ବିଜେଡିର ମିଶ୍ରଣ ପର୍ବ ଅନୁଷ୍ଠିତ…

ଛତ୍ରପୁର (ସମୃଦ୍ଧ ଓଡିଶା) ଗୋପଳପୁର ନିର୍ବାଚନ ମଣ୍ଡଳୀରେ ବିଜେଡିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । କଂଗ୍ରେସର ପୂର୍ବତନ ବିଧାୟକ ପ୍ରାର୍ଥୀ  ଏସ. ଧର୍ମରାଜ ରେଡ୍ଡୀ ବିଧିବଦ୍ଧ ଭାବେ ତାଙ୍କ ଶତାଧିକ ସମର୍ଥକଙ୍କ ସମେତ ବିଜେଡିରେ ସାମିଲ ହୋଇଛନ୍ତି । ସେ ୨୦୧୯ରେ ଗୋପଳପୁର ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକ ପ୍ରାର୍ଥୀ ହୋଇଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ତାଙ୍କ ଶତାଧିକ କର୍ମୀଙ୍କ ସହ ବିଜେଡିରେ ସାମିଲ ହୋଇଥିବା କହିଥିଲେ । ବିଜେଡିର ସାଙ୍ଗଠନିକ ସାଧାରଣ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ହରିଜନ ଓ ଆଦିବାସୀ ମନ୍ତ୍ରୀ ଜଗନ୍ନାଥ ସରକା, ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବ ଡ଼. ଗୋପବନ୍ଧୁ ଦାସ, ଗଞ୍ଜାମ ବିଜେଡି ସଭାପତି ଡ଼. ଚ୍ୟାଉ ପଟ୍ଟନାୟକଙ୍କ ଉପସ୍ଥିତରେ ଗୋପାଳପୁର ନିର୍ବାଚନୀ ମଣ୍ଡଳୀ କରାପଲ୍ଲୀଠାରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଗୋପାଳପୁର ନିର୍ବାଚନୀ ମଣ୍ଡଳୀରେ ବିଜେଡି ଆହୁରି ଶକ୍ତିଶାଳୀ ହୋଇପାରିବ ବୋଲି ଏସ. ଧର୍ମରାଜ ରେଡ୍ଡୀ କହିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା