର ବଣିଜ କରିବାକୁ ବୋଇତରେ ଜାଭା, ସୁମିତ୍ରା , ବାଲି ଓ ବୋର୍ଣ୍ଣିଓ ଆଦି ଦ୍ୱୀପକୁ ଯାଉଥିଲେ । ସେତେବେଳେ ବିଜୁ ପ୍ରଥମେ ବାଲୀଦ୍ୱୀପ ବିଷୟରେ ଧାରଣା କରିଥିଲେ । ବିଜୁ ଡଚ୍ ମାନଙ୍କର ଅବରୁଧ ଭଙ୍ଗକରି ବିମାନ ଚଳାଇ ସୁଲତାନ ସାହାରିୟାଙ୍କୁ ଉଦ୍ଧାରକରି ସୁଙ୍ଗାପୁର ଅଭିମୁଖେ ଯାତ୍ରା କଲେ । ପୁଣି ଡ.ମ୍ମହଦ ହଟ୍ଟାଙ୍କୁ ଉଧାରକକରି ଭାରତ ଇଭିମୁଖେ ଯାତ୍ରା ଆରମ୍ଭ କଲେ। ସୁଲତାନ ସାହାରିୟାର ଓ ଡ.ହଟ୍ଟାଙ୍କୁ ରେଙ୍ଗୁନ ବାଟେ କଲିକତା ଆଣିଲେ ଓ ସେଠାରୁ ଦିଲ୍ଲୀରେ ବିମାନ ଓହ୍ଲାଇଲେ । ସାହାରିୟା ଓ ହଟ୍ଟାଙ୍କ ସହ ନେହେରୁଙ୍କ ଆଲୋଚନା ହେଲା । ସାହାରିୟା ଓ ହଟ୍ଟା ସେତେବେଳେ ଇଣ୍ଡୋନେସିଆର ପ୍ରଧାନମନ୍ତ୍ରୀ ଓ ଉପରଷ୍ଟ୍ରପତି ଥାନ୍ତି । ଇଣ୍ଡୋନେସିଆ ସ୍ୱାଧୀନ ହେବାପରେ ବିଜୁବାବୁଙ୍କୁ ଭୂମିପୁତ୍ର ଉପାଧିରେ ଭୂଷିତ କରାଯାଇଥିଲା । ରାଷ୍ଟ୍ରପତି ସୁକର୍ଣ୍ଣ ଇଣ୍ଡୋନେସିଆରେ ବିଜୁ ବାବୁଙ୍କୁ ଏକ ତୌଳ ଖଣି ଶିଳ୍ପ ପ୍ରତିଷ୍ଠା ପାଇଁ ସୁଯୋଗ ଦେଲେ ଏବଂ ୫ଶହ ବର୍ଗ ପରିମିତ ଜଙ୍ଗଲ ଡଚ୍ ମାନଙ୍କ ପରିତ୍ୟକ୍ତ ଏକ ବିଶାଳ ପ୍ରସାଦ ଉପହାର ଭାବେ ଦେଇଥିଲେ । ବିଜୁ ପତ୍ନୀ ଜ୍ଞାନଦେବୀ ଅନୁରୋଧରେ ବିଜୁ ଏହି ବିଶାଳ ଉପହାରକୁ ନମ୍ରତାର ସହ ଫେରାଇ ଦେଇଥିଲେ । ଏହା ତାଙ୍କ ମହାନୁଭବତା ଓ ବିଶାଳ ହୃଦୟର ପରିଚୟ ଦିଏ । ୧୯୩୯ ମସିହାରେ ବିଜୁବାବୁଙ୍କର ବିବାହ ହୋଇଥିଲା ଜ୍ଞାନ ଦେବୀଙ୍କ ସହିତ । କାଶ୍ମୀରର ଏକ ସଭ୍ରାନ୍ତ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ଜ୍ଞାନଦେବୀ । ତାଙ୍କର ଭିଣଇ ସେତେବେଳେ ଇଣ୍ଡିଆନ ନେସନାଲ ଏୟାରୱେଜରେ ବିଜୁବାବୁଙ୍କ ସହ ଚାକିରି କରୁଥିଲେ । ଏହି ସୁଯୋଗରେ ଜ୍ଞାନଦେବୀଙ୍କ ସହ ବିଜୁବାବୁଙ୍କର ପରିଚୟ ହୋଇଥିଲା । ସେହ ପରିଚୟ କ୍ରମଶଃ ଘନିଷ୍ଟରୁ ଘନିଷ୍ଠତର ହୋଇଥିଲା । ଓ ପରିଶେଷରେ ଦୁହେଁ ବିବାହ ସୁତ୍ରରେ ଆବଧ ହେବାକୁ ସ୍ଥିର କଲେ । ଜ୍ଞାନଦେବୀଙ୍କ ପରିବାର ଅତି ଧନିଥିଲେ । ସେମାନଙ୍କର ଏମ ଏନ୍ ରାଧାକ୍ରୀଷ୍ଣ ଆଣ୍ଡକୋ ଲିମିଟେଡ୍ କମ୍ପାନୀ ଭାରତରେ ଏକ ବିଶିଷ୍ଟ ବ୍ୟବସାୟୀ ସଂସ୍ଥା କରି ଥିଲା। ପତ୍ୟୁତ୍ପନ୍ନମତ, ନିର୍ଭିକ ଓ ଉଦ୍ଦାମ ତାରୁଣ୍ୟରେ ଚଳଚଞ୍ଚଳ ବିଜୁବାବୁଙ୍କ ସହ କାଶ୍ମୀର ଉପତ୍ୟାକାର ଧନବାନ ପିତାଙ୍କର ସୁନ୍ଦରୀ ବୁଦ୍ଧିମତୀ କନ୍ୟାଙ୍କର ମିଳନ ବାସ୍ତବରେ କହିବାକୁ ଗଲେ ଓଡିଆ ଭାଷାରେ ରାଜଜୋଟକ । ଯେତେ ଭୟଙ୍କର କାଯ୍ୟ ଆସୁ ନା କାହିଁକି ସେ ସବୁଥିରେ ସ୍ୱାମୀଙ୍କୁ ଉତ୍ସାହିତ କରୁଥିଲେ । ବିଶେଷ କରି ସ୍ୱାଧୀନତା ସଂଗ୍ରାମରେ ବିଜୁ ବାବୁଙ୍କର ଗୁପ୍ତ ସହଯୋଗକୁ ସେ ଖୁବ୍ ପସନ୍ଦ କରୁଥିଲେ ଏବଂ କେତେକ କ୍ଷେତ୍ରରେ ନିଜେ ଅଣ୍ଟାଭିଡି ବାହାରି ଆସୁଥିଲେ । ମଣିଷ ଚରିତ୍ର ଅଧ୍ୟୟନରେ ପିତା ଲକ୍ଷ୍ମୀ ନାରାୟଣ ବାବୁ ଖୁବ୍ କୁଶଳୀ ଥିଲେ । ପାରଲାଖେମୁଣ୍ଡିର ସିଙ୍ଘ କାରୁକାର୍ଯ୍ୟ ସମଗ୍ର ବିଶ୍ୱରେ ପରିଚିତ ହୋଇଥିଲା । ଲକ୍ଷ୍ମୀ ନାରାୟଣ ବାବୁ ସେଠାରେ ଅବସ୍ଥାନ କରୁଥିବା ସମୟରେ ନିଜର ୩ ପୁଅଙ୍କ ଚରିତ୍ରର ବିଶ୍ଳେଷଣ ପାଇଁ ଏକ ସିମ୍ବଲିକ ସିଙ୍ଘ କାର୍ଯ୍ୟ ଦିନେ ପର୍ମାସୀ ଦେଇ କରାଇଥିଲେ । ଲକ୍ଷ୍ମୀ ନାରାୟଣ ବାବୁଙ୍କ ମୃତ୍ୟୁପରେ ମଧ୍ୟ ସେହି ସିଙ୍ଘ କାର୍ଯ୍ୟଟି ଯତ୍ନରେ ରଖାଯାଇଥିଲା । ୩ ପୁଅଙ୍କ ଚରିତ୍ରର ପରିସ୍ପୁଟନ ପାଇଁ ଗୋଟଏ ସିଙ୍ଘରେ ୩ଟି ଚଢେଇ ତିଆରି କରିଯାଇଥିଲା । ଗୋଟିଏ ଚଢେଇ ସମ୍ପୁର୍ଣ୍ଣ ଉପରକୁ ଥଣ୍ଟ ଟେକି ରହିଛି । ଅନ୍ୟଟି ଭୂମି ସମାତରାଳ ରାବରେ ଥଣ୍ଟକୁ ରଖିଛି ଓ ୩ୟ ଚଢେଇଟି ତଳକୁ ଥଣ୍ଟ ପାରିଛି । ଏହ ୩ ଥଟିଂଆ ଚଢେଇ ସମ୍ପର୍କରେ ବୁଝାଇବାକୁ ଯାଇ ଜର୍ଜ ବାବୁ କହନ୍ତି ଉପରକୁ ମୁହଁ ଟେକି ରହିଥିବା ଚଢେଇଟି ବିଜୁ ଚରିତ୍ରର ଏକ ସିମ୍ବଲିକ ପ୍ରତିଛବି । ଜୀବନରେ ସେ କେବେ ଛୋଟ କଥା ଚିନ୍ତା କରି ନାହିଁ । ପିଲା ଦିନରୁ ଟଙ୍କା ପଇସାକୁ ସେ କେବେ ଖାତିର କରିନାହିଁ । ଆମ ଅନ୍ୟ ଦୁଇ ଭାଇଙ୍କ ଅପେକ୍ଷା ସେ ବେଶୀ ଖର୍ଚ୍ଚ କରିଛି । ପ୍ରଥମ ଚଢେଇ ଭଳି ସେ ସବୁବେଳେ ଉପରକୁ ଚାହିଁଛି ଦୃଢ ଦୃଷ୍ଟି ସମ୍ପର୍ଣ୍ଣା ହୋଇ । ୨ୟ ଚଢେଇଟି କଥା ଭୂମିସହ ସମାନ୍ତରଳ ଭାବରେ ରହିଛି ତାର ଥଟଂ । ଏଇଟି ହେଉଛି ଜର୍ଜ ବାବୁଙ୍କର ପ୍ରତିଛବି । କଟ୍ ୟୋର କୋର୍ଟ ଆକଡିଙ୍ଗି ଟୁ ୟୋର କଲ୍‌ଥ (ଯେତିକି ଚୁନାକୁ ସେତିକି ପିଠା) । ବାବା ଯାହା ହାତ ଖର୍ଚ୍ଚ ଦିଅନ୍ତି ତାଠାରୁ ଅଧିକ ଖର୍ଚ୍ଚ କରିବା ଜର୍ଜ ବାବୁଙ୍କ ନୀତି ବିରୋଦ୍ଧି । ୩ୟ ଚଢେଇ କଥା ଅନ୍ୟ ଚଢେଇଙ୍କ ଠାରୁ ସ୍ୱତନ୍ତ୍ର ତଳକୁ ଥଟଂକରି ନିରବରେ ଛିଡା ହୋଇଛି । ତୃତୀୟ ପୁତ୍ର ସିଜୁ ବାବୁଙ୍କ କଥା । ହାତେ ମାପି ଚାଖଣ୍ଡେ ଚାଲିବା ଲୋକ ଇଏ । ମାଆ ଯଦି ସିଜୁବାବୁଙ୍କୁ ୧୦୦ଟଙ୍କା ଦେଇଥାନ୍ତି ତେବେ ବହୁ କଷ୍ଟରେ ୪୦ଟଙ୍କା ଖର୍ଚ୍ଚ କରି ଅବଶିଷ୍ଟ ୬୦ଟଙ୍କା ବଳକା ରଖୁଥିଲେ । ନୀରବରେ ବଗ ଭଳି ଅନ୍ୟର ଉଦ୍ଦେଶ୍ୟରେ ହିଁ ସେ ବସି ରହିଥାନ୍ତି । ସୁଯୋଗ ପଡିଲେ ଶିକାର ଖସି ଯିବାର କୌଣସି ଉପାୟ ନଥାଏ । ଆଉ ଏକ ମାତ୍ର ଝିଅ ଗୀତା ମେହେଟ୍ଟା ଜଣେ ସୁ ଲେଖିକା । ବିଜୁ ବାବୁଙ୍କ ଇଚ୍ଛାଥିଲା ସେ ତାଙ୍କ ଆତ୍ମ ଜୀବନୀ ଲେଖିଥାନ୍ତେ । ମାତ୍ର ତାଙ୍କର ସେ ଆଶା ଅଶାରେ ହିଁ ରହିଗଲା । ତାଙ୍କ ଝିଅ ଗୀତା ମେହେଟ୍ଟା ତାଙ୍କର ପ୍ରକାଶିତ ଇଂରାଜୀ ପୁସ୍ତକ ସ୍ନେକ ଆଣ୍ଡ ଲାଡର୍ସ ବହିରେ ଠାଏ ଠାଏ ତାଙ୍କ ବାପାଙ୍କ ବିଷୟରେ ଅନୁବାଦ କରି ଲେଖିଛନ୍ତି । ବଡପୁଅ ପ୍ରେମ ପଟ୍ଟନାୟକ ଶିଳ୍ପ ଉପରେ ମନୋନିବେଶ କରିଥିବା ବେଳେ ୨ୟ ପୁତ୍ର ନବୀନ ପଟ୍ଟନାୟକ ଆଜି ରାଜନୀତି ଆକାଶରେ ନୂଅ ନୂଆ ଚିନ୍ତାଧାରା ପ୍ରକଟ କରି ଚାଲିଛନ୍ତି ଓ ପିତାଙ୍କ ଦ୍ୱାରା ନାମିତ ନବୀନ ନାମକୁ ସାର୍ଥକ କରିଛନ୍ତି । ବାସ୍ତବିକ ଏକତା ସାହିତ୍ୟ ସଂସ୍କୃତିର ପ୍ରାଣକେନ୍ଦ୍ର ଥିବା କଟକରେ ଭୂମିଷ୍ଟ ହୋଇ ଭୂମିପୁତ୍ର ଉପାଧିରେ ଭୁଷିତ ହେବା ସଙ୍ଗେ ସଙ୍ଗେ କଳିଙ୍ଗର ଉପଯୁକ୍ତ ବରପୁତ୍ର ଭାବେ ବିଶ୍ୱବାସୀଙ୍କ ପାଇଁ ତାଙ୍କର ଅଲିଭାଦାଗ ଛାଡି ସବୁଦିନ ପାଇଁ ଅମର ହୋଇ ଯାଇଛନ୍ତି । ତାଙ୍କର ପ୍ରତିଟି ଆହ୍ୱାନ ଆଜି ଯୁବ ସମାଜର ଦେୟ ହେଉ ଏତିକି କାମନା । ସେ ପୃଥିବୀର ଏକ ଅନନ୍ୟ ମଣିଷ । ପୁରୀ ସ୍ୱର୍ଗ ଦ୍ୱାରଠାରେ ଯାହାଙ୍କ ଅନ୍ତେଷ୍ଟି କ୍ରିୟାରେ ଶବ ଶୋଭା ଯାତ୍ରାରେ ବହୁ ଜନସମାବେସ ହୋଇଥିଲା । ତାହା ତାଙ୍କର ଲୋକ ପ୍ରିୟତାକୁ ପ୍ରମାଣିତ କରିଥିଲା ।

ସହାୟକ ଗ୍ରନ୍ଥ…
ଅଧ୍ୟାପକ ସିଦ୍ଧ୍ୟାର୍ଥ ଶଙ୍କର ପାଢୀଙ୍କ ସମ୍ପାଦିତ ପୁସ୍ତକ, ବିଜୁ ମହାନାୟକ, ଅଧ୍ୟାପକ କାଳନ୍ଦୀ ବେହେରାଙ୍କ ଲିଖିତ ପୁସ୍ତକ କଳିଙ୍ଗର ବରପୁତ୍ର, ହେ ମହା ଜୀବନ, ପୁସ୍ତକ ସମ୍ପାଦନା-ଅଧ୍ୟାପକ ସଶାଙ୍କ ଚୂଡାମଣି ।

ଲେଖକ : ଶ୍ରୀ ବରଦାପ୍ରସନ୍ନ ଦାସ
ମୋ- ୯୮୬୧୧୪୫୬୮୭