ବିଜେପିର ମିଶ୍ରଣ ପର୍ବ…

ପାତ୍ରପୁର (ସମୃଦ୍ଧ ଓଡିଶା) ଦୀର୍ଘ ବର୍ଷ ପରେ ପାତ୍ରପୁର ବ୍ଲକକୁ ବିଜେପି ନିଜ ଅଧିନକୁ ନେଇଥିବା ବେଳେ ବିଜେଡି ଛାଡି ସ୍ୱଚ୍ଛତାରେ ବିଜେପିରେ ୧୯ ପରିବାର ସାମିଲ ହୋଇଛନ୍ତି । ପାତ୍ରପୁର ବ୍ଲକ ସୁରଙ୍ଗୀ ପଞ୍ଚାୟତ ଅନ୍ତର୍ଗତ କନିରିଡା ଗ୍ରାମରେ ଚିକିଟି ବିଜେପି ପକ୍ଷରୁ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ମନୋରଞ୍ଜନ ଦ୍ୟାନ ସାମନ୍ତରାଙ୍କ ନେତୃତ୍ୱରେ ଏକ ବିଶାଳ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ଏକ ମିଶ୍ରଣ ପର୍ବ ସଭା ଅନୁଷ୍ଠିତ ହୋଇଥିଲା । ଏହି ମିଶ୍ରଣ ପର୍ବରେ ବିଜେଡି ଦଳ ଛାଡି ବିଜେପିରେ ୧୯ ପରିବାର ଯୋଗ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ପାତ୍ରପୁର ବ୍ଲକ ଅଧ୍ୟକ୍ଷା ୱାଇ.ସଂଯୁକ୍ତା, ଗଜପତି ଜିଲ୍ଲା ପ୍ରଭାରୀ ମୀନା ଦ୍ୟାନ ସାମନ୍ତରା, ଉପାଧ୍ୟକ୍ଷ ଅନାଦୀ ଚରଣ ପଣ୍ଡିତ, ୱାଇ. ମହୋନ ରାଓ, ଆପନା ପ୍ରଧାନ, ପ୍ରକାଶ ପ୍ରଧାନ, ଶ୍ରୀଧର ପ୍ରଧାନ, ରଞ୍ଜନ ପ୍ରଧାନ, ଇ.ରାକେଶ ରେଡି, ରେଣୁ ରେଡି, ଲୋକନାଥ ଦାଶ, ଅକ୍ଷୟ ସେଠୀ, ଦେବଦତ୍ତ ପଣ୍ଡା, ସରୋଜ ପଣ୍ଡା, ଅଜିତ ପ୍ରଧାନ, ଲଳିତା ପ୍ରଧାନ, ଭାରତୀ, ନୀର ସାହୁ, ଭଗବାନ ସାହୁ, ଅଲେଖ ଗୌଡ, ସମୀର ଯାଦବ ପ୍ରମୁଖଙ୍କ ସହ ବହୁ ବିଜେପି କର୍ମୀମାନେ ଉପସ୍ଥିତ ରହିଥିଲେ ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା