ବିଶ୍ୱକର୍ମା ଶିଳ୍ପ ସମବାୟ ସମିତି ଲି. ର ସଭାପତି ହେଲେ ସୂର୍ଯ୍ୟନାରାୟଣ

ବ୍ରହ୍ମପୁର: ବ୍ରହ୍ମପୁର ସହରର ସର୍ବ ପୁରାତନ ଶିଳ୍ପ ସମବାୟ ସମିତି ଲିମିଟେଡ଼ର ନିର୍ବାଚନ ଅନୁଷ୍ଠିତ ହୋଇଆଯାଇଛି। ଏହି ସମୟବାୟ ସମିତିର ସଭାପତି ଭାବରେ ନିର୍ଦ୍ୱନ୍ଦରେ ସଭାପତି ଭାବରେ ନିର୍ବାଚିତ ହେଲେ ସୂର୍ଯ୍ୟନାରାୟଣ ମହାରଣା। ଏହା ସମେତ ହରିଚନ୍ଦ୍ର ମହାରଣା, ଧର୍ମେନ୍ଦ୍ର ମହାରଣା, ମହାରଣା ଏବଂ ଶ୍ୟାମ ମହାରଣା ନିର୍ଦ୍ଦେଶକ ଭାବରେ ନିର୍ବାଚିତ ହୋଇଛନ୍ତି। ଆଗାମୀ ଦିନ ମାନଙ୍କରେ ବିଶ୍ୱକର୍ମା ଶିଳ୍ପ ସମବାୟ ସମିତିର ସର୍ବାଙ୍ଗୀନ ଉନ୍ନତି ସହ ସ୍ଥାନୀୟ ବଢ଼େଇ ଜାତିର ସଂଶ୍ଳିଷ୍ଠ ସାମୁହିକ ସ୍ୱର୍ଥ ଦୃଷ୍ଟିରୁ କାମ କରିବା ପାଇଁ ସଭାପତି ଆହ୍ୱାନ ଦେଇଥିଲେ। ଆଜି ଏହି କମିଟି ଗଠନ ପରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା ଏହି କାର୍ଯ୍ୟକ୍ରମକୁ ସନ୍ୟାସୀ ମହାରଣା ପରିଚାଳନା କରିଥିବା ବେଳେ ମହୁରୀ ତାଲୁକାର କାର୍ଯ୍ୟକାରୀ ସଭାପତି ଭାଗିରଥି ମହାରଣା, ସ୍ଥାନୀୟ ଦୁଇ ନମ୍ବର ୱାର୍ଡ କର୍ପୋରେଟର ଏନ. ଆପା ରାଓ, ମନ୍ଦିର କମିଟି ସଭାପତି ଦେବହରି ମହାରଣା, ପ୍ରଫୁଲ ମହାରଣା, ଶଙ୍କର ମହାରଣା, ପ୍ରକାଶ ଚନ୍ଦ୍ର ମହାରଣା, ଭଗବାନ ମହାରଣା, ବାଙ୍କ ମହାରଣା, ଜୟ ମହାରଣା, ପ୍ରଶାନ୍ତ ମହାରଣା, ପ୍ରଭାକର ମହାରଣା, କିରଣ ମହାରଣା, ସୁରେଶ ମହାରଣା, ରାଜୁ ମହାରଣା, ମିଟୁ ମହାରଣା, ପ୍ରଶାନ୍ତ ମହାରଣାଙ୍କର ସମେତ ଅନେକ ବୁଦ୍ଧିଜୀବୀ ମନ୍ଦିର ଉନ୍ନୟନ କମିଟି ସମବାୟ ସମିତିର ସଦଶ୍ୟ ଉପସ୍ଥିତ ଥିଲେ।

ରିପୋର୍ଟ:ଜିଲ୍ଲାପ୍ରତିନିଧି ନିମାଇଁ ଚରଣ ପଣ୍ଡା