ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗର ଚଢଉ : ୨୩ ଗିରଫ…

ଛତ୍ରପୁର (ସମୃଦ୍ଧ ଓଡିଶା) ଚଳଚଞ୍ଚଳ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । ଏହି ସମୟରେ ଗାଁ ଗାଁରେ ଜମୁଛି ଭୋଜିଭାତର ଆସର । ଚୋରା ମଦ କାରବାର ବୃଦ୍ଧି ପାଇବାର ଆଶଙ୍କା ଯଥେଷ୍ଟ ରହିଛି । ଏହାର ରୋକ ଲଗାଇବା ପାଇଁ ଅବକାରୀ ବିଭାଗ ପ‌‌କ୍ଷରୁ ନିର୍ଦ୍ଦେଶ ଆସିଛି । ଏହି ପରିପ୍ରେକ୍ଷୀ ଛତ୍ରପୁର ଅବକାରୀ ବିଭାଗ ଅଧୀନରେ ଥିବା ଭଞ୍ଜନଗର ସୋରଡା, ବୁଗୁଡା, ଖଲ୍ଲିକୋଟ ଅବକାରୀ ବିଭାଗ ପକ୍ଷରୁ ୨ଦିନରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ୧୨୬୫ ଲିଟର ଭାଟି ରନ୍ଧା ଦେଶୀମଦ, ୧୩୩୩୫ ଲିଟର ମଦ ପ୍ରସ୍ତୁତ ପୋଚ, ୬୭.୨ ଲିଟର ଭାଟି ମଦ ଜବତ କରାଯିବା ସହ ୨୩ ଜଣଙ୍କୁ ଗିରଫ କରାଯାଇଛି । ଜବତ ମଦର ଆନୁମାନିକ ମୂଲ୍ୟ ୬ଲକ୍ଷ ୬୬ହଜାର ୭୫୦ଟଙ୍କା ବୋଲି ଛତ୍ରପୁର ଅବକାରୀ ଅଧିକ୍ଷକ ରାଜେନ୍ଦ୍ର ଭତ୍ରା ସୂଚନା ଦେଇଛନ୍ତି । ଆଗାମୀ ଦିନରେ ମଧ୍ୟ ଏହି ଚଢଉ ଜାରି ରହିବ ବୋଲି ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା