ବିଜୁ ମହିଳା ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ…

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ନିର୍ବାଚନ ମଣ୍ଡଳୀର ବିଜୁ ମହିଳା ଜନତା ଦଳ ପକ୍ଷରୁ ସ୍ଥାନୀୟ ଶିବ କୁମାର ପଟ୍ଟନାୟକ ରିଡିଙ୍ଗ ରୁମ ପରିସରରେ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳା ମାନଙ୍କୁ ସଂଶକ୍ତିକରଣ କରିବା ସହ ସେମାନଙ୍କ ନିମନ୍ତେ ବିଭିନ୍ନ ଯୋଜନା ମାନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ବିଭିନ୍ନ ଯୋଜନା ଗୁଡିକ କିପରି ଅଧିକରୁ ଅଧିକ ମାତ୍ରାରେ ଲୋକଙ୍କ ପାଖରେ ପହଞ୍ଚିବ ସେଥି ନିମନ୍ତେ କାର୍ଯ୍ୟ କରିବା ପାଇଁ ନିଜ ବକ୍ତବ୍ୟରେ କହିଛନ୍ତି । ଏହି ବୈଠକରେ ଛତ୍ରପୁର ବ୍ଲକ ଉପାଧ୍ୟକ୍ଷା ଅମିତା ସାହୁ, ରମ୍ଭା ଏନଏସିର ପୂର୍ବତନ ଅଧ୍ୟକ୍ଷା ତଥା ବିଜେଡି ମହିଳା ଜିଲ୍ଲା ଉପ ସଭାନେତ୍ରୀ ସୌଦାମିନୀ ବିଶ୍ୱାଳ, ଛତ୍ରପୁର ଏନଏସିର ପୂର୍ବତନ ଅଧ୍ୟକ୍ଷା ଜି. ଆରତି, ପୂର୍ବତନ କାଉନସିଲର କେ. କ୍ରାନ୍ତି, ଟି. ଧନଲକ୍ଷ୍ମୀ ଓ ବି. ଜୟନ୍ତି କୁମାରୀ ଦୋରା, ସନ୍ତୋଷୀ ସେଠୀଙ୍କ ସମେତ ଛତ୍ରପୁର ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳର ମହିଳା ନେତ୍ରୀ, ସରପଂଚ, ସମିତିସଭ୍ୟା ଏବଂ ଅନ୍ୟାନ୍ୟ ମହିଳା ମାନେ ଉପସ୍ଥିତ ରହି ଭିସି ମାଧ୍ୟମରେ କନିସି ଠାରେ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ ବିଜୁ ମହିଳା ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ଯୋଡି ହୋଇଥିଲେ । ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ ଧନଞ୍ଜୟ ରେଡ୍ଡି, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଭଗବାନ ବେହେରା ଓ ବି. ସୁଦାମ, ଛତ୍ରପୁର ବ୍ଲକ ବିଜେଡି ସଭାପତି ପ୍ରବାସୀ ପ୍ରଧାନ, ଛତ୍ରପୁର ବିଜେଡି ନଗର ସଭାପତି ବି. ରାଜୁବାବୁ, ଯୁବ ବିଜେଡି ସଭାପତି ଟି. ଚନ୍ଦ୍ର ଶେଖର ରାଓ, ପୂର୍ବତନ ସାଂସଦ ପ୍ରତିନିଧି ଜି. ପାପା ରାଓ, ପୂର୍ବତନ ଛତ୍ରପୁର ଏନଏସି ଉପାଧ୍ୟକ୍ଷ ପ୍ରଦୋଷ କୁମାର ବେହେରା, ଯୁବ ବିଜେଡି ଛତ୍ରପୁର ବ୍ଲକ ସମ୍ପାଦକ ସପନ ନାହାକ, ସନମୁଖ ପଟ୍ଟନାୟକ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା