ବିଜୁ ବାବୁଙ୍କ ୧୦୫ତମ ଜୟନ୍ତୀ ଓ ପଞ୍ଚାୟତରାଜ ଦିବସ ପାଳିତ…

ଛତ୍ରପୁର (ସମୃଦ୍ଧ ଓଡିଶା) ବିଜୁ ବାବୁଙ୍କ ୧୦୫ତମ ଜୟନ୍ତୀ ଓ ପଞ୍ଚାୟତରାଜ ଦିବସ ପାଳନ ହୋଇଯାଇଛି l ଏହି ଅବସରରେ ଛତ୍ରପୁର ଲୋୟାର ବସଷ୍ଟାଣ୍ଡ ସ୍ଥିତ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା ଛତ୍ରପୁର ନିର୍ବାଚନ ମଣ୍ଡଳୀର ସମସ୍ତ ନେତୃବୃନ୍ଦଙ୍କ ଉପସ୍ଥିତିରେ ପୁଷ୍ପମାଲ୍ୟ ଅର୍ପଣ କଲେକରିଥିଲେ l ଏହି କାର୍ଯ୍ୟକ୍ରମରେ ବହୁ ବ୍ୟକ୍ତିବିଶେଷ ଉପସ୍ଥିତ ରହିଥିଲେ l

ସେହିପରି ପଞ୍ଚାୟତରାଜ ଦିବସ ଅବସରରେ ଛତ୍ରପୁର ପଞ୍ଚାୟତ ସମିତି ଅନ୍ତର୍ଗତ ୧୮ ଗୋଟି ପଞ୍ଚାୟତର ୨୦୦ରୁ ଉର୍ଦ୍ଧ୍ଵ ହିତାଧିକାରୀଙ୍କୁ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା ଭତ୍ତା ବଣ୍ଟନ କରିଥିଲେ l

ସେହିପରି ଗଞ୍ଜାମ ଜିଲ୍ଲା ପରିଷଦ ଦ୍ୱାରା ଆୟୋଜିତ ପଞ୍ଚାୟତରାଜ ଦିବସ ଓ ଲୋକସେବା ଦିବସରେ ଯୋଗଦାନ କରି ରାଜ୍ୟ ସରକାରଙ୍କ ବିଭିନ୍ନ ବିକାଶ ମୂଳକ ଯୋଜନାର ଆଲୋଚନ କରିଥିଲେ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା l

ସେହିପରି ପଞ୍ଚାୟତରାଜ ଦିବସ ଅବସରରେ ଛତ୍ରପୁର ଅନ୍ତର୍ଗତ କାଳିପଲ୍ଲୀ ପଞ୍ଚାୟତର ଭାଗିନୀ ପେଣ୍ଟ ଗ୍ରାମର ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଓ ଉପୁଲାପୁଟି ଗ୍ରାମର SHG ଓ ବହୁମୁଖୀ ଗୋଷ୍ଠୀ କେନ୍ଦ୍ରର ଶୁଭଉଦଘାଟନ କରିଛନ୍ତି ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା l