ବିଜେପି ମହିଳା ନେତ୍ରୀଙ୍କୁ ପଥରରେ ଛେଚି ହତ୍ୟା…

କେନ୍ଦୁଝର(ସମୃଦ୍ଧ ଓଡିଶା) କେନ୍ଦୁଝର ଜିଲ୍ଲା ପଣ୍ଡାପଡ଼ା ମଣ୍ଡଳ ବିଜେପି ଉପସଭାନେତ୍ରୀ ସତ୍ୟଭାମା ସିଂଙ୍କୁ ପଥରରେ ଛେଚି ହତ୍ୟା କରାଯାଇଥିବା ଏକ ଦୁଃଖଦ ଖବର ଆସି ପହଞ୍ଚିଛି । ପଣ୍ଡାପଡ଼ା ଥାନା ବିନିଦା ଗାଁରେ ଥିବା ତାଙ୍କ ଘର ପାଖରେ ଏହି ହତ୍ୟାକାଣ୍ଡ ଘଟିଥିବା ଖବର ମିଳିଛି । କେହି ଦୁର୍ବୃତ୍ତ ଗତ(ରବିବାର)ବିଳମ୍ବିତ ରାତିରେ ତାଙ୍କୁ ପଥରରେ ଛେଚି ହତ୍ୟା କରିଥିବା ଅଭିଯୋଗ ହୋଇଛି। ପୂର୍ବରୁ ବିନିଦା ପଞ୍ଚାୟତର ସମିତି ସଭ୍ୟ ଭାବେ ନିର୍ବାଚିତ ହୋଇ ସତ୍ୟଭାମା ସିଂ ଦାୟିତ୍ୱ ତୁଲାଇଥିଲେ । ସେ ଜଣେ ଉଚ୍ଚ ଶିକ୍ଷିତ ମହିଳା। ସେ ଅଞ୍ଚଳରେ ତାଙ୍କର ବହୁତ ଲୋକପ୍ରିୟତା ଥିଲା। ପାଲାଗାୟିକା ଭାବେ ମଧ୍ୟ ସେ ରାଜ୍ୟରେ ବେଶ ଜଣାଶୁଣା। ତେବେ ତାଙ୍କୁ କିଏ ଓ କାହିଁକି ହତ୍ୟା କରିଛି ସ୍ପଷ୍ଟ ହୋଇପାରି ନାହିଁ। ସାଇଣ୍ଟିଫିକ ଟିମ୍ ସହ ଘଟଣାସ୍ଥଳରେ ଏସ୍‌ଡିପିଓ ଓ ପଣ୍ଡାପଡ଼ା ପୋଲିସ ପହଞ୍ଚି ଛାନଭିନ୍‌ କରୁଛି।ସତ୍ୟଭାମା ସିଂ ପଣ୍ଡାପଡା ମଣ୍ଡଳର ବିଜେପି ଉପସଭାପତି ଭାବେ ଦଳୀୟ ନେତୃତ୍ୱ ନେଉଥିଲେ। ଘଟଣାର ତଦନ୍ତ କରୁଛି ପୋଲିସ।