ବିଜେଡିର ମିଶ୍ରଣ ପର୍ବ ଅନୁଷ୍ଠିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆସନ୍ତା ପଞ୍ଚାୟତ ନିର୍ବାଚନ ନିମନ୍ତେ ତାରିଖ ଧାର୍ଯ୍ୟ ହୋଇଥିବା ବେଳେ ପ୍ରତେକ ପଞ୍ଚାୟତ ଏବଂ ୱାର୍ଡ ସ୍ତରରେ ବିଭିନ୍ନ ଦଳ ପକ୍ଷରୁ ଜୋରସୋରରେ ଚାଲିଛି ପ୍ରସ୍ତୁତି । ସେହିଭଳି ଆଜି ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ଅନ୍ତର୍ଗତ ବଡ ପଙ୍କଳବାଡ଼ି ବଡସାହି ଠାରେ ବଡ ପଙ୍କଳବାଡ଼ି ଗ୍ରାମ ପଞ୍ଚାୟତ ସ୍ତରୀୟ ବିଜୁ ଜନତା ଦଳର ମିଶ୍ରଣ ପର୍ଵ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହେବା ସହ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କ ଜନହିତକର କାର୍ଯ୍ୟକୁ ସମର୍ଥନ ଜଣାଇ ବଡ ପଙ୍କଳ ବାଡ଼ି ଗ୍ରାମର ପୁର୍ବତନ ସରପଞ୍ଚ ପ୍ରଦୀପ କୁମାର ବେହେରା ଓ ପୂର୍ବତନ ସମିତିସଭ୍ୟ ସୁବାଷ ଚନ୍ଦ୍ର ପାଣିଗ୍ରାହୀଙ୍କ ନେତୃତ୍ୱରେ ୧୦୦ରୁ ଉର୍ଦ୍ଧ୍ବ ବିଜେପି ପରିବାର ବିଜେପି ଦଳ ତ୍ୟାଗ କରି ବିଜୁ ଜନତା ଦଳରେ ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁଙ୍କ ଉପସ୍ଥିତିରେ ସାମିଲ ହୋଇଛନ୍ତି । ନୂତନ ଭାବେ ଦଳରେ ଯୋଗଦେଇଥିବା କର୍ମୀଙ୍କୁ ବିଧାୟକ ଶ୍ରୀକାନ୍ତ ସାହୁ ଆନ୍ତରିକରୁ ସ୍ୱାଗତ ଜଣାଇଛନ୍ତି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା