ବାହାନଗା ଟ୍ରେନ୍ ଦୁର୍ଘଟଣାରେ: ବିଜେପିର ଶୋକ ସଭା

ବ୍ରହ୍ମପୁର(ସମୃଦ୍ଧ ଓଡିଶା)ବାଲେଶ୍ୱର ବାହାନଗା ନିକଟରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣାରେ ଆହତଙ୍କ ଆଶୁ ଆରୋଗ୍ୟ ଏବଂ ମୃତକଙ୍କ ଆତ୍ମାର ସଦଗତି କାମନା କରି ଆଜି ସଂଧ୍ୟାରେ ଭାରତୀୟ ଜନତା ପାର୍ଟି ପୁରୁଣା ବ୍ରହ୍ମପୁର ମଣ୍ଡଳ ପକ୍ଷରୁ ସଭାପତି କେ.ଟୁଙ୍ଗୁରୁ ପାତ୍ରଙ୍କ ନେତୃତ୍ବରେ ବ୍ରହ୍ମପୁର ସ୍ଥିତ ମାଁ ବୁଢ଼ୀ ଠାକୁରାଣୀ ମନ୍ଦିର ପ୍ରାଙ୍ଗଣରେ ଠାରେ ଦୀପ ଦାନ କରାଯାଇଥିଲା I ଏଥିରେ ବ୍ରହ୍ମପୁର ବିଧାନସଭା ନେତା ତଥା ପୂର୍ବତନ ଗଞ୍ଜାମ ଜିଲ୍ଲା ସଭାପତି କାହ୍ନୁ ଚରଣ ପତି,ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ କିରଣ ଷଡ଼ଙ୍ଗୀ,ଜିଲ୍ଲା ଉପସଭାପତି ଡ଼ା.ସୁବାଷ ସାହୁ,ରାମ କୁମାର ପାତ୍ର,ସୁନିଲ କୁମାର ସାହୁ,ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ରତ୍ନଗର୍ଭା ସରସ୍ଵତୀ ଦେବୀ,କର୍ପୋରେଟର ସବିତା ସାହୁ,ରଞ୍ଜିତା ବେହେରା,ଜିଲ୍ଲା ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ତୁତୁନ୍ ପାତ୍ର,ଦେବୁନ୍ ପଟ୍ଟନାୟକ,ପୂର୍ବତନ ଜିଲ୍ଲା ଉପସଭାପତି ପ୍ରବୀର ପାତ୍ର,ଜିଲ୍ଲା ଅନୁସୂଚିତ ଜାତି ମୋର୍ଚ୍ଚା ଉପସଭାପତି ବାଙ୍କାନିଧି ସେଠୀ, ସାନ ବଜାର ମଣ୍ଡଳ ସଭାପତି ସରୋଜ ପାତ୍ର,ଉପସଭାପତି ସୁମନ ଶତପଥି, ପୁରୁଣା ବ୍ରହ୍ମପୁର ମଣ୍ଡଳ ପୂର୍ବତନ ସଭାପତି ବିଘ୍ନରାଜ ନାୟକ,ଗୋସାଇଁନୂଆଗାଁ ମଣ୍ଡଳ ଉପସଭାପତି ଦେବୀ ପ୍ରସାଦ ପାଢ଼ୀ,ରବି ନାରାୟଣ ସାବତ,ସାଧାରଣ ସମ୍ପାଦକ ମନୋଜ ପାଢ଼ୀ,ସମ୍ପାଦକ ଏସ୍.ଶ୍ରୀନିବାସ୍,ଆସ୍କା ରୋଡ଼ ମହିଳା ମୋର୍ଚ୍ଚା ସଭାନେତ୍ରୀ ସନ୍ତୋଷିନୀ ସାହୁ,ଡ଼ା.ରାମହରି ଖଣ୍ଡୁଆଳ,ନାଗେଶ୍ଵର ରାଓ,କେ.ରବିନ୍ଦ୍ର ପାତ୍ର,ଲିଙ୍ଗରାଜ ସାହୁ,ଅଖିଳ ବେହେରା, କେ.ଶ୍ୱେତା ପାତ୍ର,ସୁରେଶ ନାହାକ,ପ୍ରଶାନ୍ତ କୁମାର, ଲକ୍ଷ୍ମୀ ପାତ୍ର,ନିବେଦିତା ପାଢ଼ୀ,ଉପେନ୍ଦ୍ର ପ୍ରସାଦ ରାଓ ପ୍ରମୁଖଙ୍କ ସମେତ ବହୁ ଦଳୀୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ମାଁ ବୁଢ଼ୀ ଠାକୁରାଣୀଙ୍କ ପାଖରେ ଦୀପ ପ୍ରଜ୍ବଳନ କରିବା ସହ ପ୍ରାର୍ଥନା କରିଥିଲେ ।
ବ୍ରହ୍ମପୁରରୁ ନିମାଇ ଚରଣ ପଣ୍ଡାଙ୍କ ରିପୋର୍ଟ ।