ବିଜେଡ଼ିର ମିଶ୍ରଣ ପର୍ବ ଅନୁଷ୍ଠିତ…

ପୋଲସରା (ସମୃଦ୍ଧ ଓଡିଶା) ପୋଲସରା ବ୍ଳକ ହାତୀଓଟ ସ୍ଥିତ ବିଧାୟକ ଶ୍ରୀକାନ୍ତ ସାହୁଙ୍କ ବାସଭବନ ପରିସରରେ ବିଜେଡ଼ିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଢୁଙ୍କାପଡା ଗ୍ରାମର ବିଜେଡି ଯୁବ ସଙ୍ଗଠକ ସିଲୁ ଦଳାଇଙ୍କ ନେତୃତ୍ୱରେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କ ଉପସ୍ଥିତରେ ଢୁଙ୍କାପଡା ହରିଜନ ସାହିର ୪୦ରୁ ଉର୍ଦ୍ଧ୍ଵ ପରିବାର ଜାତୀୟ ଦଳ ବିଜେପି ତ୍ୟାଗ କରି ବିଜୁ ଜନତା ଦଳରେ ଯୋଗଦାନ କରିଥିଲେ । ହରିଜନ ସାହିର ଅଭିମନ୍ୟୁ ନାହାକ, ସନିଆ ନାହାକ, ବିଶୁ ନାହାକ, ଦିବାକର ନାହାକ, ମାଲ ନାହାକ ସମେତ ୪୦ରୁ ଉର୍ଦ୍ଧ୍ୱ ପରିବାର ନବୀନ ବାବୁଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଓ ବିଧାୟକ ଶ୍ରୀକାନ୍ତ ସାହୁଙ୍କ ବିକାଶ ଧାରାରେ ଆକୃଷ୍ଟ ହୋଇ ବିଜେଡିରେ ଯୋଗଦାନ କରିଥିବା ପ୍ରକାଶ କରିଥିଲେ । ବିଜେଡିରେ ଯୋଗଦାନ କରିଥିବା କର୍ମି ମାନଙ୍କୁ ଉପଢୌକନ ପ୍ରଦାନ କରି ବିଧାୟକ ଶ୍ରୀ ସାହୁ ସ୍ୱାଗତ କରିଥିଲେ । ବିଜେଡ଼ିର ଏହି ମିଶ୍ରଣ ପର୍ବରେ ଢୁଙ୍କାପଡା ଗ୍ରାମର ସିଲୁ ଦଳାଇ, ରତ୍ନାକର ବାଡ଼ତ୍ୟା, କୁନା ପ୍ରଧାନ, ବାବୁଲା ପଲେଇ, ହରିରାମ ଖଟେଇ ସମେତ ଗ୍ରାମର ବିଜେଡି କର୍ମକର୍ତ୍ତା ଅଂଶ ଗ୍ରହଣ କରିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା