ବିଜେପିର ମିଶ୍ରଣ ପର୍ବ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଆଜି ଅପରାହ୍ନରେ ବିଜେପିର ଏକ ମିଶ୍ରଣ ପର୍ବ ମୂରଲୀ କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ନଗର ସଭାପତି ଫାଲଗୁନୀ ପାଣିଗ୍ରାହୀ ଅଧ୍ୟକ୍ଷତା କରିଥିଲେ । ବିଜେପି ଜିଲା ସଭାପତି ଉମାକାନ୍ତ ମହାପାତ୍ର ଘୋଷଣା ଅନୁଯାୟୀ ପୂର୍ବତନ ନଗରପାଳ ପ୍ରବୀର କୁମାର ପ୍ରଧାନ ସଦଳବଳେ ଆଜି ବିଜେପିରେ ସାମଲ ହୋଇଛନ୍ତି । ତାଙ୍କୁ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ସାଂସଦ ପ୍ରତାପ ଷଡଙ୍ଗୀ, ପୂର୍ବତନ ମନ୍ତ୍ରୀ ତଥା ବିଜେପିର ଅନ୍ୟତମ ମୁଖ୍ୟ ରଘୁନାଥ ମହାନ୍ତି, ବିଜେପି ବାଲେଶ୍ୱର ଜିଲା ପ୍ରଭାରୀ ଜୀବନ ପ୍ରଦୀପ ଦାଶ ଶ୍ରୀ ପ୍ରଧାନଙ୍କୁ ବିଜେପିରେ ସାମିଲ କରାଇଥିଲେ । ତାଙ୍କ ସହିତ ସୁଗୋ ପଞ୍ଚାୟତର ସମିତି ସଦସ୍ୟ ସଂଜୟ ମହାନ୍ତି, ନେତୁଆ ପଞ୍ଚାୟତର ସମିତି ସଦସ୍ୟ ସୁରେଶ ଜେନା, ଶ୍ରୀରାମପୁର ପଞ୍ଚାୟତର ସମିତି ସଦସ୍ୟ ପୁଷ୍ପଲତା ଘୋଷ, ନେତୁଆ ପଞ୍ଚାୟତର ୱାର୍ଡ ସଦସ୍ୟ ଦିଲ୍ଲିପ ରାଉଳ, ସୁଗୋ ପଞ୍ଚାୟତର ସର୍ବେସ୍ୱର ଦାସ, ଭୋଗରାଇର ଅବସରପ୍ରାପ୍ତ ଅତିରିକ୍ତ ବିଡିଓ ଅଜିତ୍ କୁମାର ଅଠା ବିଜେପିରେ ଯୋଗ ଦେଇ ଦଳୀୟ ଉତ୍ତରୀୟ ପିଦ୍ଧିଥିଲେ । ସେହିପରି ବିଭିିନ୍ନ ପଞ୍ଚାୟତର ଅନ୍ୟ ଦଳର ବହୁ କର୍ମୀମାନେ ଆଜି ଯୋଗ ଦେବା ପରେ ବିଜେପିର ଶକ୍ତି ବୃଦ୍ଧି ହୋଇଥିବା ଏଠାରେ ଯୋଗ ଦେଇଥିବା ନେତୃମଣ୍ଡଳୀମାନେ କହିଛନ୍ତି । ମିଶ୍ରଣ ପରେ ପ୍ରବିର କୁମାର ପ୍ରଧାନ ଜଳେଶ୍ୱର ବିଜେପିକୁ ସୁଦୃଢ କରିବାର ପ୍ରୟାସ ଏବଂ କର୍ମୀମାନଙ୍କୁ ଶୃଙ୍ଖଳିତ କରିବେ ବୋଲି କହିଛନ୍ତି । ଏଥିରେ ଯୁବମୋର୍ଚ୍ଚା ସଭାପତି ରବିନ୍ଦ୍ର ପାତ୍ର ମଂଚ ଆହ୍ୱାନ, ନନ୍ଦନ କୁମାର ଦତ୍ତ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶାନ୍ତନୁ ପଟ୍ଟନାୟକ ସମସ୍ତଙ୍କୁ ଧନ୍ୟ ପ୍ରଦାନ କରିଥିଲେ । ଏହି ମଞ୍ଚରେ ବରିଷ୍ଠ ବିଜେପି ନେତା ଶୁଭଙ୍କର ମହାପାତ୍ର, ଅରୁଣ ବେଜ, ଅଂଶୁମାନ ମହାନ୍ତି, ସମୀର ପାତ୍ର, ସାବିତ୍ରୀ ଜେନା, ଶ୍ରୀନିବାସ ପ୍ରଧାନ, ଗୌରଗୋପାଳ ଦାସ ଅଧିକାରୀ, ରାମକୃଷ୍ଣ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

ରିପୋର୍ଟ : ଭୂପତି ପରିଡା