ବାଲିଆପାଳ ତହସିଲ ସମ୍ମୁଖରେ ଜନସେବା କେନ୍ଦ୍ରର ଶୁଭ ଉଦଘାଟନ…

ଜଳେଶ୍ଵର/ବାଲିଆପାଳ (ସମୃଦ୍ଧ ଓଡିଶା) ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକ ବାଲିଆପାଳ ତହସିଲ ସମ୍ମୁଖରେ ଆଜି ଏକ ଜନସେବା କେନ୍ଦ୍ରର ଶୁଭ ଉଦଦଘାଟନ କରିଛନ୍ତି । ବାଲିଆପାଳ ତହସିଲଦାର ଦୀପକ୍ କୁମାର ଦାସ, ଜିଲ୍ଲା ପରିଷଦ ସଦସ୍ୟ ରବିନ୍ଦ୍ର ନାଥ ଅଣ୍ଡିଆ, ଜିଲ୍ଲା ପରିଷଦ ସଦସ୍ୟ ପ୍ରତିନିଧି ଅଜୟ କୁମାର ପାତ୍ର, ବାଲିଆପାଳ ଗ୍ରାମ ପଞ୍ଚାୟତର ସରପଞ୍ଚ ମଧୁସୁନ୍ଦନ ବାରିକ, ବାଲେଶ୍ବର ଜିଲ୍ଲା ଜନସେବା କେନ୍ଦ୍ରର କୋଡିନେଟର ଦେବ ପ୍ରସାଦ ମହାନ୍ତି, ସମାଜସେବୀ କୁନା ଦାସ, ରାଧାଗୋବିନ୍ଦ ବେହେରା, ଉପସ୍ଥିତ ହୋଇ ଶୁଭ ଉଦଘାଟନ କରିଥିଲେ । ତେବେ ଜନସେବା କେନ୍ଦ୍ର ଦ୍ବାରା ଜନସାଧାରଣ ବହୁ ଶୀଘ୍ର ସୁବିଧା ପାଇବା ସହିତ କୌଣସି ଅସୁବିଧା ନପଡିବା ଓ ସହଜରେ ଜାତି ପ୍ରମାଣ ପତ୍ର, ଆୟ ପ୍ରମାଣ ପତ୍ର, ଜମିବାଡି କାଗଜପତ୍ର ଏଭଳି ବିଭିନ୍ନ ବହୁ ଜରୁରୀ କାର୍ଯ୍ୟର ଉପକୃତ ହୋଇ ପାରିବେ । ଏହି ଜନସେବା କେନ୍ଦ୍ରର ପ୍ରତିଷ୍ଠାତା, ସୈଫ ସୈଇବୁଦ୍ଦିନ ଓ ସହ ପରିଚାଳକ, ମନୋଜ କୁମାର ଗିରି, ସେକ୍ ୟୁସୁପ୍, ସେକ୍ ମନିରୁନ୍ଦିନ୍  ସବିନା ଖାତୁନ୍ ପ୍ରମୁଖ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।