ବିଜେପି କୋର କମିଟିର ବୈଠକ ଅନୁଷ୍ଠିତ…

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ବିଜେପି କୋର କମିଟିର ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଛତ୍ରପୁର କେନ୍ଦ୍ରୀୟ ବିଦ୍ୟାଳୟ ପାଇଁ କେନ୍ଦ୍ର ମୋଦି ସରକାର ଅନୁମୋଦନ କରିବାର ଏକ ବର୍ଷ ପୁରି ଯାଇଥିଲେ ସୁଧା ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ଅବହେଳା ଯୋଗୁଁ ତାହା କାର୍ଯ୍ୟକାରୀ ହୋଇ ପାରିନାହିଁ, ତେଣୁ ଛତ୍ରପୁର ଅଞ୍ଚଳର ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଏହାକୁ ଉପଲବ୍ଧ କରି ଭାରତୀୟ ଜନତା ପାର୍ଟି ଛତ୍ରପୁର ପକ୍ଷରୁ ଆସନ୍ତା ମାର୍ଚ୍ଚ ୫ ତାରିଖ ଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣାରେ ବସିବ ବୋଲି ପ୍ରଶାନ୍ତ କୁମାର କରଙ୍କ ଅଧ୍ୟକ୍ଷତାରେ ସମସ୍ତ ମଣ୍ଡଳ ସଭାପତିଙ୍କ ଉପସ୍ଥିତରେ ସ୍ଥିର କରାଯାଇଥିବା ପ୍ରଶାନ୍ତ କୁମାର କର ସୂଚନା ଦେଇଛନ୍ତି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା