ବିଜେଡ଼ିର ମିଶ୍ରଣ ପର୍ବ ଅନୁଷ୍ଠିତ…

ବ୍ରହ୍ମପୁର/ରଙ୍ଗେଇଲୁଣ୍ଡା (ସମୃଦ୍ଧ ଓଡିଶା) ରବିବାର ଦିନ ରଙ୍ଗେଇଲୁଣ୍ଡା ବ୍ଲକ ମନ୍ତ୍ରୀଡି ଠାରେ ବିଜେଡ଼ିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ ଯୋଜନା ଓ ସୁଶାସନରେ ଅନୁପ୍ରାଣିତ ହୋଇ ଦଳରେ ଯୋଗ ଦେଇଥିବା ମନ୍ତ୍ରିଡି ସରପଞ୍ଚ ପ୍ରଶାନ୍ତଦାସ କହିଛନ୍ତି ଯେ, ପୁଣି ଆଗକୁ ଅଞ୍ଚଳରେ ବହୁ ଉନ୍ନତି ଆଣିବା ପାଇଁ ପ୍ରୟାସ ଜାରି ରଖିବା ଲୋକଙ୍କ ସହିତ ରହିବା ଏବଂ ଦଳରେ ରହି ଲୋକଙ୍କ ସେବା କରିବି । ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ନିର୍ମାଣ ଶ୍ରମିକ ବୋର୍ଡ ଅଧକ୍ଷ ତଥା ରାଜ୍ୟସଭା ସଦସ୍ୟ ସୁବାଷ ସିଂଙ୍କ ସହ ମୂଖ୍ୟମନ୍ତ୍ରୀଙ୍କ ରାଜନୈତିକ ପରାମର୍ଶଦାତା ଡ଼ା.ଗୋପବନ୍ଧୁ ଦାସ, ପୂର୍ବତନ ମନ୍ତ୍ରୀ ତଥା ବଡମ୍ବା ବିଧାୟକ ଦେବୀମିଶ୍ର, ଜିଲ୍ଲା ବିଜେଡ଼ି ସଭାପତି ଡ଼ା.ରମେଶଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ଗୋପାଳପୁର ନିର୍ବାଚନ ମଣ୍ଡଳୀ ପର୍ଯ୍ୟବେକ୍ଷକ ସିଏଚ. ଭରତ, ଜିଲ୍ଲା ସାଧାରଣ ସମ୍ପାଦକ ପ୍ରତାପ ଚନ୍ଦ୍ରକୋଠୀଆ, ବ୍ଲକ ଅଧ୍ୟକ୍ଷା ସିଏଚ୍ଚ.ଉଷାରାଣୀ, ବ୍ଲକ ସଭାପତି ଅଜିତ ଦାସ, ବ୍ଲକ ମହିଳାସଭା ନେତ୍ରୀ ପି.କମଳା ରେଡ୍ଡୀ, ଜିଲ୍ଲା ଉପସଭାପତି ସିଏଚ୍ଚ. ଦିଲେଶ୍ୱର ରେଡ୍ଡୀ, ଜିଲ୍ଲା ପରିଷଦ ସଭ୍ୟ ଶଶୀଭୂଷଣ ମହାନ୍ତି, ବରିଷ୍ଠ ନେତା ଅନୁଜ ନାୟକ, ବ୍ଲକ ଉପସଭାପତି ପ୍ରକାଶ ଚନ୍ଦ୍ର ସାମନ୍ତ, ବ୍ଲକ କୋଷାଧ୍ୟକ୍ଷ ନୀଳ ମାଧବ ପାତ୍ର, ବ୍ଲକ ଯୁବସଭାପତି ବିନୋଦ ମହାଙ୍କୁଡ, ଛାତ୍ର ସଭାପତି ମିଲେନ୍ଦ୍ର ପ୍ରଧାନ, ଡି.ଚିନ୍ତାମଣି, ଯୁବନେତା ବାଲ୍ୟରାମ ଦଳେଇ, ବିଶ୍ବମ୍ବର ପାତ୍ର, ମୂର୍ତଞ୍ଜୟ ମହାରଣା, ଯୁବନେତା ଅଜିତ ରାଉଳ, ଦଣ୍ଡ ପାଣିଗ୍ରାହୀ, ସରପଞ୍ଚ ବିଷ୍ଣୁପ୍ରିୟା ନାୟକ, ସ୍ଵର୍ଣ୍ଣମୟୀ ପାଢ଼ୀ, ବାଇରୀ ପାତ୍ର, ବିଭୁତି ଭୁଷଣ ଲେଙ୍କା ଯୋଗ ଦେଇଥିଲେ । ଏଥିରେ ମନ୍ତ୍ରିଡି, ଗୋଳନ୍ଥରା ସରପଞ୍ଚଙ୍କ ସମେତ ତାଙ୍କ ସମର୍ଥକ ସହ ବିଭିନ୍ନ ଦଳ ଛାଡ଼ି ବିଜେଡ଼ିରେ ଯୋଗଦାନ କରିଛନ୍ତି । 

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା