ଏମକେସିଜି ମେଡିକାଲର ବିଭିନ୍ନ ସମସ୍ୟାର ସମାଧାନ ଦାବିରେ କାର୍ଯ୍ୟରତ ସାମ୍ବାଦିକଙ୍କ ଶାନ୍ତିପୂର୍ଣ୍ଣ ଗଣଧାରଣା…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ଏମକେସିଜି ମେଡିକାଲର ବିଭିନ୍ନ ସମସ୍ୟାକୁ ନେଇ ସୋମବାର ମେଡିକାଲ ମୁଖ୍ୟ ଫାଟକ ସମ୍ମୁଖରେ ସମସ୍ତ ଗଣମାଧ୍ୟମ ପ୍ରତିନିଧିଙ୍କ ଶାନ୍ତିପୂର୍ଣ୍ଣ ଗଣ ଧାରଣା ଦେଇଛନ୍ତି । ଦକ୍ଷିଣ ଓଡିଶାର ସମସ୍ତ ଜିଲ୍ଲା ସମେତ ପଡୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶର ଲୋକମାନେ ମଧ୍ୟ ଏହି ମେଡିକାଲ ଉପରେ ନିର୍ଭରଶୀଳ ହୋଇ ଆସୁଥିବା ବେଳେ ଏହା ବର୍ତ୍ତମାନ ଏକ ରେଫରାଲ ମେଡିକାଲ ଭାବେ କାର୍ଯ୍ୟ କରୁଛି । ଏଠାରେ ଥିବା ଅନେକ ବିଭାଗରେ ଅଭିଜ୍ଞ ଡାକ୍ତର ଅଭାବର ରୋଗୀ କଟକ, ଭୁବନେଶ୍ୱର ଓ ବିଶାଖାପାଟନମର ମେଡିକାଲ ଗୁଡିକ ଉପରେ ନିର୍ଭରଶୀଳ ହେବାକୁ ବାଧ୍ୟ ହେଉଛନ୍ତି । ତେଣୁ ଏହି ମେଡିକାଲରେ ଲାଗି ରହିଥିବା ପ୍ରମୁଖ ସମସ୍ୟା ଗୁଡିକର ତୁରନ୍ତ ସମାଧାନ କରିବା ସହ ଏହାକୁ ସମ୍ପୁର୍ଣ୍ଣ କାର୍ଯ୍ୟକ୍ଷମ କରିବା ପାଇଁ ଦାବି କରାଯାଇଛି । ଏହି ପରିପ୍ରେକ୍ଷୀରେ ସେମାନଙ୍କ ମୁଖ୍ୟ ଦାବି ଗୁଡିକ ହେଲା –
୧. ଏମ.କେ.ସି.ଜି ମେଡିକାଲରେ ଖାଲି ରହିଥିବା ଡାକ୍ତର ପଦବୀ ତୁରନ୍ତ ପୂରଣ କରାଯାଉ ।
୨. ଟ୍ରମା କେୟାର ସେଣ୍ଟରକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରାଯାଉ ।
୩. ଏମ.କେ.ସି.ଜିରେ ବର୍ଣ୍ଣ କେୟାର ୟୁନିଟ ତୁରନ୍ତ ଖୋଲାଯାଉ ।
୪. କାଜୁଆଲଟି ରେ ବରିଷ୍ଟ ଅଭିଜ୍ଞ ଡାକ୍ତର ନିଯୁକ୍ତି କରିବା ସହ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗକୁ ସମ୍ପୁର୍ଣ୍ଣ କାର୍ଯ୍ୟକ୍ଷମ କରାଯାଉ ।
ଏହି ଚାରୋଟିଲ ପ୍ରମୁଖ ଦାବି ନେଇ ଆଜି ବ୍ରହ୍ମପୁର ସହରର ସମସ୍ତ କାର୍ଯ୍ୟରତ ସାମ୍ବାଦିକମାନେ ମେଡିକାଲର ମୁଖ୍ୟ ଫାଟକ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଗଣଧାରଣା ଦେଇଥିଲେ । ସେହିପରେ ଦାବି ଗୁଡିକ ପୂରଣ ନ ହେବା ପର୍ଯ୍ୟନ୍ତ ଏହି ଗଣ ଧାରଣା ଜାରି ରହିବ ବୋଲି ସାମ୍ବାଦିକମାନେ କହିଛନ୍ତି । ଆଜିର ଏହି ଗଣଧାରଣାରେ ସାମ୍ବାଦିକ ଶିଶିର ପାଣିଗ୍ରାହୀ, ଅଶୋକ ବ୍ରହ୍ମା, ନାରାୟଣ ମହାଙ୍କୁଡ, ସୁଦୀପ ସାହୁ, ସମୀର ଆଚାର୍ଯ୍ୟ, ଆର ଶ୍ରୀନିବାସ, ଲକ୍ଷ୍ମୀ ବେଜ, ଜ୍ୟୋତି ରଞ୍ଜନ ଦାସ, ପ୍ରହ୍ଲାଦ ସାହୁ, ଜଗନ୍ନାଥ ସାହୁ, ପିତାମ୍ବର ନାହାକ, ରଶ୍ମିତା ପାଣିଗ୍ରାହୀ, କିରଣ ମିଶ୍ର, ସ୍ବାଧୀନ ସାହୁ, ଅମର ଦାସ, ଶିବ ପଣ୍ଡା, ରାଜେଶ ସାହୁ, ବି କେ ବିଶାରଦ, ସ୍ୱାଧିନ ପାତ୍ର, ପ୍ରଶାନ୍ତ ଜେନା, ଦିନେଶ ପଟ୍ଟନାୟକ, ରୁପେଶ ପଣ୍ଡା, କାଳୀ ପ୍ରସାଦ ରଥ, ବିଶ୍ଵନାଥ ମାରଣା, ରୂପକ ମହାନ୍ତି, ଲଡୁ କିଶୋର ପାତ୍ର, ସିଦ୍ଧି ରଞ୍ଜନ ପାଣିଗ୍ରାହୀ, ସିମାଞ୍ଚଳ ପାଣଗ୍ରାହୀ, ସଞ୍ଜୟ ସାହୁ, ଉମାଶଙ୍କର ମିଶ୍ର, ଫିନୋଜ ପ୍ରଧାନ, ସିମାଞ୍ଚଳ ସାହୁ, ବାଦଲ ଦାସ, ପ୍ରଦୀପ କର,ନିର୍ମଳ ସାହୁ, ଗୌରୀ ଶଙ୍କର ମିଶ୍ର, ଦେବେନ୍ଦ୍ର ବାଡତ୍ୟା, ବନିତା ବେହେରା, ଦୟାନନ୍ଦ ସାହୁ, ଝିଲ୍ଲି ସାହୁ, ବିରାଜ ଚୌଧୁରୀ, ଉମା ଶଙ୍କର ପାଣଗ୍ରାହୀଙ୍କ ସମେତ ବହୁ ସାମ୍ବାଦିକ ଅଂଶ ଗ୍ରହଣ କରିଛନ୍ତି ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା