ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଆଜି ରାତି ୧୦ଟାରୁ ୬୦ ଘଣ୍ଟା ସଟଡାଉନ୍…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଆଜି ରାତି ୧୦ଟାରୁ ୬୦ ଘଣ୍ଟା ସଟଡାଉନ୍ ଘୋଷଣା କରିଛନ୍ତି ରାଜ୍ୟ ସରକାର । ସାମ୍ପ୍ରତିକ କରୋନା ପରିସ୍ଥିତିକୁ ନଜରରେ ରଖି ୬୦ ଘଣ୍ଟା ପାଇଁ ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲା ସଟଡାଉନ୍ କରାଯାଇଛି । ଆଜି ରାତି ୧୦ଟାରୁ ରବିବାର ୨୬ ତାରିଖ ସକାଳ ୧୦ଟା ଯାଏଁ ଏ ସବୁ ଜିଲ୍ଲାରେ ୬୦ ଘଣ୍ଟା ପୂରଣ ପର୍ଯ୍ୟନ୍ତ ସଟଡାଉନ୍ ରହିବ ବୋଲି ଘୋଷଣା କରିଛନ୍ତି ରାଜ୍ୟ ସରକାର । ୫ ଦିନ ଭିତରେ ଲାଗ ଲାଗ ଏହି ସବୁ ଜିଲ୍ଲାରେ କରୋନା ପଜିଟିଭ୍ ମାମଲା ବୃଦ୍ଧି ପାଇଥିବାରୁ ଅତି ସଙ୍ଗୀନ ପରିସ୍ଥିତିରେ ପହଞ୍ଚିବାରୁ ଏହାକୁ ନଜରରେ ରଖି ରାଜ୍ୟ ସରକାର ସଟଡାଉନ୍ ଘୋଷଣା କରିଛନ୍ତି । ଏ ସବୁ ଜିଲ୍ଲା ରବିବାର ୧୦ଟା ଯାଏଁ ରହିବ ଜନଶୂନ୍ୟ ବା ଶୂନଶାନ ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା