ବିଜେପି ଚିକିଟି ନିର୍ବାଚନ ମଣ୍ଡଳୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଭାରତୀୟ ଜନତା ପାର୍ଟି ଚିକିଟି ନିର୍ବାଚନ ମଣ୍ଡଳୀ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମନୋରଞ୍ଜନ ଦ୍ୟାନସାମନ୍ତରାଙ୍କ ନେତୃତ୍ଵରେ ବ୍ରହ୍ମପୁର ଜିଲ୍ଲା ବିଜେପି କାର୍ଯ୍ୟଳୟରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ରାଜ୍ୟ ସରକାର ୨୦ ବର୍ଷ ଶାସନରେ କୃଷକମାନଙ୍କ ଉନ୍ନତି ନିମନ୍ତେ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟର ଢିଣ୍ଡିମ ପିଟୁଥିବା ବେଳେ ଚିକିଟିରେ ଚରମ ଅବହେଳାର ଚିତ୍ର ଦେଖିବାକୁ ମିଳିଛି । ଚିକିଟି ନିର୍ବାଚନ ମଣ୍ଡଳୀର ପାତ୍ରପୁର ୧୮ଟି ପଞ୍ଚାୟତ କୃଷି ଉପଯୋଗୀ କେବଳ ବର୍ଷା ଆସରା ହୋଇଥିବା ବେଳେ ଚଳିତ ବର୍ଷ ବୃଷ୍ଟିର ଅଭାବ ହେତୁ ଚାଷୀମାନଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି । ସେଥିରୁ ୯ଟି ପଞ୍ଚାୟତରେ ଧାନ ରୁଆ ହୋଇପାରିଲା ନାହିଁ । ବାରମ୍ବାର ଦଳ ପକ୍ଷରୁ ପାତ୍ରପୁର ତହସିଲଦର, ଗଞ୍ଜାମ ଜିଲ୍ଲାପାଳଙ୍କୁ ଲିଖିତ ଆକାରରେ ଅବଗତ କରାଇଥିଲେ ସୁଦ୍ଧା ବର୍ତ୍ତମାନ ସରକାର କିମ୍ବା ପ୍ରଶାସନ ତରଫରୁ କୌଣସି ତତ୍ପରତା ଦେଖାଯାଉନାହିଁ ବୋଲି ଅଭିଯୋଗ କରାଯାଇଥିଲା । ଏହାସହ ତୁରନ୍ତ କ୍ଷତି ସହିଥିବା ଚାଷୀମାନଙ୍କୁ କ୍ଷତି ପୂରଣ ପ୍ରଦାନ କରାଯାଉ ଓ ବର୍ତ୍ତମାନର ରବି ଫସଲରେ ଚାଷୀମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ତା କରାଯାଉ ବୋଲି ଦାବି କରାଯାଇଥିଲା । ନଚେତ୍ ଆଗାମୀ ଦିନରେ ଚାଷୀଙ୍କ ସ୍ୱାର୍ଥକୁ ଆଖି ଆଗରେ ରଖି ଦଳ ପକ୍ଷରୁ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବାକୁ ବାଧ୍ୟ ହେବ ବୋଲି କହିଛନ୍ତି ଚିକିଟି ନିର୍ବାଚନ ମଣ୍ଡଳୀ ରାଜ୍ୟ କାଯ୍ୟକାରିଣୀ ସଦସ୍ୟ ମନୋରଞ୍ଜନ ଦ୍ୟାନସାମନ୍ତରା । ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ଅଜିତ ପ୍ରଧାନ, ଅନନ୍ତ ରାମ ପାଣିଗ୍ରାହୀ, ଜି.ବାଳକୃଷ୍ଣ ରେଡ଼ି, ଉମା ଶଙ୍କର ପାଢ଼ୀ, ପ୍ରଶାନ୍ତ କୁମାର ଜାନି, ଏସ୍. ରେନୁକେଶ୍ୱର୍ ରାଓ, ଲିଙ୍ଗରାଜ ପାଢ଼ୀ ସମେତ ଚିକିଟି ନିର୍ବାଚନ ମଣ୍ଡଳୀର ବହୁ ବିଜେପି କର୍ମୀମାନେ ଅଂଶ ଗ୍ରହଣ କରିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା