ବିଜେପି ଗଞ୍ଜାମ ଜିଲ୍ଲାର ଭରଚୁଆଲ କାର୍ଯ୍ୟକାରିଣୀ ବୈଠକ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଭାରତୀୟ ଜନତା ପାଟି ଗଞ୍ଜାମ ଜିଲ୍ଲାର ୨ୟ କାର୍ଯ୍ୟକାରିଣୀ ବୈଠକ ଭରଚୁଆଲ ମାଧ୍ୟମରେ ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସମସ୍ତ ବିଧାନସଭା ନେତା, ଜିଲ୍ଲା ପଦାଧିକାରୀ, ସମସ୍ତ ମଣ୍ଡଳ ସଭାପତି ଯୋଗ ଦେଇଥିଲେ । ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପ୍ରଭାରୀ ଅଶୋକ ମିଶ୍ର ଯୋଗଦେଇ ଦଳର ଆଗାମୀ ସାଙ୍ଗନୀକ କାର୍ଯ୍ୟକ୍ରମ ଉପରେ ମାର୍ଗ ଦର୍ଶନ ପ୍ରଦାନ କରିଥିଲେ । ଅନ୍ୟତମ ଅତିଥୀ ଭାବେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସରୋଜ ସାବତ ଯୋଗ ଦେଇ ସାଙ୍ଗଠନୀକ ୟିତି ଏବଂ ରାଜନୈତିକ କାର୍ଯ୍ୟଳମ ଉପରେ ନିଜ ଅଭିଭାଷଣ ରଖିଥିଲେ । ଦଳର ବରିଷ୍ଠ ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାହ୍ନୁ ଚରଣ ପତି ଯୋଗଦେଇ ରାଜନୈତିକ ଚିଠା ପ୍ରସ୍ତାବ ଆଗତ କରିଥିଲେ । ଏହି ଚିଠା ପ୍ରସ୍ତାବରେ କୋରନା ସମୟରେ କେନ୍ଦ୍ର ସରକାର ନେଇଥିବା ପଦକ୍ଷେପ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଦିଆଯାଇଥିଲା ତତ୍ ସହିତ ରାଜ୍ୟ ସରକାରଙ୍କ ବିଫଳତା ଏବଂ ଜିଲ୍ଲାର ବିଭିନ୍ନ ସମସ୍ୟା ଏଥିରେ ଉଲ୍ଲେଖ କରାଯାଇଥିଲା । ଏହି ଚିଠା ପ୍ରସ୍ତାବକୁ ଜିଲ୍ଲା ଉପସଭାପତି ରାମ କୁମାର ପାତ୍ର ଏବଂ ଜିଲ୍ଲା କୃଷକ ମୋର୍କୀ ସଭାପତି ମହନ୍ତ ଚିନ୍ମୟାନନ୍ଦ ଦାସ ମହାରାଜ ସମର୍ଥନ କରିଥିଲେ । ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମନୋରଞ୍ଜନ ଦ୍ୟାନ ସାମନ୍ତରାୟ ଫଚାୟତ ନିର୍ବାଚନ ଏବଂ ଜିଲ୍ଲା ସମ୍ପାଦକ ପ୍ରଦୀପ କୁମାର ଶତପଥୀ ନଗର ନିର୍ବାଚନ ଉପରେ ମାର୍ଗଦର୍ଶନ ଦେଇଥିଲେ । ପରେ ରାଜ୍ୟ ଉପସଭାପତି ଭୃଗୁ ବକ୍ସି ପାତ୍ର ଯୋଗ ଦେଇ ଏହି ଦୁଇଟି ନିର୍ବାଚନକୁ କିପରି ପରିଚାଳଣା କରାଯିବ ସେ ନେଇ ଆଲୋଚନା କରିଥିଲେ । ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ କିରଣ ଷଢଙ୍ଗୀ ଅତିଥୀ ପରିଚୟ ପ୍ରଦାନ କରିଥିଲେ । ଜିଲ୍ଲା ଉପସଭାପତି ମନୋଜ ପଟ୍ଟନାୟକ କୋରନା ଦେହାନ୍ତ କାର୍ଯ୍ୟକର୍ତ୍ତାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଶୋକ ପ୍ରସ୍ତାବ ଆଗତ କରିଥିଲେ । ସର୍ବଶେଷରେ ଜିଲ୍ଲା ସାଧାରଣ ସମ୍ପାଦକ ଗଙ୍ଗାଧର ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଭରଚୁଆଲ ବୈଠକରେ ରାଜ୍ୟ ସମ୍ପାଦିକା ପିଙ୍କି ପ୍ରଧାନ, ପ୍ରଶାନ୍ତ କର, ନମିତା ପଣ୍ଡା ନିରଞ୍ଜନ ପାଣିଗ୍ରାହୀ, ବିନୋଦ ମିଶ୍ର, ଲକ୍ଷ୍ମୀ ପଣ୍ଡା, ୱାଇ ​​ମୋହନ ରାଓ, ସିଦ୍ଧାନ୍ତ ଗଙ୍ଗଦେବ, ଦଦିତା ପାତ୍ର, ରାଜେଶ ସାହୁ, ମଦନ ମୋହନ ପାତ୍ର, ଏଲ ମୋହନ ଦାସ, ଏମ୍ ରାଣୀ, ମୁନିଲ କୁମାର ସାହୁ, ଶିବ ପ୍ରସାଦ ପାତ୍ର, ରାଳୀନ କୁମାର ମିଶ୍ର, ଶିବ ଶଙ୍କର ଶତପଥୀଙ୍କ ସହ ଜିଲ୍ଲାର ସମସ୍ତ କାର୍ଯ୍ୟକାରିଣୀ ସଦସ୍ୟ ଏବଂ ମଣ୍ଡଳ ସଭାପତି ଯୋଗ ଦେଇଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା