ବାଲେଶ୍ୱର ଜିଲାର ସର୍ବବୃହତ ମେଗା ରକ୍ତଦାନ ଶିବିର :୪୦୨ ୟୁନିଟ୍ ସଂଗୃହୀତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲାର ସର୍ବବୃହତ ମେଗା ରକ୍ତଦାନ ଶିବିର ଆଜି ଜଳେଶ୍ୱର ପୌରାଞ୍ଚଳର ଝାଡେଶ୍ୱରପୁର ବୁଖାରୀବାବା ଅର୍ଡର ସପ୍ଳାୟ ସଂଗଠନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସଂଗଠନର ମୁଖ୍ୟ ସେକ୍ ସାଜନ୍‌ଙ୍କ ଆବାହକତ୍ୱରେ ଏପରି ରକ୍ତଦାନ ପାଇଁ ଜଳେଶ୍ୱର, ଭୋଗରାଇ, ବାଲିଆପାଳ ଓ ବସ୍ତା ଅଂଚଳରୁ ବହୁ ସ୍ୱେଚ୍ଛାସେବି ଆସି ରକ୍ତଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ଓ ରକ୍ତଦାନ କାର୍ଯ୍ୟକ୍ରମର ରାଜ୍ୟ ସଂଯୋଜକ ଡ. ସ୍ୱରାଜ ମିଶ୍ର ମିଳିତ ଭାବେ ଆଭାସି ଉଦ୍‌ଘାଟନ କରିଥିଲେ । ରକ୍ତଦାନ କରି ଅନ୍ୟର ଜୀବନ ବଂଚାଇବା ଭଳି ବିରଳ କାର୍ଯ୍ୟ ମହତ୍ ଦାନ ସଂପର୍କରେ ସୂଚନା ଦେଇଥିଲେ । ସେକ୍ ମୁସଲିମ ଓ ସେକ୍ ଇସ୍‌ଲାମ୍ ଉଭୟେ ଏରି ରକ୍ତାଦାନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରକ୍ତଦାତା ସଂଘର ଜିଲା ସଭାପତି କମଳ ଚକ୍ରବର୍ତ୍ତି, ଉପସଭାପତି ସୁବ୍ରତ ରଣା, ଲକ୍ଷ୍ମୀଧର ବାରିକ, ସଂପାଦକ ଇଂ ହୃଷିକେଶ ସାହୁ, ସଂଗଠନର ସଂପାଦକ ମନୋରଞ୍ଜନ ଦାସ, ସତ୍ୟବ୍ରତ ପ୍ରଧାନ, ମଧୁସୂଦନ ଗିରି, ଜାହିରା ବିବି, ନବେନ୍ଦୁ ପ୍ରଧାନ, ନିତାଇଲାଲ ଦେ, ଚନ୍ଦ୍ରମୋହନ ରାଉଳ, ମେ ଆଇ ହେଲ୍ପ ୟୁ ସଂଗଠନର ସଭ୍ୟମାନେ ଉପସ୍ଥିତ ଥିଲେ । ଜିଲ୍ଲା ବ୍ଲଡବ୍ୟାଙ୍କର ଡାକ୍ତର ମହେଶ କୁମାର ବିଶ୍ୱାଳ, ପ୍ରଶାନ୍ତ ଦାସ, ଦେବାଶିଷ ଦତ୍ତ ପ୍ରମୁଖଙ୍କ ନେତୃତ୍ୱରେ ୧୩ଜଣ କର୍ମଚାରୀ ରକ୍ତ ସଂଗ୍ରହ କରିଥିଲେ । ମୋଟ ୪୦୨ ୟୁନିଟ୍ ରକ୍ତ ସଂଗ୍ରହ କରି ଚଳିତ ବର୍ଷ ଜିଲାର ପ୍ରଥମ ହୋଇଥିବା ରକ୍ତଦାତା ସଂଘର ସଭାପତି କହିଛନ୍ତି । ସମଗ୍ର ଜିଲାରେ ଜଳେଶ୍ୱର ରକ୍ତଦାନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରି ଆସିଥିବା ସେ କହିଥିଲେ ।

ରିପୋର୍ଟ : ଭୂପତି ପରିଡା