ବିଜେଡିର ମିଶ୍ରଣ ପର୍ବ ଅନୁଷ୍ଠିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ଫାଷ୍ଟଗେଟ ସ୍ଥିତ ରଘୁନାଥ କଲ୍ୟାଣ ମଣ୍ଡପରେ ନୀଳାଚଳ ବିଷୋୟୀ ଓ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ପୌରିହତରେ ବିଜେଡି ସଭାପତି ବିଜୟ ସାମଲଙ୍କ ଅଧକ୍ଷତାରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଶତାଧିକ ବିଜେପି ଓ ବଜରଙ୍ଗ ଦଳର କର୍ମୀ ବିଜେଡ଼ି ଦଳରେ ଯୋଗ ଦେଇଥିଲେ । ଓଡିଶାର ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମ ନବୀନ ପଟ୍ଟନାୟକଙ୍କ ବିଭିନ୍ନ ଜନହିତକର କାର୍ଯ୍ୟରେ ଅନୁପ୍ରାଣିତ ହୋଇ ୩ନଂ ୱାର୍ଡର ବହୁ ବିଜେପି ଓ ବଜରଙ୍ଗ ଦଳ କର୍ମୀ ବିଧିବଦ୍ଧ ଭାବରେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି । ଏଥିରେ ଜିଲ୍ଲା ସଭାପତି ସମସ୍ତଙ୍କୁ ଦଳକୁ ସ୍ୱାଗତ କରିଥିବା ବେଳେ ନୂତନ ଭାବେ ଦଳରେ ଯୋଗଦାନ କରିଥିବା କର୍ମୀମାନଙ୍କୁ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ଓ ବିଧାୟକ ବିକ୍ରମ କୁମାର ପଣ୍ଡା ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରି ଆଗାମୀ ଦିନରେ ବିଜୁ ଜନତା ଦଳ ପାଇଁ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ନବୀନ ପଟ୍ଟନାୟକଙ୍କ ୨୦ବର୍ଷର ବିଭିନ୍ନ ଲୋକାଭିମୁଖୀ ଯୋଜନା ଓ କାର୍ଯ୍ୟଶୈଳୀରେ ଆକୃଷ୍ଟ ହୋଇ କର୍ମୀମାନେ ବିଜେଡି ଦଳରେ ଯୋଗଦାନ କରିଥିବା ନୀଳାଚଳ ବିଷୋୟୀ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ସୁବାଷ ଚନ୍ଦ୍ର ମହାରଣା, ସଂଘମିତ୍ରା ଦଳାଇ, ଅଜିତ କୁମାର ପଣ୍ଡା, ସଞ୍ଜିତ ପାଣିଗ୍ରାହୀ, ଅନିଲ ସାହୁ, କାହ୍ନୁ ଚରଣ ପାତ୍ର, ସଂଯୁକ୍ତା ବିଷୋୟୀ, ଦଣ୍ଡପାଣି ନାୟକ, ମଦନ ମହନ ଦଳାଇ, ତୁମ୍ବନାଥ ପଣ୍ଡା, ତାପସ ସାହୁ, ଜ୍ୟୋତି ରଞ୍ଜନ ସାହୁ, ଅସିତ୍ କୁମାର ସାବତ, ତେଜେଶ୍ୱର ସ୍ୱାମୀ, ଉଦ୍ଧବ ବିଷୋୟୀ, ସୂର୍ଯ୍ୟକାନ୍ତ ସୁବୁଦ୍ଧି, ଦୁର୍ଗା ରାଓ, ସୁରେନ୍ଦ୍ର ପାତ୍ର, ଗୋପାଳ ପାଣିଗ୍ରାହୀ, ନାହାକ, କାଶୀନାଥ ରେଡ଼ି ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା