ବିଜେପି ସୁବର୍ଣ୍ଣରେଖା ମଣ୍ଡଳ ପକ୍ଷରୁ କାର୍ଯ୍ୟକାରିଣୀ ବୈଠକ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ରାଜନୈତିକ ଦଳ ପକ୍ଷରୁ ପଂଚାୟତ ନିର୍ବାଚନ ଲାଗି ସଜବାଜ ଆରମ୍ଭ ହେଲାଣି । ଜଳେଶ୍ୱର ବ୍ଲକର ଭଣ୍ଡାର ପଲି ଗ୍ରାମରେ ଜଳେଶ୍ୱର ବିଜେପିର ସୁବର୍ଣ୍ଣରେଖା ମଣ୍ଡଳର ଏକ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଆଗାମୀ ପଂଚାୟତ ନିର୍ବାଚନକୁ ଆଖିରେ ରଖି ସଂଗଠନକୁ ଅଧିକ ମଜବୁତ୍ କରିବା ସହିତ ଜଳେଶ୍ୱର ବ୍ଲକ ପଞ୍ଚାୟତ ସମିତି ବିଜେପି କିପରି ଦଖଲ କରିବ ସେଥିନେଇ କର୍ମୀମାନଙ୍କୁ ସଂଜିବନୀ ମନ୍ତ୍ର ଦିଆଯାଇଥିଲା । ଏଥିରେ ପ୍ରଣବ କୁମାର ପଣ୍ଡା ସଭାପତିତ୍ୱ କରିଥିଲେ । ରାଇବଣିଆ ପଞ୍ଚାୟତର ଅନ୍ୟଏକ କାର୍ଯ୍ୟକାରୀ କମିଟି ୭ନଂ ଜୋନ୍ ଅନ୍ତର୍ଗତ କାଳିକ ପଞ୍ଚାୟତର ହାତୀଗଡ ଗ୍ରାମରେ ଅନୁଷ୍ଠିତ ହୋଇଥିଲା । ରାଇବଣିଆ ମଣ୍ଡଳ ସଭାପତି ମନୋଜ ସାସମଲ ଏଥିରେ ସଭାପତିତ୍ୱ କରିଥିଲେ । ଏଥିରେ ବରିଷ୍ଠ ନେତା ଜୟନାରାଣ ମହାନ୍ତି, ଜଳେଶ୍ୱର ପ୍ରଭାରୀ ଜୀବନ ପ୍ରଦୀପ ଦାସ, ଅଭିଜିତ୍ ପ୍ରଧାନ, ସମୀର ପାତ୍ର, ସୁମତୀ ଦେ, ଅଂଶୁମାନ ମହାନ୍ତି, ସଂଜୀବ ରାଉତ, ନିଗମ କୁମାର ଘୋଷ, ରମାକାନ୍ତ ବେହେରା, ଅଚ୍ୟୁତ ମହାନ୍ତି, ତରୁଣ ପଟ୍ଟନାୟକ, ଶଂକର ଘୋଷ, ପ୍ରବିର ଦାସ, ଗଣେଶ ସରେନ୍‌, ବିଜେତା ଟୁଡୁ ପ୍ରମୁଖ ଏଥିରେ ଯୋଗ ଦେଇଥିଲେ । ପୂର୍ବତନ ଏବିଡିଓ ଅଜିତ୍ କୁମାର ଅଠା ବିଜେପିରେ ଯୋଗ ଦେବାପରେ ଓଲମରା ପଂଚାୟତରେ ବିଜେପି ସଂଗଠନ ସୁଦୃଢ ହେବ ବୋଲି ଜଣାଯାଇଛି ।

ରିପୋର୍ଟ : ଭୂପତି ପରିଡା