ବିଜେପି ପକ୍ଷରୁ ଭାରତୀ ବିଦ୍ୟାପୀଠରେ ରକ୍ତଦାନ ଶିବିର ଅନୁଷ୍ଠିତ…

ଗଞ୍ଜାମ (ସମୃଦ୍ଧ ଓଡିଶା) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିନର ସେବା ସପ୍ତାହ ପାଳନ ଅବସରରେ ବିଜେପି ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଗତ ଶୁକ୍ରବାର ଦିନ ଚିକିଟି ନିର୍ବାଚନ ମଣ୍ଡଳୀ ବିଜେପି ତରଫରୁ ପାତ୍ରପୁର ଠାରେ ରକ୍ତଦାନ ଶିବିର ଅନୁଷ୍ଠିତ କରାଯାଇଥିବା ବେଳେ ଗତକାଲି ଗଞ୍ଜାମ ସହର ସ୍ଥିତ ଭାରତୀ ବିଦ୍ୟାପୀଠରେ ଅନୁଷ୍ଠିତ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ବିଜେପି ସଭାପତି ବିଭୁତି ଭୂଷଣ ଜେନା ଯୋଗଦେଇ ଶିବିରର ଶୁଭ ଉଦଘାଟନ କରିଥିଲେ । ପୁର୍ବତନ ସଭାପତି କାହ୍ନୁ ଚରଣ ପତି, ଛତ୍ରପୁର ନିର୍ବାଚନ ମଣ୍ଡଳୀ ଯୁବ ନେତା ପ୍ରଶାନ୍ତ କୁମାର କର, ଉପ ସଭାପତି ସୁବ୍ରତ ପାଢ଼ୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ରକ୍ତ ଦାନ ମହାପୁଣ୍ୟ କାର୍ଯ୍ୟ ବୋଲି ମତ ପୋଷଣ କରିବା ସହ ଏହି ପୁଣ୍ୟ କାର୍ଯ୍ୟରେ ସମସ୍ତ ଯୁବ ସମାଜ ଆଗେଇ ଆସିବାକୁ ଆହ୍ୱାନ ଦେଇଥିଲେ । ସୁଶାନ୍ତ କୁମାର ପାଣିଗ୍ରାହୀଙ୍କ ନେତୃତ୍ୱରେ ପ୍ରଦୀପ କୁମାର ସୁବୁଦ୍ଧି, ସୁଶାନ୍ତ କୁମାର ପଣ୍ଡା, ନାଗ ଭୂଷଣ ପ୍ରଧାନ ପ୍ରମୁଖ ବ୍ରହ୍ମପୁର ଏମକେସିଜି ମେଡିକେଲ ରକ୍ତ ଭଣ୍ଡାର ଏକ ଟିମ ଭ୍ରାମ୍ୟମାଣ ବସରେ ପହଞ୍ଚି ୧୪ ୟୁନିଟ ରକ୍ତ ସଂଗ୍ରହ କରିଥିଲେ । ସିଦାମ ଚରଣ ଜେନା, ଭଗବାନ ପ୍ରଧାନଙ୍କ ସମେତ ଅନ୍ୟମାନେ ଶିବିର ପରିଚାଳନା କରିଥିଲେ । ସେହିପରି ଗଞ୍ଜାମ ବ୍ଲକର ହୁମ୍ମା ଗ୍ରାମ ଠାରେ ସ୍ୱର୍ଗତ ବରିଷ୍ଟ ସମାଜସେବୀଙ୍କ ଦ୍ଵାଦଶ ଦିବସର ଅବସରରେ ୩୩ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ଚିନ୍ମୟ ବେହେରା, ଦେବାଶିଷ ପଣ୍ଡା, ଦିବାକର ତ୍ରିପାଠୀ, ରାମହାରି ପଣ୍ଡା, ଡମ୍ବରୁ ବାଗ ପ୍ରମୁଖ ଏମକେସିଜିର ରକ୍ତଭଣ୍ଡାରର ଟିମ ରକ୍ତ ସଂଗ୍ରହ କରିଥିଲେ । ସେହିଭଳି ଚିକିଟି ନିର୍ବାଚନ ମଣ୍ଡଳୀ ବିଜେପି ତରଫରୁ ପାତ୍ରପୁରରେ ହୋଇଥିବା ରକ୍ତଦାନ ଶିବିର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମନୋରଞ୍ଜନ ଦିୟାନ ସାମନ୍ତରାଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ବିଭୁତି ଜେନା, ପୂର୍ବତନ ସଭାପତି କାହ୍ନୁ ଚରଣ ପତି, ଯୁବମୋର୍ଚ୍ଚା ସଭାପତି ସିଦ୍ଧାର୍ଥ ଗଙ୍ଗଦେବ ଅତିଥି ଭାବେ ଯୋଗ ଦେଇଥିଲେ । ଏଥିରେ ବହୁ ସ୍ୱେଚ୍ଛାସେବୀ ଓ ଦଳୀୟ ନେତା ରକ୍ତଦାନ କରିଥିଲେ । ଏଥିରେ ମୋଟ ୧୦୨ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ମଣ୍ଡଳ ସଭାପତି ରଞ୍ଜନ ପ୍ରଧାନ, ଅଜିତ ପ୍ରଧାନ, ସମାଜସେବୀ କିରନ ଅଧିକାରୀ, ରବି ତିଆଡ଼ି, ସଞ୍ଜୟ ମହାନ୍ତି, ଲବ ନାୟକ, ସନ୍ତୋଷ ବେହେରା, ଶଙ୍କର ବେହେରାଙ୍କ ସମେତ ବହୁ ସ୍ୱେଚ୍ଛାସେବୀ ସହଯୋଗ କରିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା