ବିଧାନସଭା ଘେରାଉ ପାଇଁ ପ୍ରସ୍ତୁତ ଛାତ୍ର କଂଗ୍ରେସ : ବିକାଶ ପଶୁପାଳକ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଶିକ୍ଷୟତ୍ରୀ ମମିତା ମେହେରଙ୍କୁ ନ୍ୟାୟ ହତ୍ୟାକାରୀ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବୀରେ ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାସିର୍ ନୱାଜଙ୍କ ନେତୃତ୍ବରେ ଆସନ୍ତା ୧୦-୧୨-୨୦୨୧ ରିଖ ଦିନ ୧୧ ଘଣ୍ଟା ସମୟରେ ବିଧାନସଭା ଘେରାଉ କରାଯିବ । ଏହି ଅବସରରେ ଗଞ୍ଜାମ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ବିକାଶ ପଶୁପାଳକ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମମିତା ମେହେରଙ୍କ ଅସଲ ହତ୍ୟାକାରୀ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ସୁରକ୍ଷା ପ୍ରଦାନ କରୁଛନ୍ତି ଏବଂ ହତ୍ୟାକାଣ୍ଡ ଘଟଣାର ସମସ୍ତ ପ୍ରମାଣକୁ ମୁଖ୍ୟମନ୍ତ୍ରୀ ଷଡ଼ଯନ୍ତ୍ର କରି ନଷ୍ଟ କରିଦେବା ପରେ ଏବେ ଦୋଷ ଛଡ଼ାଇବା ପାଇଁ ଏକ ବିବୃତ୍ତି ଦେଇଛନ୍ତି ଏବଂ ଅବସର ପ୍ରାପ୍ତ ଜଜଙ୍କ ଦ୍ଵାରା ତଦନ୍ତ କରାଉଛନ୍ତି । ୨୧ ବର୍ଷ ଧରି ନବୀନ ଶାସନ ଯେଉଁଭଳି ମହିଳାମାନଙ୍କୁ ହତ୍ୟା ଓ ଗଣଦୁଷ୍କର୍ମ କରାଯାଉଛି କାହାରିଙ୍କୁ ନବୀନ ବାବୁ ନ୍ୟାୟ ଦେଇ ପାରିନାହାନ୍ତି । ଯେଉଁ ତଦନ୍ତ ବି କରାଉଛନ୍ତି ତାହା ବାସ୍ତବ କ୍ଷେତ୍ରରେ ନିରଥର୍କ ହେଇଛି, ବେବିନା ଠାରୁ ମମୀତା ପର୍ଯ୍ୟନ୍ତ ସମସ୍ତ ହତ୍ୟା ଘଟଣାରେ ବିଜେଡି ଦଳର ବିଧାୟକ ଓ ନେତାମାନେ ସମ୍ପୃକ୍ତ ଏଣୁ ନବୀନ ପଟ୍ଟନାୟକଙ୍କ ତଦନ୍ତ ପ୍ରକ୍ରିୟା ସଫଳ ହେବ କି ନାହିଁ ? ଅନ୍ୟ ପକ୍ଷରେ ଗୃହ ବିଭାଗକୁ ଗୃହ ମନ୍ତ୍ରୀଙ୍କ ବିରୁଦ୍ଧରେ ତଦନ୍ତ ଦାୟିତ୍ଵ ଦବା ହାସ୍ୟାସ୍ପଦ । ସୁତରାଂ ଛାତ୍ର କଂଗ୍ରେସ ମମିତାଙ୍କୁ ନ୍ୟାୟ, ଗୃହରଷ୍ଟ୍ର ମନ୍ତ୍ରିଙ୍କ ବହିଷ୍କାର ଓ ଗିରଫ ଘଟଣାର ହାଇ କୋର୍ଟର କାର୍ଯ୍ୟରତ ଜୁଜଙ୍କ ଦ୍ଵାରା SIT ତଦନ୍ତ ଦାବି କରୁଛି ଗଞ୍ଜାମ ଜିଲ୍ଲାର ଛାତ୍ର ସମାଜଙ୍କୁ ଅନୁରୋଧ ଏହି କି ଯେ ଆସନ୍ତା ୧୦ ତାରିଖ ୧୧ ଘଣ୍ଟା ସମୟର ଭୁବନେଶ୍ୱରରେ ପହଞ୍ଚିବେ, ଛାତ୍ର କଂଗ୍ରେସର ଏହି ମହା ସଂଗ୍ରାମରେ ଅଂଶ ଗ୍ରହଣ କରିବେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା