ବିପୁଳ ପରିମାଣରେ ମଦ ଓ ପୋଚ ଜବତ…

ଆସିକା (ସମୃଦ୍ଧ ଓଡିଶା) ଅବକାରୀ ବିଭାଗ ଉପ ଆୟୁକ୍ତଙ୍କ ନିର୍ଦ୍ଦଶନାରେ ଆସିକା ଏକ୍ସସାଇଜ ଅଧୀନରେ କରାତଳି ଗ୍ରାମ ନିକଟରେ ଥିବା ଏରୋଗୋଲା ବସ୍ତି ଓ ପାକଲାପଲ୍ଲି ନିକଟସ୍ଥ ସନ୍ତୋଷୀ ମା ମନ୍ଦିର ପାଖରେ ଥିବା ଏରୋଗୋଲା ବସ୍ତି ଉପରେ ଅବକାରୀ ବିଭାଗ ଚଢାଉ କରି ବିପୁଳ ପରିମାଣରେ ମଦ ଓ ପୋଚ ଜବତ କରିଛି । ୭୦୭ ଲିଟର ମଦ ଜବତ କରିବା ସହିତ ୭୧୨୦ ଲିଟର ପୋଚକୁ ନଷ୍ଟ କରାଯାଇଛି ବୋଲି ସୂଚନାରେ ଉଦ୍ଧିଷ୍ଟ ଅଛି । ଏହି ସମ୍ପର୍କରେ ୧୧ ଟି ମାମଲାରେ ୧୦ଟି ଗିରଫଦାରୀ ଓ ଗୋଟିଏ ଦାବିପତ୍ର ନଥିବା ମାମଲା ଥିବା ଜଣାପଡିଛି । ଏହି କାର୍ଯ୍ୟକ୍ରମରେ ଆସିକା ଅବକାରୀ ଅଧିକାରୀଙ୍କ ସହିତ ଅବକାରୀ ବିଭାଗର କର୍ମଚାରୀମାନେ ମଧ୍ୟ ସାମିଲ ଥିଲେ ।

ରିପୋର୍ଟ : ଆଶୁତୋଷ ପଟ୍ଟନାୟକ