ବିଶ୍ୱ ବନ୍ଧୁତ୍ୱ ଦିବସରେ ବନ୍ଧୁତ୍ୱ …

ସ୍ଵାଗତିକା ର ପରିବାର ଭୁବନେଶ୍ୱର କୁ ଆସିଲେ ରହିବା ପାଇଁ.ତାର ବାପା ଗୋଟିଏ ସରକାରୀ କିରାଣୀ. ଯାହା ପଇସା ମିଳେ ସୁଖେ ଦୁଃଖେ ପରିବାର ର ଭରଣପୋଷଣ ହୋଇଯାଇଥାଏ.ସେଇ ପାଖରେ ଥିବା ଏକ ନୋଡାଲ ମାଧ୍ୟମିକ ବିଦ୍ୟାଳୟ ରେ ସ୍ଵାଗତିକା ର ନାମନବମ ଶ୍ରେଣୀ ରେ ଲେଖାଇଦେଲେ. ଝିଅଟି ବହୁତ ଭଲ ପାଠ ପଢେ.ବହୁତ ଶୀଘ୍ର .ଅଚିରେ ସମସ୍ତ ଙ୍କୁ ସ୍ନେହ ବନ୍ଧନ ରେ ବାନ୍ଧିଦେଇଥାଏ. ଏହି ଗୁଣ ଯୋଗୁ ସେ ତାର ବିଦ୍ୟାଳୟ ରେ ବହୁତ ସାଙ୍ଗ ସାଥୀ ହୋଇଗଲେ. ତାକୁ ସମସ୍ତେ ବହୁତ ଭଲ ପାଇଥାନ୍ତି. ସନ୍ତୋଷ ବୋଲି ପିଲାଟିଏ ସେ ତାର ସହପାଠୀ ସେ ସ୍ଵାଗତିକା କୁ ପାଠ ପଢ଼ାରେ ବହୁତ ସାହାଯ୍ୟ କରେ ଧୀରେ ଧୀରେ ସେ ତାର ଭଲ ବନ୍ଧୁଟିଏ ହୋଇଗଲା..ଦୁଇ ଜଣ ଙ୍କର ଘର ଗୋଟିଏ କଲୋନୀ ରେ ଦୁଇ ଚାରୋଟି ଘର ଛାଡିକି, ଦୁଇଜଣ ଅତି ପ୍ରିୟ ବନ୍ଧୁ ହୋଇଗଲେ ଏମିତି କି ଦୁଇ ଜଣ ଟିଫିନ ସାଙ୍ଗ ହୋଇ ଖାଇଥାନ୍ତି.ସାଙ୍ଗ ହୋଇକି ସ୍ଵାଗତିକା ଘରେ ପାଠ ପଢିଥାନ୍ତି. ଦିନକୁ ଦିନ ସମ୍ପର୍କ ଅତି ନିବିଡ଼ ହେବାକୁ ଲାଗିଲା. ଗୋଟେ ଦିନ ବି ନଦେଖି କିଏ କାହାକୁ ରହିପାରନ୍ତିନି. ସନ୍ତୋଷ ର ବାପା ଜଣେ ବ୍ୟବସାୟୀ ମା ଗୃହିଣୀ ଅଟନ୍ତି.ସ୍ଵାଗତିକା ତାଙ୍କ ଘରେ ଯେମିତି ଝିଅ ଟିଏ ଭଳି.ସନ୍ତୋଷ ନିଜ ହୃଦୟ ରେ ସ୍ଵାଗତିକା କୁ ଭବିଷ୍ୟତ ରେ ଜୀବନ ସାଥୀ କରିବ ବୋଲି ଭାବିସାରିଛି. କିନ୍ତୁ ମନ କଥା କେବେ ତାକୁ କହିପାରିନି. କାରଣ ବୟସ ର ଚପଳତା ରେସ୍ଵାଗତିକା ଏକାଳେ କିଛି ବୁଝିପାରିବ ନାହିଁ ? ସମୟ କ୍ରମେ ଦୀର୍ଘପାଞ୍ଚ ପରେ ସନ୍ତୋଷ ଆମେରିକା ରୁ ଜଣେ ଡାକ୍ତର ହୋଇ ଓଡିଶା କୁ ଫେରିଆସିଲା. ମନରେ କେତେ ସ୍ବପ୍ନ ସ୍ଵାଗତିକା କୁ ନେଇ..ଏବେ ସ୍ଵାଗତିକା ତାର ମନର କଥା ବୁଝିପାରିବ.. ପୁଣି ମନରେ ବହୁତ ପ୍ରଶ୍ନ ଥିଲା କି ସ୍ଵାଗତିକା କଣ ଏଯାଏଁ କୁଆଁରି ଥିବ!ମୋତେ କଣ ସେ ଅପେକ୍ଷା କରିଥିବ? କାରଣ ପାଞ୍ଚ ବର୍ଷ ଭିତରେ ତାର ସ୍ଵାଗତିକା ସହିତ କୋୖଣସି ସମ୍ପର୍କ ନଥିଲା.ସ୍ଵାଗତିକା ବାପାଙ୍କର ଅବସର ପରେ ସେ ଗାଁ କୁ ଚାଲି ଯାଇଥିଲେ.. ସନ୍ତୋଷ ନିଜ ବାପା ମାଙ୍କୁ ମଧ୍ୟ ଏହି ବିଷୟରେ କିଛି କହିନଥିଲା କି ସ୍ଵାଗତିକା ବିଷୟରେ ପଚାରିବା ପାଇଁ ସାହସ କରିନଥିଲା,କାରଣ ସେ ଭାବୁଥିଲା ସ୍ଵାଗତିକା ବିଷୟରେ ପଚାରିଲେ ବାପା ମା କଣ ମନରେ ଭାବିଦେବେ -ପୁଅ ପାଠ ପଢ଼ାରୁ ବିଚ୍ୟୁତି ହେଉଛି,ଏହିପରି ମନରେ କିଛି ଦ୍ଵନ୍ଦ ଆଣିପାରନ୍ତି. ଏହି ସବୁ ଭାବନା ଭିତରେ ସନ୍ତୋଷ ଆସି ପହଞ୍ଚି ଗଲା ନିଜ ଗୃହରେ.ସନ୍ତୋଷ କୁ ମା ପୂଜା ଥାଳି ଧରି ସ୍ୱାଗତ କଲେ, ବନ୍ଧୁ ବାନ୍ଧବ ବହୁତ ମଧ୍ୟ ସାଥିରେ ଅଛନ୍ତି. ସମସ୍ତେ ଆଜି ସହାସ୍ୟ ବଦନରେ ଉପସ୍ଥିତ ଡାକ୍ତର ସନ୍ତୋଷ କୁ ସ୍ୱାଗତ କରିବା ପାଇଁ.କିନ୍ତୁ ସନ୍ତୋଷ ତାର ପିଲାଦିନ ବାନ୍ଧବୀ କୁ ଖୋଜିଚାଲିଛି, ହଠାତ ତାର ଚକ୍ଷୁ ନିକ୍ଷେପ ହେଲା ଜଣେ ଧଳା ଶାଢ଼ୀ ପରିଧାନ କରିଥିବା ବିଧବା ଙ୍କ ଉପରେ..ସେଇ ନିରୀହ ଆଖି, ସେ ପଦ୍ମ ପାଖୁଡା ଓଠ ସହ ସୁନ୍ଦର ମୁଖ ମଣ୍ଡଳ!ସେ କଣ ମୋର ସେ ପ୍ରିୟତମା ସ୍ଵାଗତିକା ତାର ଏପରି ପରିଧାନ କଣ ପାଇଁ ସେ କରିଛି କହି -ଜୋରରେ ଚିତ୍କାର କରି ଡାକିଲା ସ୍ଵାଗତିକା…….. ¡!ହଠାତ ସ୍ଵାଗତିକା ରହିଗଲା ଆଉ ହସ ହସ ମୁହଁରେ ତାକୁ ଅଭିନନ୍ଦନ ଜଣାଇଲେ. ସନ୍ତୋଷ କହିଲାତୋର ଏଇ କି ବେଶ ମୋତେ ରହସ୍ୟ କରୁଛୁ ..ଏଭଳି ରହସ୍ୟ ମୋର ପସନ୍ଦ ନୁହେଁ ହେଲା.. ଯା ଜଲଦି ଶାଢ଼ୀ ବଦଳାଈକି ଆସେ. ସ୍ଵାଗତିକା ସ୍ତବ୍ଧ ପ୍ରାୟ ହୋଇଯାଇ କହିଲା ରହସ୍ୟ ତୋତେ କାହିଁକି କରିବି.. ଭାଗ୍ୟ ମୋ ସହିତ ଖେଳ ଖେଳି ରହସ୍ୟ କରିଛି କହି ଭୋ ଭୋ କାନ୍ଦି ଉଠିଲା. ସନ୍ତୋଷ କିଛି ବୁଝିପାରିଲାନି.. ତାକୁ କହିଲା ତୁ ମୋତେ ସବୁ କହ କଣ ହୋଇଛି ତୋର.. ସୁନିତା କହି ଚାଲିଲା ଅତୀତ ଘଟଣା ସବୁ……………………..ସନ୍ତୋଷ ତୁମେମେଡିକାଲ ପଢିବାକୁଗଲା ପରେ, ମୋର ବିବାହ ଜଣେ ଡାକ୍ତର ଙ୍କ ସହିତ ଠିକ ହୋଇଗଲା. ତୁମକୁ ଏକଥା ଜଣାଇବା ପାଇଁ ବହୁତ ଚେଷ୍ଟା କରିଛି କିନ୍ତୁ ଭାବିଲି ଏକଥା ଜାଣିଲେ ତୁମେ ସିଧା ମୋ ବିଭାଘରକୁ ଚାଲିଆସିବ ଫଳରେ ପାଠ ପଢ଼ା ରେ ଅସୁବିଧା ହେବ ସେଥିପାଇଁ ମଉସା ଆଉ ମାଉସୀ ଙ୍କୁ ମଧ୍ୟ ମନା କରିଥିଲି ଏକଥା ତୁମକୁ ନଜଣାଇବା ପାଇଁ,ତୁମେ ଆସିଲେ ମୁଁ ଅଚାନକ ଜଣାଇ ତୁମକୁ ଉପହାର ଦେବି ବୋଲି ଭାବିଥିଲି କିନ୍ତୁ ସବୁ ସରିଗଲା ସନ୍ତୋଷ… ବାହାଘର ବହୁତ ଧୂମଧାମ ରେ ହେଲା.. ବିବାହ ସରିଲା ପରେ କନ୍ୟା ବିଦା ପରେ ରାତ୍ରି ରେ ଶାଶୁ ଘରକୁ ଆସିବା ସମୟରେ ଟ୍ରକଧକାରେ ମୋର ସ୍ୱାମୀ ଙ୍କର ମୃତ୍ଯୁ ହେଲା. ଶାଶୁ ଘର ଲୋକଙ୍କ ନିନ୍ଦା ଅପମାନ ଅସହ୍ୟ ହୋଇଗଲା. ସେମାନଙ୍କ ଆଖିରେ ମୁଁ ଦୋଷୀ ହୋଇଗଲି.. ମୋତେ ବିବାହ କରିଲା ପରେ ତାଙ୍କ ପୁତ୍ର ର ମୃତ୍ଯୁ ହେଲା ବୋଲି ସବୁଦିନ ଗଞ୍ଜଣା ଶୁଣି ଶୁଣି ଅଣନିଶ୍ୱାସୀ ହୋଇଗଲି ମୁଁ. ଆଜି ମୁଁ ବାପା ମା ଙ୍କ ପାଖରେ ତାଙ୍କ ମୁଣ୍ଡ ରେ ବୋଝ ହୋଇରହିଛି . ବହୁତ ସ୍ଥାନ ରୁ ଚାକିରିଟିଏ ପାଇଁ ଚେଷ୍ଟା କରି. ମାଂସ ଲୋଭୀ ମାନଙ୍କର ଶିକାର ହୋଇ ଆଜି ନିରାଶ୍ରୟା ହୋଇ ପଡ଼ିରହିଛି.. କହି କାନ୍ଦି ଉଠିଲା ସ୍ଵାଗତିକା… ସନ୍ତୋଷ ତାକୁ ନିଜ ଆଡକୁ ଟାଣି ଆଣି ଛାତିରେ ଚାପି ଧରିଲା.. ଆଖିରୁ ତାର ଲୁହ ପୋଛିଦେଲା. ଆଉ କହିଲା ସ୍ଵାଗତିକା ତୁମକୁ ଗୋଟେ କଥା କହିବି ଖରାପ ଭାବିବନି.. ସ୍ଵାଗତିକା କହିଲା ହଁ କୁହ ତୁମେ ମୋର ବନ୍ଧୁ ଯାହା କହିବ ମାନିବି.. ସନ୍ତୋଷ ର ଓଠ ଥରିଉଠିଲା ଥର ଥର ଓଠରେ ସେ କହିଲା ସ୍ଵାଗତିକା -ମୁଁ ତୁମକୁ ପିଲାବେଳୁ ନିଜର ଜୀବନ ସାଥୀ କରିବି ବୋଲି ଭାବିନେଇଥିଲି.. କିନ୍ତୁ କେଭେ ତୁମ ନିକଟରେ ପ୍ରକାଶ କରି ନାହିଁ. ତୁମେ ଯଦି ରାଜି ହେବ ମୋର ତୁମ ହସ୍ତ ଧରିବାରେ କିଛି ଆପତ୍ତି ନାହିଁ. ସୁନିତା କହିଲା.. ତୁମେ ଜଣେ ଏତେ ବଡ ଡାକ୍ତର ତୁମକୁ ଜୁଆଇଁ କରିବା ପାଇଁ କେତେ ଧନୀ ବ୍ୟକ୍ତି ତାଙ୍କର ସୁନ୍ଦର ଝିଅ ମାନଙ୍କ ସହିତ ବିବାହ ଦେବା ପାଇଁ ଚାହିଁବସିଛନ୍ତି . କାହିଁକି ମିଛ ମରୀଚିକା ପଛରେ ଧାବମାନ ହେଉଛ . ଯେଉଁଠି କେବେବି ଜଳ ଟୋପେ ମିଳିବା ଅସମ୍ଭବ ଅଟେ. ମୋତେ ଏକାକୀ ବଞ୍ଚିବାକୁ ଦିଅ ସନ୍ତୋଷ| କିନ୍ତୁ ସନ୍ତୋଷ କହିଲା ମୋର ଦରକାର ନାଇଁ ସେ ମାୟାବୀ ଜଳ ବିନ୍ଦୁ ଭରା ତଟିନୀ . ମରୁଭୂମି ରେ ମୁଁ ନିଜେ ଜଳଧାରା ଖୋଦିତ କରିବି . ବନ୍ଧୁ ଟିଏ ହୋଇ ଜୀବନ ସାରା ବନ୍ଧୁ ହୋଇ ରହିବାକୁ ଭିକ୍ଷା ମାଗୁଛି ତୁମକୁ.. ଏହା ପରେ ସ୍ଵାଗତିକା ମୁଖ ମଣ୍ଡଳ ରେ ଆନନ୍ଦ ଆଉ ଚକ୍ଷୁ ରେ ଖୁସି ର ଲହୁ . ଏହି ପ୍ରକୃତ ବନ୍ଧୁ ଙ୍କର ମିଳନ ରେ ପୃଥିବୀ ରାଣୀ ର ଆନନ୍ଦ ଅଶ୍ରୁ ଶ୍ରାବଣ ର ଧାରା ରେ ପ୍ରଭାହିତ ହେଲା.. ଆଜି ଦୁଇଜଣ ପ୍ରକୃତ ବନ୍ଧୁ ଙ୍କର ମିଳନ.. ଦୁଇ ପରିବାର ମଧ୍ୟ ବହୁତ ଖୁସି ହେଲେ. ଏସବୁ କଥା ଆଗରୁ ଜାଣିଥିଲେ ହୁଏତ ଆଜି ସ୍ଵାଗତିକା କୁ ଏଭଳି ପରିସ୍ଥିତି ର ସମ୍ନା କରିବାକୁ ପଡ଼ିନଥାନ୍ତା .. ଦୁଇ ଜଣ ଙ୍କର ବିବାହ ରୀତି ଅନୁସାରେ ସମ୍ପର୍ଣ ହେଲା. ସମସ୍ତ ଙ୍କ ଆଶୀର୍ବାଦ ରୁ ଦୁଇ ବନ୍ଧୁ ଙ୍କର ବନ୍ଧୁତା ଚିରଦିନ ଅମର ହୋଇ ରହିଗଲା ……………… ୟାକୁ ତ କୁହନ୍ତି ପ୍ରକୃତ ବନ୍ଧୁତା……………………. ବିନା ସ୍ୱାର୍ଥ ରେ ଗଢ଼ା ହୋଇଥିବା ବନ୍ଧୁତା କେବେ ବି ଭାଙ୍ଗିଯାଇ ନଥାଏ. ଯଦି ସ୍ୱାର୍ଥ ହାତୁଡି ହୁଏ, ବନ୍ଧୁ ରୂପୀ ପାଚେରୀ କୁ ଦୃଢ଼ କରିଥାଏ ସେମେଣ୍ଟ ଆଉ ନଇଁ ବାଲି ରୂପୀ ନିସ୍ଵାର୍ଥ ସମ୍ପର୍କ… ଧନ୍ୟବାଦ ଆଜ୍ଞା ଗଳ୍ପ ଟି ଭଲ ଲାଗିଲେ ସମସ୍ତେ ମତାମତ ନିହାତି ଭାବରେ ଦେବେ … ………………..

ଲେଖିକା : ମୋନାଲିସା ପ୍ରିୟଦର୍ଶିନୀ ନନ୍ଦ, ବେଦପୁର, ବାଙ୍କୀ, କଟକ