ବିଶ୍ଵ ଏଡସ ଦିବସ ଅବସରରେ ସଚେତନା ମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଡିସେମ୍ବର ୧ ତାରିଖ ବିଶ୍ଵ ଏଡସ ଦିବସ ଅବସରରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ଏନ୍ ଏସଏସ ୟୁନିଟ୍ ପକ୍ଷରୁ ଏଡସ୍ ରୋଗ ଉପରେ ଏକ ସଚେତନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଏନ୍ ଏସ୍ ଏସରେ ଯୋଗ ଦେଇଥିବା ବିଶ୍ଵବଦ୍ୟାଳୟର ଛାତ୍ରଛାତ୍ରୀମାନେ ପାଲା ଗାୟକ ଓ ବାଦକ ରୂପରେ ଏଡ଼ସ୍ ରୋଗର ଉତ୍ପତ୍ତି, ଭୟାବହତା ତଥା ନିରାକରଣ ସମ୍ପର୍କରେ ଉପସ୍ଥିତ ଦର୍ଶକଙ୍କୁ ସଚେତନ କରାଇଥିଲେ । ଏହି କାର୍ଯ୍ୟକ୍ରମରେ କୁଳପତି ପ୍ରଫେସର ଗୋବିନ୍ଦ ଚକ୍ରପାଣି, ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ପ୍ରତାପ କୁମାର ମହାନ୍ତି, କଲେଜ୍ ଉନ୍ନୟନ କାଉନସିଲର ଅଧ୍ୟକ୍ଷ ପ୍ରଫେସର ଅରୁନ୍ଧତୀ ରଥ, ଡେପୁଟି ରେଜିଷ୍ଟର ଡକ୍ଟର ବାପୁଜୀ ସାମଲ ତଥା ଅନ୍ୟାନ୍ୟ ପଦାଧିକାରୀ, ଅଧ୍ୟାପକ, ଛାତ୍ରଛାତ୍ରୀମାନେ ଅଂଶ ଗ୍ରହଣ କରିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା