ବିଜେଡିର ୩୩ ଜିଲ୍ଲା ସଭାପତିଙ୍କ ନାମ ଘୋଷଣା:ଚ୍ୟାଉ ପଟ୍ଟନାୟକ ଗଞ୍ଜାମ ସଭାପତି…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ସଂଗଠିତ ଆଞ୍ଚଳିକ ଦଳ ବିଜୁ ଜନତା ଦଳ ଦୀର୍ଘ ୨୦ ବର୍ଷ ଧରି ଓଡିଶାକୁ ହାତ ମୁଠାରେ ରଖିଥିବା ରାଜନୀତିକ ଦଳ ବିଜେଡି ଆଜି ତାର ୩୩ ଗୋଟି ଜିଲ୍ଲା ସଭାପତି ନିଯୁକ୍ତିକୁ ସର୍ବ ସାଧାରଣରେ ଘୋଷଣା କରିଛି । ରାଜ୍ୟ ବିଜୁ ଜନତା ଦଳ ନିର୍ବାଚନ କାର୍ଯ୍ୟାଳୟ ପକ୍ଷରୁ ଜାରି କରାଯାଇଥିବା ଇସ୍ତାହାରରୁ ଏହା ଜଣାପଡିଛି । ରାଜ୍ୟ ବିଜେଡିର ରିଟର୍ଣ୍ଣିଙ୍ଗ ଅଫିସର ପ୍ରତାପ କୁମାର ଦେବ ଘୋଷଣା କରିଛନ୍ତି । ୩୩ ଗୋଟି ଜିଲ୍ଲା ସଭାପତି ମଧ୍ୟରୁ ଅନୁଗୁଳ ଜିଲ୍ଲା ପାଇଁ ମହେନ୍ଦ୍ର ବସ୍ତିଆଙ୍କୁ ନିଯୁକ୍ତ କରାଯାଇଥିବା ବେଳେ ବାଲେଶ୍ୱର ଜିଲ୍ଲା ପାଇଁ ପୂର୍ବତନ ଲୋକସଭା ସାଂସଦ ରବୀନ୍ଦ୍ର କୁମାର ଜେନାଙ୍କୁ ନିଯୁକ୍ତ କରାଯାଇଛି । ସେହିପରି ବରଗଡ଼ ଜିଲ୍ଲା ପାଇଁ ବିଜୟ ରଞ୍ଜନ ସିଂ ବାରିହା, ଭଦ୍ରକ ଜିଲ୍ଲା ପାଇଁ ଜଗନ୍ନାଥ ସ୍ୱାଇଁ, ଭୁବନେଶ୍ୱର ପାଇଁ ବିଧାୟକ ଅନନ୍ତ ନାରାୟଣ ଜେନା, ବଲାଙ୍ଗୀର ପାଇଁ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ, ବୌଦ୍ଧ ପାଇଁ ମହିଦର ରଣା, କଟକ ପାଇଁ ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରା, ଦେବଗଡ ପାଇଁ ରୋମଞ୍ଚ ରଞ୍ଜନ ବିଶ୍ୱାଳ, ଢେଙ୍କାନାଳ ପାଇଁ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ଗଜପତି ପାଇଁ ପ୍ରଦୀପ ନାୟକ, ଗଞ୍ଜାମ ପାଇଁ ଡା. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ଜଗତସିଂହପୁର ପାଇଁ ପ୍ରଶାନ୍ତ ମୁଦୁଲି, ଯାଜପୁର ପାଇଁ ସରୋଜ ମହାପାତ୍ର, ଝାରସୁଗୁଡା ପାଇଁ ପୂର୍ବତନ ସାଂସଦ କିଶୋର ମହାନ୍ତି, କଳାହାଣ୍ଡି ପାଇଁ ପୁଷ୍ପେନ୍ଦ୍ର ସିଂ ଦେଓ, କାନ୍ଦମାଳ ପାଇଁ ସରୋଜ କୁମାର କର୍ଣ୍ଣ, କେନ୍ଦ୍ରାପଡା ପାଇଁ ଉତ୍କଳ କେଶରୀ ପରିଡା, କେଉଁଝର ପାଇଁ ମାଧମ ସରଦାର, ଖୋର୍ଦ୍ଧା ପାଇଁ ବିଭୁତି ଭୂଷଣ ବଳବନ୍ତରାୟ, କୋରାପୁଟ ପାଇଁ ଈଶ୍ୱର ପାଣିଗ୍ରାହୀ, ମାଲକାନଗିରି ପାଇଁ ପୂର୍ଣ୍ଣଚନ୍ଦ୍ର ବାକା, ମୟୁରଭଞ୍ଜ ସଦର ପାଇଁ ସୁଦାମ ମାରାଣ୍ଡି, ମୟୁରଭଞ୍ଜ ଜିଲ୍ଲା ପାଇଁ କାଶୀନାଥ ହେମ୍ବ୍ରମ, ନବରଙ୍ଗପୁର ପାଇଁ ସାଂସଦ ରମେଶ ଚନ୍ଦ୍ର ମାଝୀ, ନୟାଗଡ ପାଇଁ ରମେଶ ବେହେରା, ନୂଆପଡା ପାଇଁ ମନୋଜ ମିଶ୍ର, ପୁରୀ ଜିଲ୍ଲା ପାଇଁ ପୂର୍ବତନ ମନ୍ତ୍ରୀ ମହେଶ୍ୱର ମହାନ୍ତି, ରାୟଗଡା ପାଇଁ ସୁଧୀର ଦାସ, ରାଉରକେଲା ପାଇଁ ସାରଦା ପ୍ରସନ୍ନ ନାୟକ, ସମ୍ବଲପୁର ପାଇଁ ସିଦ୍ଧାର୍ଥ ଦାସ, ସୁବର୍ଣ୍ଣପୁର ପାଇଁ ସରୋଜ କାମ୍ପୋ, ସୁନ୍ଦରଗଡ ଜିଲ୍ଲା ପାଇଁ ବିଜୟ ଟୋପଙ୍କୁ ଜିଲ୍ଲା ସଭାପତି ରୂପେ ନିଯୁକ୍ତି ଦିଆଯାଇଥିବା ଜଣାପଡିଛି । ତେବେ ରାଜ୍ୟରେ ଲୋକସେବା ପାଇଁ ସମସ୍ତଙ୍କର ଲୋକପ୍ରିୟ ଥିବା ଡ଼ଃ.ପ୍ରସନ୍ନ କୁମାର ପାଟ୍ଟଶାଣୀଙ୍କୁ ବିଜେଡି ତରଫରୁ ଉପେକ୍ଷା କରାଯାଉଥିବା ଅଭିଯୋଗ ହୋଇଥିବା ବେଳେ ବ୍ରହ୍ମପୁରର ଲଗାତାର ୭ ଥର ନିର୍ବାଚିତ ହୋଇ ବିଧାୟକ ହୋଇଥିବା ଡା. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କୁ ଗତ ନିର୍ବାଚନରେ ପ୍ରାର୍ଥୀ କରାଯାଇନଥିବାରୁ ଅସନ୍ତୋଷ ପ୍ରକାଶ ପାଇଥିଲା । ବର୍ତ୍ତମାନ ତାଙ୍କୁ ବିଜେଡିର ଜିଲ୍ଲା ସଭାପତି କରାଯାଇଥିବାରୁ କର୍ମୀ ମାନଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଛି । ବିଜେଡିରେ ରହି ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଲଗାତାର ବିଜୟ ହୋଇ ନିସ୍ଵାର୍ଥପର ଭାବରେ ବ୍ରହ୍ମପୁର ଭଳି ସହରରେ ବିପୁଳ ସମର୍ଥନ ଓ ଲୋକ ପ୍ରିୟତା ଅର୍ଜନ କରିବା କିଛି କମ କଥା ନ ଥିଲା । ସେ ଜଣେ ନିଷ୍ଠାପର, ନିସ୍ଵାର୍ଥପର, କର୍ମଠ, ଲୋକସେବକ ଓ ଘରୋଇ ଡାକ୍ତର ଭାବେ ଘରେ ଘରେ ପରିଚିତ । ୧୯୯୦ ମସିହାରୁ ସେ ବିଧାୟକ ରୂପେ ବିଜୟ ହୋଇ ଆସୁଥିଲେ । ସାଧାରଣ ଲୋକଙ୍କ ନଜର ତଥା ଲୋକ ପ୍ରିୟତା ତାଙ୍କ ପ୍ରତି ରହି ଆସୁଥିଲା । ଗତ ନିର୍ବାଚନରେ ତାଙ୍କୁ ପ୍ରାର୍ଥୀ କରା ନ ଯିବାରୁ ସାଧାରଣ ଜନତା କ୍ଷୁବ୍ଧ ହୋଇଥିଲେ ମଧ୍ୟ ତାଙ୍କ ନିର୍ଦ୍ଦେଶରେ ବିଜେଡିକୁ ଭୋଟ ଦେଇଥିଲେ ବୋଲି ଲୋକଙ୍କ ଠାରୁ ଶୁଣିବାକୁ ମିଳେ । ସେଇଥି ପାଇଁ କଂଗ୍ରେସର ନେତା ବିଜେଡ଼ିରେ ଯୋଗଦାନ କରି ବିକ୍ରମ ପଣ୍ଡା ବିଧାୟକ ହୋଇଥିଲେ ମଧ୍ୟ ଅଦ୍ୟାବଧି ଚ୍ୟାଉ ପଟ୍ଟନାୟକଙ୍କୁ ଲୋକେ ଭୁଲି ପାରୁ ନାହାନ୍ତି । ଯେକୌଣସି କାର୍ଯ୍ୟ ହାସଲ କରିବା ପାଇଁ ଏବେ ମଧ୍ୟ ସାଧାରଣ ଲୋକ ଚ୍ୟାଉ ପଟ୍ଟନାୟକଙ୍କ ପାଖରେ ପହଞ୍ଚୁ ଥିବା ଦେଖିବାକୁ ମିଳୁଛି । ବର୍ତ୍ତମାନ ଚ୍ୟାଉ ପଟ୍ଟନାୟକଙ୍କୁ ବିଜେଡି ଦଳ ଜିଲ୍ଲା ସଭାପତି କରିଥିବାରୁ କର୍ମୀ ମାନଙ୍କର ଉତ୍ସାହ ବଢି ଯାଇଛି ।

ରିପୋର୍ଟ : ବ୍ୟୁରୋ ଚିଫ ନିମାଇଁ ଚରଣ ପଣ୍ଡା