ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଦିବସ ବ୍ୟାପି କାର୍ଯ୍ୟକ୍ରମ…

ଜଳେଶ୍ୱର (ସମୃଦ୍ଧ ଓଡିଶା) କେନ୍ଦ୍ରରେ ବିଜେପି ସରକାରର ଦ୍ୱିତୀୟ ପାଳିର ଦ୍ୱିତୀୟ ବର୍ଷରେ କେନ୍ଦ୍ରୀୟ ସଭାପତି ଜେପି ନଡ୍ଡାଙ୍କ ଆହ୍ୱାନ କ୍ରମେ ସେବାହିଁ ସଂଗଠନ ଜରିଆରେ ଜଳେଶ୍ୱର ବିଜେପି ଯୁବମୋଚ୍ଚା ପକ୍ଷରୁ ଦିବସ ବ୍ୟାପି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଥାନା, ରେଳ ଷ୍ଟେସନ, ଜିକେଭଟ୍ଟର ହସ୍‌ପିଟାଲ ଇତ୍ୟାଦିକୁ ସାନିଟାଇଜ୍ କରିବା କରିବା ସହିତ ରୋଗୀମାନଙ୍କୁ ଶୁଖିଲା ଖାଦ୍ୟ, ମାକ୍ସ ବଣ୍ଟନ କରାଯାଇଥିଲା । ଶାନ୍ତିଆ ଷ୍ଟାଡିୟମରେ କୋଭିଡ୍ ଗାଇଡଲାଇନ୍ ଅନୁଯାୟୀ ସ୍ୱୟଂ ସହାୟିକା ଗୋଷ୍ଠୀରା ମହିଳାମାନଙ୍କୁ କୋଭିଡ୍ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହା ସହିତ ରାଇବଣିଆ ଭାଜପା ପକ୍ଷରୁ ହାତୀଗଡ ଡାକ୍ତରଖାନାରେ ରୋଗୀମାନଙ୍କୁ ଫଳ ବଣ୍ଟନ ସହିତ ବୃକ୍ଷରୋପଣ କରିଥିଲେ । ଏଥିରେ ସାଂସଦ ପ୍ରତିନିଧି ଶାନ୍ତନୁ ପଟ୍ଟନାୟକ, ମନୋଜ ସାସମଲ, ସୁବ୍ରତ ଘୋଷ, ରବୀନ୍ଦ୍ର ପାତ୍ର, ଜନ୍ମୟ ଚନ୍ଦ, ରାଜୀବ ଘୋଷ, ରଂଜନ ପାତ୍ର, ରାମକୃଷ୍ଣ ସାହୁ, ଅଂଜନ ଦାସ, ରାଜୀବ ଜେନା, ଗୌରୀଶଂକର ଜଳେଇ, ସେକ୍ ସୁଲତାନ, ଭଗୀରଥ ଅଣ୍ଡିଆ, ସାବିତ୍ରୀ ଜେନା, ସୁମିତ ରଣା, କିରଣ ଜେନା, ସୌରୀଶଂକର ରଣା, ସଂଜୀବ ପ୍ରଧାନ ପ୍ରମୁଖ ସାମିଲ ଥିଲେ ।