ବାସୁଳିମାତା ସ୍ପଟିଂ କ୍ଲବର ଆନ୍ତରାଜ୍ୟ ଫୁଟବଲ ଟୁର୍ଣ୍ଣାମେଣ୍ଟ:ଭାଗନେଲେ ଉପାନ୍ତ ଅଞ୍ଚଳର ୧୬ ଆଦିବାସୀ ଟିମ୍…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକର ଗୋପୀମୋହନପୁର ପଂଚାୟତ ଅନ୍ତର୍ଗତ ବାସୁଳିଆ ଗାଁରେ ଗତ୩୧ ଓ ୧ତାରିଖ ୨ ଦିନ ବ୍ୟାପି ଫୁଟବଲ ଟୁର୍ଣ୍ଣମେଣ୍ଟ ମା ବାସୁଳୀମାତା ସ୍ପଟି କ୍ଲବ ପକ୍ଷରୁ ଅନୁଷ୍ଠିତ ହୋଇ ଯାଇଛି । ଦୀର୍ଘ ୧୪ବର୍ଷ ଧରି ଏଠାରେ ଆଦିବାସୀ ମାନଙ୍କ ଦ୍ୱାରା ଫୁଟବଲ ଖେଳ ହୋଇ ଆସୁଥିବା ବେଳେ ଚଳିତବର୍ଷ ବାଲେଶ୍ୱର, ମୟୂରାଭଂଜ, ପୂର୍ବ ଓ ପଶ୍ଚିମ ବେଦିନିପୁର ଜିଲାର ୧୬ଟି ଟିମ୍ ଏଥିରେ ଭାଗ ନେଇଥିଲେ । ଶେଷରେ ଜହ୍ନିଫୁଲିଆ ଏକାଦଶ ଟିମ୍ ଉଇନର ହୋଇଥିବା ବେଳେ ଆରୁହା ରେଡ୍ ଡେଭିଲସ୍ ଟିମ୍ ରନସ୍ କପ୍ ହାସଲ କରିଛନ୍ତି । ଉଦଯାପନୀ ଉତ୍ସବରେ କ୍ଲବର ସଭାପତି ରତ୍ନାକର ହାଁସଦ ଅଧ୍ୟକ୍ଷତା କରିଥିବା ବେଳେ ସମ୍ପାଦକ ରଣଜିତ୍ ହାଁସଦା ବିବରଣୀ ପାଠ କରିଥିଲେ । ମୁଖ୍ୟ ଅତିଥି ଭାବେ ଜଳେଶ୍ୱରର ବିଧାୟକ ଅଶ୍ୱିନୀ କୁମାର ପାତ୍ର ଯୋଗଦେଇ ଖେଳ ଦ୍ୱାରା ଭାଇଚାରା ଓ କିପରି ନିଯୁକ୍ତି ସୃଷ୍ଟି କରାଯାଇପାରେ ତାହା ସ୍ପଟିଂ କ୍ଲବ ମାନେ ଉଦାହରଣ ସୃଷ୍ଟି କରିଛନ୍ତି । ମୁଖ୍ୟବକ୍ତା ଭାବେ ଜିଲାପରିଷଦ ସଦସ୍ୟ ଗୌରହରୀ ଜେନା, ସମ୍ମାନିତ ଅତିଥିଭାବେ ସରପଂଚ ରବିନ୍ଦ୍ର ଜେନା, ସମାଜସେବୀ ବିମ୍ବାଧର ପରିଡା, ଶ୍ରୀକାନ୍ତ ଜେନା, ଜଗନ୍ନାଥ ଦତ୍ତ, ଶ୍ରୀକାନ୍ତ ବାରିକ, ଶ୍ୟାମ କିସ୍କୁ, ସମ୍ବାରୀ ହେମ୍ବ୍ରମ ଖେଳ ଓ ଖେଳାଳୀ ସଂପର୍କରେ ବକ୍ତବ୍ୟ ରଖିଥିଲେ । ରେଫାରୀ ଭାବେ ବଡୁ ହାଁସଦ ଓ ଲାଇନ୍ସ ମେନ୍ ଭାବେ କେଟାବାବୁ ଓ ଚିତ୍ତ ହାଁସଦା ଖେଳ ପରିଚାଳନା କରିଥିଲେ । ବିଜୁ ଯୁବବାହିନୀର ଗୋପିମୋହନପୁର ସଂପାଦକ ମାନସ ରଂଜନ ଧଳ ଓ ବ୍ଲକ ସଂଯୋଜକ କାଳୀଚରଣ ଦାସ ମଂଚରେ ଉପସ୍ଥିତ ଥିବା ବେଳେ ରତ୍ନାକର ହାଁସଦା, କାର୍ତ୍ତିକ ହାଁସଦା, ଭଟ୍ଟ ମୁର୍ମୁ, ବିଷୁ ହାଁସଦ, ବାବୁଲା ହାଁସଦ, ଅଜୟ ହାଁସଦ, ରଣଜିତ୍ ହାସେଦା ଓ ସୁନିଲ ହେମ୍ବ୍ରମ ଖେଳ ପରିଚାଳନା କରିଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା