ବାହାନଗା ଟ୍ରେନ ଦୁର୍ଘଟଣାରେ ବିହାରର ୮୮ ଜଣ ନିଖୋଜ

ବାଲେଶ୍ୱର(ସମୃଦ୍ଧ ଓଡିଶା) ବାହାନଗାରେ ଟ୍ରେନ ଦୁର୍ଘଟଣାରେ ବିହାର ରାଜ୍ୟର ୮୮ ଜଣ ଯାତ୍ରୀଙ୍କ ପତ୍ତା ମିଳୁନାହିଁ ବୋଲି ସେଠାକାର ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶାହନୱାଜ ଆଲମ ଅଭିଯୋଗ କରିଛନ୍ତି। ସେ କହିଛନ୍ତି, ଏହି ଦୁର୍ଘଟଣାରେ ବିହାରର ୪୩ ଜଣଙ୍କ ମୃତ୍ୟୁ ଘଟିଛି। ୪୪ ଜଣ ଆହତ ହୋଇଛନ୍ତି। କିନ୍ତୁ ଆଉ ୮୮ ଜଣଙ୍କ ବିଷୟରେ କିଛି ଜଣାପଡ଼ିନି। ସେମାନେ ନିଖୋଜ ଅଛନ୍ତି।ଗତକାଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କଟକ ବଡ଼ ଡାକ୍ତରଖାନା ଆସି ଏହି ଦୁର୍ଘଟଣାରେ ଆହତ ହୋଇଥିବା ତାଙ୍କ ରାଜ୍ୟର ଲୋକଙ୍କୁ ଭେଟିବା ପରେ ଗଣମାଧ୍ୟମ ଆଗରେ ସମାନ ଅଭିଯୋଗ ଆଣିଥିଲେ। ପଶ୍ଚିମବଙ୍ଗର ୩୧ ଜଣ ଲୋକ ନିଖୋଜ ଅଛନ୍ତି ବୋଲି ସେ କହିଥିଲେ। ତେବେ ମୃତଦେହ ଆହୁରି ରହିଛି କି ?