ବିଶ୍ୱ ଅର୍ଥନୀତିକୁ ସୁଦୃଢ଼ କରିବାକୁ ପ୍ରସ୍ତାବ…

ନୂଆଦିଲ୍ଲୀ(ସମୃଦ୍ଧ ଓଡିଶା)ବିଶ୍ୱ ଆତଙ୍କିତ ମହାମାରୀ କରୋନା ଭାଇରସ ସଂକ୍ରମଣକୁ ନେଇ ବିଶ୍ୱସ୍ତରର ସ୍ଥିତିକୁ ଦେଖି ଜି ଟ୍ୱେଣ୍ଟି ରାଷ୍ଟ୍ରମାନଙ୍କର ସମୂହ ମୁକାବିଲା ପାଇଁ ଅଜସ୍ର ଆର୍ଥୀକ ସହାୟତା ଦେଉଥିବା ଜଣାପଡିଛି । ବିଶ୍ୱ ଅର୍ଥନୀତିକୁ ଏହି ରାଷ୍ଟ୍ରଗୁଡ଼ିକ ୫ ଟ୍ରିଲିଅନ୍‌ ଡଲାର ଦେବାକୁ ପ୍ରସ୍ତାବ ଦେଇଛନ୍ତି। ଏହି ଅର୍ଥ କରୋନା ସଂକ୍ରମଣରୁ ଉପୁଜିବା ସାମାଜିକ, ଅର୍ଥନୀତିକ ଏବଂ ଆର୍ଥିକ ଅଭାବ ଅନାଟନ ଭଳି ସମସ୍ୟା ଗୁଡିକର ମୁକାବିଲାରେ ସହାୟକ ହେବ ବୋଲି କୁହାଯାଇଛି ।ଏହା ପୂର୍ବରୁ ବର୍ତ୍ତମାନ ଜି ଟ୍ୱେଣ୍ଟି ନେତୃତ୍ୱ ନେଉଥିବା ସାଉଦି ଆରବ ପକ୍ଷରୁ ଜି ଟ୍ୱେଣ୍ଟି ରାଷ୍ଟ୍ରଙ୍କୁ ଆହ୍ୱାନ କରାଯାଇଥିଲା । ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଆଜି ଅନୁଷ୍ଠିତ ଏହି ବୈଠକରେ ରାଷ୍ଟ୍ର ସମୂହ ଏକତା ପ୍ରଦର୍ଶନ କରି ଆଇଏମ୍‌ଏଫ୍‌, ଡବ୍ଲୁଏଚ୍‌ଓ ଏବଂ ବ୍ୟାଙ୍କଗୁଡ଼ିକ ବିକାଶଶୀଳ ରାଷ୍ଟ୍ରଗୁଡ଼ିକୁ ଆର୍ଥିକ ପ୍ୟାକେଜ୍‌ ଦେବାକୁ ଦାବି କରିଥିଲେ।ଏହି ବୈଠକରେ ଚାଇନା ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ କହିଥିଲେ ଯେ , ଏହି ଭାଇରସ୍‌ର କୌଣସି ସୀମା ନାହିଁ। ଆମେ ସମସ୍ତେ ଗୋଟିଏ ଶତ୍ରୁ ବିରୋଧରେ ଲଢ଼େଇ କରୁଛେ। ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଡବ୍ଲୁଏଚ୍‌ଓର ସଂସ୍କାର ଦରକାର। ଏଥିସହ କରୋନା ମୁକାବିଲା ପାଇଁ ଏକ ସଶକ୍ତ ପ୍ଲାନ୍‌ ପାଇଁ ସେ ଆହ୍ୱାନ କରିଥିଲେ।