ବିନା ଭକ୍ତରେ ସମ୍ପୂର୍ଣ୍ଣ ହେଲା ନୃସିହନାଥ ପୀଠରେ ଦେବ ସ୍ନାନ ପୂର୍ଣ୍ଣିମା…

ପଦ୍ମପୁର (ସମୃଦ୍ଧ ଓଡିଶା) କରୋନ ମହାମାରି ଯୋଗୁ ସଂକ୍ରମଣ ଚେନ ଭାଙ୍ଗିବା ପାଇଁ କୌଣସି ପ୍ରକାର ଜନଗହାଲିକୁ ଅନୁମତି ପ୍ରଦାନ କରାଯାଇ ନ ଥିବାବେଳେ ତ୍ରୀର୍ଥକ୍ଷେତ୍ର ଧର୍ମପୀଠ ମାନଙ୍କରେ ମଧ୍ୟ ଭକ୍ତ ଏବଂ ଶ୍ରଦ୍ଧାଳୁମାନଙ୍କ ଆସିବା ଉପରେ କଟକଣା ଲଗାଇବା ସହ ସେହିପରି କ୍ଷେତ୍ରରେ ଆଜି ମହାପ୍ରଭୁ ଜଗନ୍ନାଥଙ୍କ ଦେବ ସ୍ନାନ ପୂର୍ଣ୍ଣିମା ମଧ୍ୟ ଭକ୍ତଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ତଥା ପ୍ରଶାସନ ନିର୍ଦ୍ଦେଶ ଅନୁସାରେ ଶ୍ରୀ ଶ୍ରୀ ନୃସିଂହନାଥ ପୀଠରେ ଭକ୍ତଙ୍କ ବିନା ସଂପୂର୍ଣ୍ଣ ହୋଇଛି କେବଳ ରୀତିନୀତି ଅନୁସାରେ ଚତୁର୍ଦ୍ଧା ମୃତ୍ତି ପୂଜା ଅର୍ଚ୍ଚନା ସ୍ନାନ ଦେବ ସଂସ୍କାର ସଂପୂର୍ଣ୍ଣ କରାଯାଉଛି । ପ୍ରତ୍ୟେକ ବର୍ଷ ଏହି ତିଥିରେ ରାଜ୍ୟ ତଥା ରାଜ୍ୟ ବାହାରୁ ମହାପ୍ରଭୁଙ୍କୁ ସ୍ନାନ ପୂର୍ଣ୍ଣିମାରେ ଯୋଗ ଦେବା ପାଇଁ ବହୁ ସଂଖ୍ୟାରେ ଭିଡ ଜମି ଥାଏ ହେଲେ ଚଳିତ ବର୍ଷ କରୋନା ମହାମାରୀକୁ ଦୃଷ୍ଟିରେ ରଖି ଠାକୁରଙ୍କ ମହା ସ୍ନାନ ପୂର୍ଣ୍ଣିମା ପରମ୍ପରା ବଜାଇ ରଖିବା ସହ ନିରାଡମ୍ବରରେ ସଂପୂର୍ଣ୍ଣ ହୋଇଛି ।

ରିପୋର୍ଟ – ନିରୋଜ କୁମାର ପାଣୀ