ବାହାନଗା ରେଳ ଦୁର୍ଘଟଣା ପାଇଁ ଦୁଃଖ ପ୍ରକାଶ କଲେ କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ…

ଭୁବନେଶ୍ୱର(ସମୃଦ୍ଧଓଡିଶା)ଓଡ଼ିଶାର ବାଲେଶ୍ୱର ଅନ୍ତର୍ଗତ ବାହାନଗାରେ ଘଟିଥିବା ୩ ଟ୍ରେନ ପରସ୍ପର ସହ ଧକ୍କା ହେବା ଘଟଣା ପୂରା ବିଶ୍ୱକୁ ଦୋହଲାଇ ଦେଇଛି। ଏଥିରେ ବର୍ତ୍ତମାନ ସୁଦ୍ଧା ୨୬୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୧ ହଜାର ଲୋକ ଆହତ ହୋଇଛନ୍ତି।‘ଦୁର୍ଘଟଣାର ଦୁଃଖଦ ଚିତ୍ର ମୋ ହୃଦୟ ଭାଙ୍ଗି ଦେଇଛି’ ବୋଲି କାନାଡ଼ା ପ୍ରଧାନମନ୍ତ୍ରୀ କହିଛନ୍ତି। ମୃତାହତଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି । କାନାଡ଼ାବାସୀ ଭାରତୀୟଙ୍କ ସହ ଅଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ କହିଛନ୍ତି ।