ବିଜେପି ପକ୍ଷରୁ ଛତ୍ରପୁର ବ୍ଲକ କାର୍ଯ୍ୟାଳୟ ଘେରାଉ…

ଛତ୍ରପୁର (ସମୃଦ୍ଧ ଓଡିଶା) ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ବିଜୁ ପକ୍କା ଘର ନାମରେ ହଡପ କରୁଥିବା ଏବଂ ଦୁର୍ନିତୀ ବିରୁଦ୍ଧରେ ଛତ୍ରପୁର ଭାରତୀୟ ଜନତା ପାର୍ଟିର ନିର୍ବାଚନ ମଣ୍ଡଳୀ ପକ୍ଷରୁ ରାଜ୍ୟ କାର୍ଯ୍ୟକାରିଣି ସଭ୍ୟ ତଥା ନିର୍ବାଚନ ମଣ୍ଡଳିର ଯୁବନେତା ପ୍ରଶାନ୍ତ କୁମାର କରଙ୍କ ନେତୃତ୍ୱରେ ଛତ୍ରପୁର ବ୍ଲକ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା । ଏହି ଘେରାଉରେ ଭାରତୀୟ ଜନତା ପାର୍ଟିର ରାଜ୍ୟ ଉପସଭାପତି ତଥା ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର, ଜିଲ୍ଲା ସଭାପତି ବିଭୁତି ଭୂଷଣ ଜେନା ଉପସ୍ଥିତ ରହି ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କରିବା ସହ ଛତ୍ରପୁର ବ୍ଲକରେ ଚାଲିଥିବା ଦୁର୍ନିତିକୁ ତୁରନ୍ତ ତଦନ୍ତ କରି ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବୀ କରାଯାଇ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବୀ ପତ୍ର ପ୍ରଦାନ କରାଯାଇଥିଲା । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଗଞ୍ଜାମ ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ, ଜିଲ୍ଲା ପରଷଦ ସଭ୍ୟା ରଶ୍ମିରାଣୀ ମହାପାତ୍ର, ମତ୍ସଜିବି ନେତା ଭିମସେନା ବେହେରା, ପୂର୍ବତନ ଜିଲ୍ଲା ପରିସଦ ସଭ୍ୟ କୀର୍ତ୍ତନ ଦାସ, ପୂର୍ବତନ ନଗରପାଳ ରାମ ଚନ୍ଦ୍ର ବେହେରା, ଛତ୍ରପୁର ମଣ୍ଡଳ ସଭାପତି ସଂଜିତ କୁମାର ରାଉଳ, ବିଜେପି ନେତା ପ୍ରଦୀପ କୁମାର ପାଢ଼ୀ, ଆଇନଜିବି ବ୍ରଜମୋହନ ଆଚାର୍ଯ୍ୟ, ପି.ଧରମା ରେଡ୍ଡିଙ୍କ ସମେତ ନିର୍ବାଚନ ମଣ୍ଡଳିର ସମସ୍ତ ମଣ୍ଡଳ ସଭାପତି ଓ ଦଳୀୟ ନେତା ଓ କର୍ମୀମାନେ ଉପସ୍ଥିତ ଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା