ବିଜୁ ଯୁବ ଜନତା ଦଳର ପ୍ରଥମ କାର୍ଯ୍ୟକାରୀଣି ବୈଠକ ଅନୁଷ୍ଠିତ…

ରାୟଗଡ଼ା (ସମୃଦ୍ଧ ଓଡିଶା) ରାୟଗଡ଼ା ବିଜୁ ଯୁବ ଜନତା ଦଳର ପ୍ରଥମ କାର୍ଯ୍ୟକାରୀଣି ବୈଠକ ସ୍ଥାନୀୟ କୈଳାଶ ହୋଟେଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ରାୟଗଡ଼ା ଜିଲ୍ଲା ବିଜୁ ଯୁବ ଜନତା ଦଳର ସଭାପତି ଦେବାଶିଷ ଖାଡ଼ଙ୍ଗା ସଭାପତିତ୍ବ କରିଥିଲେ । ଅବିଭିକ୍ତ କୋରାପୁଟ ଜିଲ୍ଲାର ବିଜୁ ଯୁବଜନତା ଦଳର ସଭାପତି ତାପସ ତ୍ରିପାଠୀ ଓ ରାୟଗଡ଼ା ବିଜୁ ଯୁବ ଜନତା ଦଳର ପର୍ଯ୍ୟବେକ୍ଷକ ଦେବୀ ପ୍ରସାଦ ଦାଶ ସମ୍ମାନୀତ ଅତିଥ୍ୟ ଭାବେ ଯୋଗ ଦେଇଥିଲେ । ରାୟଗଡ଼ା ଜିଲ୍ଲାରେ ବିଜୁଯୁବଜନତା ଦଳର ସଂଗଠନକୁ ତୃଣମୂଳ ସ୍ତରରେ ସୁଦୃଝ କରିବା ନେଇ ଏହି ବୈଠକରେ ଆଲୋଚନା ହୋଇଥିଲା । ରାୟଗଡ଼ା ବିଜୁଯୁବଜନତା ଦଳର ନୂତନ ଭାବେ ମନୋନୀତ ହୋଇଥିବା କର୍ମକର୍ତ୍ତାମାନଙ୍କୁ ଏହି ବୈଠକରେ ସମ୍ବର୍ଦ୍ଧନା ଆଯାଇଥିଲା । ଏହି ବୈଠକରେ ରାୟଗଡ଼ା ଜିଲ୍ଲାର ଦଲୀୟ ସଭାପତି ସୁଧୁର କୁମାର ଦାଶ, ପୂର୍ବତନମନ୍ତ୍ରୀ ଲାଲ ବିହାରୀ ହିମିରିକା, ରାଜ୍ୟ ସମ୍ପାଦକ ଜଗଦିଶ ପାତ୍ର, ଜିଲ୍ଲା ବିଜୁ ମହିଲା ଜନତା ଦଳର ସଭାନେତ୍ରୀ ଅନୂସୟା ମାଝି, ରାଜ୍ୟ ସମ୍ପାଦିକା ସୁଜାତା ପାଳ ରାଜ୍ୟ କୃଷକ ଜନତାଦଳର ସମ୍ପାଦକ ବି.ତ୍ରିପତି, ଜିଲ୍ଲା ଛାତ୍ର ନେତା ବିଷ୍ଣୁ ପଣ୍ଡା (ପିଙ୍କୁ), ଗଗନ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ । ଆସନ୍ତା ମାସ ୨୫ ତାରିଖ ସୁଦ୍ଧା ଜିଲ୍ଲାର ୱାର୍ଡ ସ୍ତରରେ ସଂଗଠାନିକ ସଦସ୍ୟଙ୍କ ନାମ ଚୟନ କରି ପ୍ରେରଣ କରିବା ପାଇଁ ଅବିଭିକ୍ତ କୋରାପୁଟ ଜିଲ୍ଲାର ବିଜୁ ଯୁବଜନତା ଦଳର ସଭାପତି ତାପସ ତ୍ରିପାଠୀ ମତବ୍ୟକ୍ତ କରିଥିଲେ । ରାୟଗଡ଼ା ଜିଲ୍ଲାରେ ବିଜୁ ଯୁବଜନତା ଦଳର ସଂଗଠନକୁ ସଦୃଶ କରି ଯୁବ ଶକ୍ତିକୁ ସଜବୁତ କରିବା ପାଇଁ  ରାୟଗଡ଼ା ବିଜୁଯୁବଜନତା ଦଳର ପର୍ଯ୍ୟବେକ୍ଷକ ଦେବୀ ପ୍ରସାଦ ଦାଶ ଦଳୀୟ କର୍ମକର୍ତ୍ତାଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ରାୟଗଡ଼ା ବିଜୁ ଜନତାଦଳର ସଭାପତି ସୁଧୁର ଦାଶ ଯୁବ ସଂଗଠନକୁ ସମସ୍ତ ପ୍ରକାର ସହାୟତା ଓ ସହଯୋଗ କରିବେ ଏବଂ ରାୟଗଡ଼ା ଜିଲ୍ଲାର ସଂଗଠନ ଅନ୍ୟ ମାନଙ୍କ ପାଇଁ ପ୍ରେରଣା ହେବ ବୋଲି ସେ କହିଥିଲେ ।