ବିଶ୍ଵ ଶ୍ରମିକ ଦିବସରେ ଶିକ୍ଷକ, ଶ୍ରମିକ କର୍ମଚାରୀ ସମନ୍ଵୟ ସମିତି ତରଫରୁ ‘ଶ୍ରମିକ ଦିବସ ଓ ସାଂପ୍ରତିକ ସମୟ’ ବିଷୟରେ ଆଲୋଚନା ଚକ୍ର…

ଜଳେଶ୍ଵର (ସମୃଦ୍ଧ ଓଡିଶା) ବିଶ୍ଵ ଶ୍ରମିକ ଦିବସ ପରିପେକ୍ଷୀରେ ଶିକ୍ଷକ ଶ୍ରମିକ କର୍ମଚାରୀ ସମନ୍ଵୟ ସମିତି ତରଫରୁ ଜଳେଶ୍ଵର ଠାରେ ଅପରାହ୍ନରେ ଜୀବନ ବୀମା ପରିସରରେ ଏକ ଆଲୋଚନା ଚକ୍ର ବିଷୟ ‘ଶ୍ରମିକ ଦିବସ ଓ ସାଂପ୍ରତିକ ସମୟ’ ଅନୁଷ୍ଠିତ ହୋଇଯାଇଛି । ସକାଳେ ବିଭିନ୍ନ ଟ୍ରେଡ ୟୁନିୟନରେ ପ୍ରଥମେ ଲାଲ ପତାକା ଉତ୍ତୋଳନ କରାଯାଇଥିଲା । ଆଠ ଘଣ୍ଟାର ଦାବି ନେଇ ୧୮୮୬ ମସିହାରେ ଯେଉଁ ଶ୍ରମିକ ଆନ୍ଦୋଳନ ଆରମ୍ଭ ହୋଇଥିଲା, ଏହା ଭିତରେ ୧୩୬ ବର୍ଷ ବିତି ଯାଇଛି । ମାତ୍ର ଆଜି ବି ଶ୍ରମିକ ମାନେ ବିଭିନ୍ନ ସମସ୍ୟାରେ ଜର୍ଜରିତ । ବିଗତ ୩ ଦଶନ୍ଧି ଧରି ନବ୍ୟ ଉଦାରବାଦି ଅର୍ଥନୀତି ପ୍ରଚଳନ ପର ଠାରୁ ଦେଶର ଅର୍ଥନୈତିକ, ରାଜନୈତିକ ପରିସ୍ଥିତିରେ ଦକ୍ଷିଣପନ୍ଥି ପ୍ରବଣତା ଶକ୍ତିଶାଳୀ ହେଉଛି । ଯାହା ଫଳରେ ପୁଞ୍ଜିପତି ମାନଙ୍କର ମୁନାଫା ପ୍ରବଳ ଭାବରେ ବଢ଼ି ଚାଲିଥିବା ବେଳେ ଶ୍ରମିକ ମାନଙ୍କର ରୋଜଗାର ବଢ଼ୁ ନାହିଁ । ବ୍ୟାପକ ଘରୋଇ କରଣ ହେବା ଦ୍ବାରା ବେରୋଜଗାରୀ ବଢ଼ି ବଢ଼ି ଚାଲିଛି । ଦରଦାମ ବୃଦ୍ଧି ରେକର୍ଡ କରି ସାରିଲାଣି । ପୁଞ୍ଜିପତି ଶ୍ରେଣୀ ଓ ବର୍ତ୍ତମାନ ଶାସକ ଦଳର ଅସାଧୁ ମେଣ୍ଟ ଫଳରେ ଜାତିବାଦ୍ ଓ ବିଭାଜିତ ରାଜନୀତି ବଢ଼ିଚାଲିଛି । ଏହା ବିରୁଦ୍ଧରେ ଛାତ୍ର, ଯୁବକ, ଶ୍ରମିକ, କୃଷକ ଓ କର୍ମଚରୀ ମାନଙ୍କର ବ୍ୟାପକ ଐକବଦ୍ଧ ଅନ୍ଦୋଲନ ଗଢ଼ିତୋଳି ଏହାକୁ ଗଣ ଆନ୍ଦୋଳନର ରୁପ ଦେବାକୁ ଆଲାଚୋନ ଚକ୍ରରେ ବକ୍ତା ମାନେ ବ୍ୟକ୍ତବ୍ୟ ରଖିଥିଲେ । ସମନ୍ଵୟ ସମିତିର ସମ୍ପାଦକ ଦିଲ୍ଲୀପ କୁମାର ଗିରିଙ୍କ ଅଧ୍ୟକ୍ଷତାରେ ବିଶିଷ୍ଠ ଶିକ୍ଷାବିତ, ବରିଷ୍ଠ ଶିକ୍ଷକ ନେତା ସୁରେନ୍ଦ୍ର ଜେନା, ଓଷ୍ଟା ର ବରିଷ୍ଠ ନେତା ଅକ୍ଷୟ ମିଶ୍ର, ସର୍ବ ଭାରତୀୟ ଶିକ୍ଷକ ନେତା ଇନ୍ଦୁମାଧବ ମହାନ୍ତି, ସମନ୍ଵୟ ସମିତିର ସଭାପତି ତଥା ଜୀବନ ବୀମାର ନେତା ଅଜିତ୍ ଦାସ ପ୍ରମୁଖ ବ୍ୟକ୍ତବ୍ୟ ପ୍ରଦାନ କରିଥିଲେ । ସଭା ପ୍ରାରମ୍ଭରେ ଓଷ୍ଟାର ଜିଲ୍ଲା ସମ୍ପାଦକ ମନୋରଞ୍ଜନ ଦାସ ମଞ୍ଚ ଆହ୍ବାନ ସହ ସ୍ବାଗତ ଭାଷଣ ପ୍ରଦାନ କରିଥିଲା ବେଳେ ଓଷ୍ଟାର ଜଳେଶ୍ଵର ସମ୍ପାଦକ ଡ. ଅଜିତ କୁମାର ମାହାନ୍ତି ଧନ୍ୟବାଦ୍ ଦେଇଥିଲେ । ଏଥିରେ ବିଭିନ୍ନ ଗଣ ସଙ୍ଗଠନର ଶତାଧିକ ନେତୃତ୍ୱ ଯୋଗ ଦାନ କରିଥିଲେ । ବିଭିନ୍ନ ସଙ୍ଗଠନର ନେତୃତ୍ୱ ସିତାଂଶୁ ସେନାପତୀ, ଦୀପ୍ତିମାନ ଆଚାର୍ଯ୍ୟ, ଜିତାଂଶୁ ନନ୍ଦୀ, ଡ. ଲଳିତ ରଞ୍ଜନ ସେନାପତୀ, ବଂଶୀଧର ବାରିକ, ରାଜାରାମ କର ଶର୍ମା, ଭାଗବତ ପରିଡା, ଡ. ଶ୍ୟାମା ଚରଣ ଦାସ, ରତନ ଦାସ, ଦିଲ୍ଲୀପ ପରିଡା, ସୁନିଲ ନାୟକ, ରବୀନ୍ଦ୍ର ବାରିକ, ଇଶାନୀ ଷଡ଼ଙ୍ଗୀ, ମମି ପଣ୍ଡା, ସବିତା ସାହୁ, ସବିତା ଭୂୟାଁ, ଅଧ୍ୟାପକ ବିଭୂତି ଦାସ, ରଜତ ଦାସ, ଅପର୍ଣ୍ଣା ଚୌଧୁରୀ, ଯତୀନ ଜେନା, ଗଣେଶ ପାତ୍ର, କପିଳେଶ୍ୱର ମାହାନ୍ତି, ପଲ୍ଟୁ ଦାସ, ସିଦ୍ଧେଶ୍ୱର ତ୍ରିପାଠୀ, ଗଗନ ପରିଡ଼ା, ସୁକୁମାର ରଣା, କେଶବ ପରିଡ଼ା, ଶୁଶାନ୍ତ ପରିଡ଼ା, ଜ୍ୟୋତିଷ କର ପ୍ରମୁଖ ଯୋଗ ଦେଇଥିଲେ । 

ରିପୋର୍ଟ : ଭୂପତି ପରିଡା