ବିଭାଜନ…

କୁହ ହେ ବାପୁଜି ନେତାଜୀ ଚାଚାଜି କୁହ ଜାତି କାର୍ଣ୍ଣଧାରେ
କିବା ସ୍ୱପ୍ନ ଦେଖି ଗାର ଦେଲ ଟାଣେ ମାଟିର ବକ୍ଷ ପରେ ।
ନୁହେଁ ସେତ ଗାର ବିଭାଜନ ଧାର ଯୁଗ ଯୁଗ ସମ୍ପର୍କର
ବଂଶ ଜାତି ଗୋଷ୍ଠୀ ସମ୍ପ୍ରଦାୟ ମଧ୍ୟେ ଆଦ୍ୟ ବୀଜ କନ୍ଦଳର ।
କାହାରି ସ୍ଵାର୍ଥରେ ନିରବେ ଦେଖିଲ ଦେଶ ଜାତି ବିଭାଜନ
କାହଲାଗି ପୁଣି ପ୍ରଚଳନ କଲ ଗଣତନ୍ତ୍ରର ଶାସନ ?
ସ୍ୱପ୍ନର ସାମ୍ରାଜ୍ୟ ଗଣତନ୍ତ୍ର ରାଜ୍ୟ କିବା ତାର ସ୍ଥିତି ଆଜି
ଦେଖିଯାଅ ଥରେ ଏ ମାଟିରେ ଆସି ସ୍ୱର୍ଗ ସିଂହାସନ ତେଜି ।
ଏକ ପକ୍ଷେ ଏଠି ଚାଲିଛି କନ୍ଦଳ ରାଜସିଂହାସନ ଲାଗି
ନୀତି ଆଦର୍ଶର କାନ୍ଥ ରୋଧ ହୁଏ ସତ୍ୟ ଧର୍ମ ଗଳା ଚିପି ।
କେବେ ସାମ୍ୟବାଦ ପୁଞ୍ଜିବାଦ ଅବା ଫାଶିବାଦେ କରି ସିଢ଼ି
ଶୋଷଣ କରନ୍ତି ନୀତିହ ଜନତା ଶାସନର ଗାଦି ଚଢ଼ି ।
ମୂଲିଆ ରାଇଜେ ମାଲିକ ଶାସନ ଜନମତ କରି କ୍ରୟ
ଘୋଷି ବୁଲୁଅଛି ନରାଧମ ମେଳେ ଜାତୀୟବାଦର ଜୟ ।
କିଏ ବା କଳ୍ପିଛି ଯୁଗଯୁଗ ଧରି ସୂତା ସୁତେ ଦେଇ ରାଜ୍ୟ
ଜୀବନି ଲେଖିବ ସୁବର୍ଣ୍ଣ ଅକ୍ଷରେ ଲଭି ବିଶାଳ ସାମ୍ରାଜ୍ୟ ।
ସାମ୍ରାଜ୍ୟ ତ ନୁହେଁ ଚୀର ସହଚର ସ୍ୱପ୍ନ ଶେଷ ରାଜନୀର
ଅଥବା ଆୟୁଷ ସମକକ୍ଷ ତାର ନିଶା ଅର୍ଦ୍ଧ ସେଫାଳିର ।
ସିଂହାସନ ସେଯେ ନୁହେଁ ସୁକୋମଳ ପୁଷ୍ପ ସଜ୍ଜିତ ଶଯ୍ୟାର
ନୁହେଁ ରାଷ୍ଟ୍ର ମୁଖ୍ୟ ରାଷ୍ଟ୍ର ଭୃତ୍ୟ ପ୍ରାୟେ ଆସନ କର୍ମ କ୍ଷେତ୍ରର ।
ଅପର ପକ୍ଷରେ ଶାନ୍ତିର ଧାରାରେ ଅଶାନ୍ତିର ବୀଜ ବୁଣି
ଧର୍ମ ଯୁଦ୍ଧ ଏଠି ଜନମ ନେଲାଣି ଜାତି ସ୍ୱାଭିମାନ ଘେନି ।
ଯାର ଫଳେ ଏଠି ।

ଅଜିତ କୁମାର ମୁନି,
ଗୁଣ୍ଡିମା,
ମୋ – ୯୪୩୮୬୬୨୮୭୮