ବିଜେଡି ମହିଳା ସମାବେଶ ଅନୁଷ୍ଠିତ…

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହରର ରାମନଗର ସ୍ଥିତ ହାଇଟେକ୍ ଗୃହ ଠାରେ ଜିଲ୍ଲାର ତିନିଗୋଟି ବ୍ଲକ ଓ ପାରଳାଖେମୁଣ୍ଡି ପୌରପରିଷଦର ମହିଳାମାନଙ୍କୁ ନେଇ ଆଗାମୀ ନିର୍ବାଚନ ସକାଶେ ଏକ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ହାଇଟେକ୍ ଅଧ୍ୟକ୍ଷ ବା ବରିଷ୍ଠ ବିଜେଡି ନେତା ଡ. ତିରୁପତି ପାଣିଗ୍ରାହୀ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମ ଟିକୁ ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସମସ୍ତ ମହିଳାମାନଙ୍କୁ ମହିଳା ନେତ୍ରୀ ସଂଯୁକ୍ତା ବେହେରା ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ କହିବା ସହ ନିଜ ଅଞ୍ଚଳରେ କିପରି ମହିଳାମାନେ ଏକତ୍ରିତ ହୋଇ ବିଜେଡି ଦଳକୁ ଆଗେଇ ନେବେ ସେ ସମ୍ପର୍କରେ ସମସ୍ତେ ମିଳିମିଶି ନିଷ୍ପତ୍ତି ନେଇଥିଲେ । ଏହି କାର୍ଯ୍ୟକ୍ରମରେ ତିନିଗୋଟି ବ୍ଲକ କାଶୀନଗର, ଗୁମ୍ମା, ଗୋସାଣୀ ଓ ପାରଳାଖେମୁଣ୍ଡି ପୌର ପରିଷଦର ବହୁ ନାରୀ ନେତ୍ରୀମାନେ ଯୋଗଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ କାଶୀନଗର ନଗର ସଭାପତି ରଘୁରାମ ସାହୁ, ରାମା ରାଓ, କାଶୀନଗର ଯୁବ ସଭାପତି ରାଜେଶ ମିଶାଲ, ଏସ. ବାଳ ରାଜୁ, ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।

ରିପୋର୍ଟ : କୃଷ୍ଣ କୁମାର ବେହେରା