ବାସୁଳିଆ ଆଦିବାସୀ ସାହିରେ କୁନି ପିଲାଙ୍କୁ ନୂତନ ବସ୍ତ୍ର ବଣ୍ଟନ…

ଜଳେଶ୍ୱର (ସମୃଦ୍ଧ ଓଡିଶା) କାର୍ତ୍ତକ ମାସର ଗର୍ଭଣା ସଂକ୍ରାନ୍ତି ଉପଲକ୍ଷେ ହିନ୍ଦୁଧର୍ମର ବିଶ୍ୱାସ ଅନୁଯାୟୀ ଗରିବ ଲୋକଙ୍କୁ ବସ୍ତ୍ରଦାନ କଲେ ପୂର୍ଣ୍ଣଫଳ ମିଳିଥାଏ । ଏହି ନ୍ୟାୟରେ ମାନସ ରଂଜନ ଧଳଙ୍କ ନେତୃତ୍ୱରେ ଗୋପୀମୋହନପୁର ପଂଚାୟତର ବାସୁଳିଆ ଆଦିବାସୀ ସାହିରେ କୁନି କୁନି ଆଦିବାସୀ ପୁଅ ଝିଅଙ୍କୁ ନୂତନ ବସ୍ତ୍ର ବଣ୍ଟନ କରାଯାଇଛି । ମହାପ୍ରସାଦ ପାତ୍ରଙ୍କ ସାହାର୍ଯ୍ୟ ଓ ସହାୟତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ କାଳିଚରଣ ଦାସ, ସମବାରୀ ହେମ୍ବ୍ରମ, ହରିଚନ୍ଦନ ଦେ, ସୁଜିତ୍ କାମିଳା, ସୁଶାନ୍ତ କରଣ, ତପନ ଧଳ ପ୍ରମୁଖ ଏହି କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ । ଏପରି ଏକ କାର୍ଯ୍ୟ ସାଧାରଣରେ ଆଲୋଚ୍ୟର ବିଷୟ ହୋଇଛି ।