ବିଜେପି ପକ୍ଷରୁ କାର୍ଯ୍ୟକର୍ତ୍ତା ବୈଠକ ଅନୁଷ୍ଠିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବିଜେପି ପକ୍ଷରୁ କାର୍ଯ୍ୟକର୍ତ୍ତା ବୈଠକ ଗତକାଲି ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଜେପି ରାଜ୍ୟ ପ୍ରଭାରୀ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡି. ପୁରନ୍ଦେଶ୍ଵରୀ ଯୋଗ ଦେଇଥିଲେ । ଏହି ଅବସରରେ ଷ୍ଟେସନ ରୋଡ ସ୍ଥିତ ସର୍କିଟ୍ ହାଉସରେ ଜିଲ୍ଲା ବିଜେପି ସଭାପତି ବିଭୂତି ଭୂଷଣ ଜେନାଙ୍କ ନେତୃତ୍ୱରେ ସେ ଜିଲ୍ଲା ତଥା ମଣ୍ଡଳସ୍ତରୀୟ ସମସ୍ତ କାର୍ଯ୍ୟକର୍ତ୍ତା ଓ ନେତାଙ୍କୁ ନେଇ ଆଲୋଚନା କରିବା ସହ ସାମ୍ବାଦିକ ସମ୍ମିଳନୀ କରି ଜିଲ୍ଲା ଓ ରାଜ୍ୟର ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରାଇଥିଲେ । ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଯୋଜନାରେ ପ୍ରକୃତ ହିତାଧିକାରୀଙ୍କୁ ସାମିଲ କରାଯାଇନାହିଁ, ଓଡିଶାରେ ଦାଦନ ଶ୍ରମିକ ବଢ଼ିବାରେ ଚାଲିଛି । ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଜସ୍ୱ ନିର୍ବାଚନ ମଣ୍ଡଳୀରୁ ହିଁ ଅଧିକରୁ ଅଧିକ ଦାଦନ ପାଇଁ ବାହାର ରାଜ୍ୟ ଉପରେ ନିର୍ଭର କରୁଛନ୍ତି । ଶ୍ରମିକଙ୍କ ଲାଗି କୌଣସି ସରକାରୀ ସୁବିଧା ନଥିବା ମଧ୍ୟ କହିଛନ୍ତି । କେନ୍ଦ୍ର ସରକାରଙ୍କ ଯୋଜନାକୁ ରାଜ୍ୟ ସରକାର ହାଇଜାକ୍ କରି ରାଜ୍ୟ ବାସୀଙ୍କୁ ଭୁଆଁ ବୁଲାଉଥିବା ସେ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । କୋଭିଡ୍ ସମୟରେ କେନ୍ଦ୍ର ଅନୁଦାନକୁ ରାଜ୍ୟ ସରକାର ସଠିକ୍ ଭାବେ ବିନିଯୋଗ କରିନାହାନ୍ତି ବୋଲି କହିବା ସହ ଏହାକୁ ଲୋକଙ୍କ ଦୃଷ୍ଟିକୁ ଅଣାଯିବ ବୋଲି କହିଛନ୍ତି । ଏହାସହ ଆବଶ୍ୟକସ୍ଥଳେ ସରକାରଙ୍କ ବିରୋଧରେ ବିଜେପି ରାଜରାସ୍ତାକୁ ଓହ୍ଲାଇବ ବୋଲି ପୁରନ୍ଦେଶ୍ଵରୀ ଚେତାବନୀ ଦେଇଥିଲେ । ଏହି ଅବସରରେ ସେ କାର୍ଯ୍ୟକର୍ତ୍ତାଙ୍କୁ ଦଳୀୟ ସଂଗଠନକୁ ସୁଦୃଢ଼ କରି ବିଜୟୀ ହେବାକୁ କହିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କଲ୍ୟାଣକାରୀ ଯୋଜନାକୁ ଲୋକଲୋଚନକୁ ଆଣିବାକୁ କାର୍ଯ୍ୟକର୍ତ୍ତାଙ୍କୁ ଆହ୍ବାନ କରିଥିଲେ । ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ନେଇ ପ୍ରଶ୍ନ କରିଥିଲେ । ପରେ ସ୍ଥାନୀୟ ଷ୍ଟେସନ ରୋଡ ସ୍ଥିତ ବିଜେପି ନୂତନ କାର୍ଯ୍ୟାଳୟ ଉଦଘାଟନ କରିଥିଲେ । ଏହି କାଯ୍ୟକ୍ରମରେ ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନା ସଂଯୋଜନା କରିଥିବା ବେଳେ ସାମ୍ୱାଦିକ ସମ୍ମିଳନୀରେ ରାଜ୍ୟ ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତରାୟ, ଜିଲ୍ଲା ସଭାପତି ବିଭୁତି ଜେନା, ରାଜ୍ୟ ଉପସଭାପତି ଭୂଗୁ ଭାକ୍ସି ପାତ୍ର, ରାଜ୍ୟ ସମ୍ପାଦିକା ପିଙ୍କି ପ୍ରଧାନ, ପ୍ରଦେଶ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି, ଜିଲ୍ଲା ପ୍ରଭାରୀ ଅଶୋକ ମିଶ୍ର, ମୋନରଞ୍ଜନ ଦ୍ୟାନ ସାମନ୍ତରାୟ, କାଂହୁ ଚରଣ ପତି, ଦିଗପହଣ୍ଡି, ଚିକିଟି ବ୍ରହ୍ମପୁର ଓ ନିର୍ବାଚନ ମଣ୍ଡଳୀର ସମସ୍ତ ବିଧାୟକ ପ୍ରାର୍ଥୀ ଅଂଶ ଗ୍ରହଣ କରିଥିଲେ । ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଛତ୍ରପୁର ନଗର ପୂର୍ବତନ ଅଧ୍ୟକ୍ଷ ରାମଚନ୍ଦ୍ର ବେହେରା ଏବଂ ବହୁ କଂଗ୍ରେସ କର୍ମୀ ବ୍ରହ୍ମପୁର ଠାରେ ଭାରତୀୟ ଜନତା ପାର୍ଟି କାର୍ଯ୍ୟକର୍ତ୍ତା ବୈଠକରେ ରାଷ୍ଟ୍ରୀୟ ସମ୍ପାଦିକା, ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଓଡ଼ିଶା ରାଜ୍ୟ ପ୍ରଭାରୀ ଶ୍ରୀମତୀ ଡ଼ି. ପୁରନ୍ଦେଶ୍ୱରୀ, ରାଜ୍ୟ ସାଧାରଣ ସମ୍ପାଦିକା ଶ୍ରୀମତୀ ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟ ସାଧାରଣ ସମ୍ପାଦକ ମାନସ ମହାନ୍ତି, ରାଜ୍ୟ ଉପସଭାପତି ଭ୍ରୁଗୁ ବକ୍ସିପାତ୍ର, ଜିଲ୍ଲା ସଭାପତି ବିଭୁତି ଭୂଷଣ ଜେନା, ରାଜ୍ୟ ସମ୍ପାଦିକା ଶ୍ରୀମତୀ ପିଙ୍କି ପ୍ରଧାନ, ଜିଲ୍ଲା ପ୍ରଭାରୀ ଅଶୋକ ମିଶ୍ରଙ୍କ ଉପସ୍ଥିତରେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ l

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା